ବାହା ହେବେ କ୍ୟାଟ୍ରିନା କୈଫ…

Published By : Prameya-News7 Bureau | January 23, 2020 IST

ମୁମ୍ବାଇ୨୩|୧: ବଲିଉଡରେ କେତେବେଳେ ଯେ, କାହାର ସମ୍ପର୍କ ଯୋଡିଯାଏ ତାହା ଜାଣିହୁଏ ନାହିଁ। ଆଜିକାଲି ବି-ଟାଉନ୍‌ରେ ଏକ ହଟ୍‌ ଯୋଡି ବେଶ ଚର୍ଚ୍ଚାରେ ଅଛନ୍ତି। ଲଗାତାର ଭାବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଅଭିନେତା ଭିକି କୌଶଲ୍‌ଙ୍କୁ ଏକା ସହ ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ, ଉଭୟ ଷ୍ଟାର ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି। ଅବଶ୍ୟ ଏନେଇ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

{"id":214854,"sizeSlug":"large"}

ଏବେ ଭିକି ଓ କ୍ୟାଟ୍‌ଙ୍କର ଏକ ନୂଆ ଫଟୋ ଚର୍ଚ୍ଚାରେ ଅଛି। ଅଲ୍ଲୀ ଅବ୍ବାଜ ଜଫରଙ୍କ ଜନ୍ମଦିନ ପାର୍ଟିରେ ଉଭୟଙ୍କୁ ଏକା ସହ ସ୍ପଟ୍‌ କରାଯାଇଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି ସାମିଲ ଥିଲେ। ସମସ୍ତଙ୍କ ନଜର ଭିକି ଓ କ୍ୟାଟ୍ରିନାଙ୍କ ଉପରେ ଥିଲା। ପାର୍ଟିର ଫଟୋ ଇନ୍‌ଷ୍ଟାରେ ସେୟାର କରାଯାଇଛି। ଗତ ବର୍ଷରୁ ଉଭୟଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା।

{"id":214855,"sizeSlug":"large"}

ହରଲୀନ ଓ ଭିକିଙ୍କ ବ୍ରେକ୍‌ଅପର କାରଣ କ୍ୟାଟ୍ରିନା ବୋଲି କିଛି ଜଣଙ୍କଠାରୁ ଶୁଣାଯାଇଥିଲା। ଏଯାଏଁ ସ୍କ୍ରିନ୍‌ରେ ଭିକି ଓ କ୍ୟାଟ୍ରିନାଙ୍କୁ ଏକା ସହ ଦେଖାଯାଇନାହିଁ। ‘କଫି ୱିତ୍‌ କରନ’ ଶୋ’ର ଏକ ଏପିସୋଡ୍‌ରେ କ୍ୟାଟ୍ରିନା ଓ ବରୁନଙ୍କୁ ଏକା ସହ ଡକାଯାଇଥିଲା। ସେଠାରେ କ୍ୟାଟ୍‌ କହିଥିଲେ ଯେ, ସ୍କ୍ରିନ୍‌ରେ ତାଙ୍କର ଓ ଭିକିଙ୍କ ଯୋଡି ବହୁତ ଭଲ ଲାଗିବ।

{"id":214856,"sizeSlug":"large"}

ତେବେ ଏହି ଚର୍ଚ୍ଚା ପରଠୁ ଦର୍ଶକ ଉଭୟଙ୍କୁ ଏକା ସହ ଯୋଡି ଭାବେ ପରଦାରେ ଦେଖିବା ପାଇଁ ବେଶ ଉତ୍ସାହିତ। ଏବେ ଭିକିଙ୍କ ପାଖରେ ୩ଟି ବଡ ବଡ ପ୍ରୋଯେକ୍ଟ ରହିଛି। ଅପକମିଂ ଫିଲ୍ମ, ଭୂତ ପାର୍ଟ ୱନ:ଦ ହଣ୍ଟେଡ୍‌ ଶିପ୍‌, ତଖ୍ତ ଓ ସରଦାର ଉଧମ ସିଂହରେ ଭିକି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅପରପକ୍ଷରେ କ୍ୟାଟ୍ରିନା ଖୁବ ଶୀଘ୍ର ଅକ୍ଷୟ କୁମାରଙ୍କ ସହ ଫିଲ୍ମ ସୂର୍ଯ୍ୟବଂଶୀରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.