କ’ଣ ପ୍ରେଗନାଣ୍ଟ ଅଛନ୍ତି କ୍ୟାଟ୍ରିନା ! ସୁଟିଂରୁ ନେବେ ବିରତି
15/01/2023 at 8:41 AM

ମୁମ୍ଵାଇ ୧୫।୦୧: ବଲିଉଡର ବାର୍ବି ଡଲ ତଥା ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ତାଙ୍କ ଷ୍ଟାଇଲ ଓ ଲୁକ୍ ପାଇଁ ସବୁବେଳେ ଲାଇମଲାଇଟରେ ରୁହନ୍ତି। ବର୍ତ୍ତମାନ ସେ ମଧ୍ୟ ଗୋଟିଏ ପରେ ଗୋଟିଏ ଫିଲ୍ମର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ନିକଟରେ ଉଭୟ ଭିକି ଏବଂ କ୍ୟାଟ୍ରିନା ଦୁହେଁ ଭ୍ୟାକେସନରେ ଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ହେଲେ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ତଥା ସେମାନଙ୍କର ବୃତ୍ତିଗତ ଜୀବନ ବିଷୟରେ ତୀବ୍ର ଆଲୋଚନା କରୁଛନ୍ତି। କୁହାଯାଉଛି ଦୁହେଁ ତାଙ୍କ ଜୀବନରେ ଆସିଥିବା ଖୁସି ଖବରକୁ ଘୋଷଣା ପାଇଁ ପ୍ରସ୍ତୁତ ହେଉଛନ୍ତି । ହଁ, ଖବର ଅଛି ଯେ କ୍ୟାଟ୍ରିନା ଏବଂ ଭିକି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି।
କହିବାକୁ ଗଲେ କ୍ୟାଟ୍ରିନା ତାଙ୍କର ଆଗାମୀ ଚଳଚ୍ଚିତ୍ର ମେରୀ ଖ୍ରୀଷ୍ଟମାସ ପାଇଁ ସୁଟିଂରେ ବ୍ୟସ୍ତ ଥିଲେ। ତେବେ ଏକ ରିପୋର୍ଟ ଅନୁଯାୟୀ ସେ ହଠାତ୍ ସେଟକୁ ଆସିବା ବନ୍ଦ କରିଦେଇଛନ୍ତି । ଏଥିସହିତ ସେଟରୁ ଖବର ଅନୁଯାୟୀ କ୍ୟାଟ୍ରିନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି। ସେଥିପାଇଁ ସେ ସେଟକୁ ଆସୁନାହାଁନ୍ତି । ଏଥି ସହିତ କ୍ୟାଟ୍ରିନା ଫିଲ୍ମରୁ ସମ୍ପୂର୍ଣ୍ଣ ବିରତି ନେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହି ବଡ ବିଶ୍ରାମ ବୋଧ ହୁଏ ତାଙ୍କ ଗର୍ଭଧାରଣ ଆଡକୁ ସୂଚାଉଛି । ଗତ ଦିନରୁ କ୍ୟାଟ୍ରିନାଙ୍କ ଗର୍ଭବତୀ ହେବାର ଖବର ଆସୁଥିଲା। ତାଙ୍କର ଦୀର୍ଘ ସମୟ ପାଇଁ ବିଶ୍ରାମ ଏବଂ ଶୁଟିଂ ସ୍ଥଗିତ ରଖାଯାଇଥିବାବେଳେ କ୍ୟାଟ୍ରିନା ଠିକ୍ ସମୟରେ ପ୍ରଶଂସକଙ୍କ ସହ ଏହି ଖସି ଖବର ସେୟାର ବୋଲି ବିଶ୍ୱାସ କରାଯାଉଛି।
ତେବେ ୨୦୨୧ରେ କ୍ୟାଟ୍ରିନା ଏବଂ ଭିକି ବିବାହ କରିଥିଲେ। ଉଭୟଙ୍କ ବିବାହ ଅତ୍ୟନ୍ତ ରାଜକୀୟ ଢଙ୍ଗରେ ହୋଇଥିଲା। ଏହି ବିବାହରେ କେବଳ ପରିବାର ଏବଂ ବିଶେଷ ବନ୍ଧୁମାନେ ସାମିଲ ଥିଲେ । ତାଙ୍କ ଚଳଚ୍ଚିତ୍ର ‘ଟାଇଗର’ ‘ପାଇଁ ଲାଇମଲାଇଟରେ ଅଛନ୍ତି, ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତିଲାଭ କରିପାରେ। ଏହା ବ୍ୟତୀତ କ୍ୟାଟ୍ରିନା ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟଙ୍କ ସହ ଫିଲ୍ମ ‘ଜି ଲେ ଜରା’ରେ ମଧ୍ୟ ନଜର ଆସିବେ।