ବଲିଉଡର ନମ୍ୱର-୧ ହିରୋଇନ କ୍ୟାଟ୍, ଆଜି ବି ଦର୍ଶକଙ୍କୁ ମତୁଆଲା କରୁଛି ତାଙ୍କ ବିକିନି ଆଉଟଫିଟ୍...

Published By : Prameya-News7 Bureau | January 26, 2022 IST

ମୁମ୍ୱାଇ ୨୬/୦୧: ମାଲଦୀପରେ ନିଜର ଭ୍ୟାକସନ ଏନଜୟ କରୁଛନ୍ତି ବଲିଉଡର ବାର୍ବି ଡଲ ଗାର୍ଲ କ୍ୟାଟ୍ରିନା କୈଫ୍ । ସୋସିଆଲ ମିଡଆରେ ତାଙ୍କର ମାଲଦୀପ ଫଟୋ ଭାଇରାଲ ହେବା ପରେ ପ୍ରଶଂସକ କହୁଛନ୍ତି ଯେ କ୍ୟାଟ୍ ଭିକି କୌଶଲଙ୍କ ଏହା ହନିମୁନ୍ ଫଟୋ । ଏହି ଫଟୋରେ କ୍ୟାଟ୍ରିନାଙ୍କୁ ଦେଖିବା ପରେ ଲାଗୁଛି ଯେମିତି ଭିକିଙ୍କ ସହ କ୍ୟାଟ୍ ବହୁତ ଖୁସିରେ ଅଛନ୍ତି ।

wp:html
/wp:html

ଇନଷ୍ଟାଗ୍ରାମ ପୋଷ୍ଟରେ କ୍ୟାଟ୍ରିନା କଲର୍ ବ୍ଲକ୍ ନୀଳ ଏବଂ ହଳଦିଆ ବିକିନିରେ ନଜର ଆସିଛନ୍ତି । ଏହି ବିକିନି ଲୁକ୍ ଦେଖିବା ଫ୍ୟାନ୍ସମାନେ ମତୁଆଲା ହୋଇଯାଉଛନ୍ତି । କେହି କେହି କ୍ୟାଟଙ୍କୁ ଜବରଦସ୍ତ କମେଣ୍ଟ ମଧ୍ୟ ଦେଉଛନ୍ତି । ଏହି ବିକିନି ଲୁକ୍ ପୂର୍ବରୁ କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ଆଉ ଏକ ବେଳାଭୂମି ଲୁକ୍ ସେୟାର କରିଥିଲେ ଯେଉଁଥିରେ ତାଙ୍କୁ ଗ୍ରୀନ ଆଉଟଫିଟରେ କୋ-ଅର୍ଡ ସେଟରେ ଦେଖିବାକୁ ମିଳିଥିଲା ।

wp:html
/wp:html

ଏହି ସବୁଜ ବେଳାଭୂମିରେ କ୍ୟାଟ୍ରିନା ବିକିନି ଟପ୍ ଏବଂ ସବୁଜ ଜେବ୍ରା ପ୍ରିଣ୍ଟ୍ ସାର୍ଟ ସହିତ ଟ୍ରପିକାଲ୍ ପ୍ରିଣ୍ଟେଡ୍ ସର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହା ପ୍ରଥମ ଥର ନୁହେଁ ଯେ କ୍ୟାଟ୍ରିନାଙ୍କ ଷ୍ଟାଇଲିସ୍ ବିକିନି ଲୁକ୍ ଦେଖାଯାଉଛି । ଏହାପୂର୍ବରୁ କ୍ୟାଟ୍ରିନା ବିକିନି ପିନ୍ଧିଥିବାର ନଜର ଆସିଥିଲେ । ତାଙ୍କର ଲାଲ୍ ସ୍ୱିମ୍ ସୁଟ୍ ମଧ୍ୟ ସିଦ୍ଧ ଥିଲା, ଯାହା କ୍ୟାଟ୍ରିନା ତାଙ୍କ ପୁଲରେ ପିନ୍ଧିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.