ନୂଆଦିଲ୍ଳୀ ୦୫।୦୧ : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ଡିସେମ୍ବର ୯ରେ ଭିକି କୌଶଲଙ୍କୁ ବିବାହ କରିଥିଲେ। ବିବାହ ସାରି ଦୁହେଁ ତାଙ୍କ ନୂଆ ଘରକୁ ଫେରି ଆସିଥିଲେ । ବର୍ତ୍ତମାନ ଉଭୟ ବିବାହ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବର୍ତ୍ତମାନ ଦୁହେଁ ବିବାହ ପରେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି। ନିକଟରେସେ ସେ ଶୀତବସ୍ତ୍ର ପିନ୍ଧିବା ସହ ତାଙ୍କ ବେକରେ ସୁନ୍ଦର ମଙ୍ଗଳସୁତ୍ର ପିନ୍ଧିଥିବାର ଏକ ଫଟୋ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ କ୍ୟାଟ୍ରିନା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।
wp:html/wp:html
କ୍ୟାଟ୍ରିନା ୩ଟି ଫଟୋ ସେୟାର କରିଥିବା ଜଣାପଡିଛନ୍ତି। ଏହି ଫଟୋ ଗୁଡ଼ିକରେ ସେ ଡେନିମ ହଟ ପ୍ୟାଣ୍ଟ ଏବଂ ଏକ ବେଜି ଜିପ ଅପ ଜମ୍ପର୍ ପିନ୍ଧିଛନ୍ତି। ତେବେ କ୍ୟାଟ୍ରିନା ପିନ୍ଧିଥିବା ମଙ୍ଗଳସୁତ୍ରଟି ସବ୍ୟସାଚୀଙ୍କ ବଙ୍ଗାଲ ଟାଇଗର କଲେକ୍ସନର ବୋଲି କୁହାଯାଉଛି। କଳା ଏବଂ ଗୋଲ୍ଡ ମୋତିରେ ସଜ୍ଜିତ ଏହି ମଙ୍ଗଳସୁତ୍ରରେ ୨ଟି ଛୋଟ ହୀରା ଲାଗିଛି। ଏହାର ମୂଲ୍ୟ ପାଖାପାଖି ୭.୪ ଲକ୍ଷ ଟଙ୍କା ରହିଛି।