ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଭିକି ପାଇଲେ ବେଷ୍ଟ ଆକ୍ଟରର ଆୱାର୍ଡ, ସମସ୍ତଙ୍କ ସାମ୍ନାରେ କିସ୍‌ କଲେ କ୍ୟାଟ୍ରିନା

31/08/2022 at 2:32 PM

ମୁମ୍ଵାଇ ୩୧।୦୮: ବିଟାଉନ୍ ମୋଷ୍ଟ ଆଡରେବଲ କପଲ୍ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ । ବିବାହ ପରେ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଫିଲ୍ମଫେୟାର ଆୱାର୍ଡର ରେଡ କାର୍ପେଟରେ ଏଣ୍ଟ୍ରି କରିଥିଲେ। ଦୁହେଁ ଶୋ’ରେ ଖୁବ୍ ଷ୍ଟାଇଲିସ୍ ଦେଖାଯାଉଥିଲେ। ଫିଲ୍ମଫେୟାର ଆୱାର୍ଡରେ ଶ୍ରେଷ୍ଠ ଅଭିନେତା ଟାଇଟଲ୍ ଜିତିଥିଲେ ଭିକି କୌଶଲ। ଏହି ସମୟରେ କ୍ୟାଟ୍ରିନାଙ୍କ ହିଟ୍ ଗୀତ ତେନୁ କାଲା ଚଷମା ଜଚଦା ହେ… କେବଳ ଏତିକି ନୁହେଁ.. ଯେତେବେଳେ ଭିକି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଲେ, କ୍ୟାଟ୍ରିନା ତାଙ୍କୁ ସର୍ବସାଧାରଣରେ ଚୁମ୍ବନ ଦେଇଥିଲେ। ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଫିଲ୍ମଫେୟାର ନାଇଟ୍‌ରେ ଭିକି ପତ୍ନୀ କ୍ୟାଟ୍ରିନାଙ୍କ ସହ ଏକ କଳା ସୁଟରେ ଏଣ୍ଟ୍ରି କରିଥିଲେ। ଏହି ଇଭେଣ୍ଟ ପାଇଁ କ୍ୟାଟ୍ରିନା ଏକ ସୁନ୍ଦର ଲୁକ୍ ଶାଢୀ ପିନ୍ଧିକି ଆସିଥିଲେ । ଏହି ଷ୍ଟାର ଦମ୍ପତିଙ୍କ ଲୁକ୍ ଖୁବ୍ ଆକର୍ଷଣୀୟ ଥିଲା । ଏହି ଆୱାର୍ଡ ଶୋ’ର ରେଡ୍ କାର୍ପେଟରେ ଭିକି କ୍ୟାଟ୍ରିନାଙ୍କ ହିଟ୍ ଗୀତ ତେନୁ କାଲା ଚଷମା ଜଚତା ହେ ମଧ୍ୟ ଗାଇଥିଲେ। କହିବାକୁ ଗଲେ ଭିକିଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଛି ।

ସର୍ଦ୍ଦାର ଉଦାମ ସିଂଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ଏହି ପୁରସ୍କାର ପାଇଥିଲେ। ବିକି ତାଙ୍କ ଆୱାର୍ଡ ଟ୍ରଫି ସହିତ ନିଜ ଆସନକୁ ଫେରିବା ମାତ୍ରେ କ୍ୟାଟ୍ରିନା ଭିକିଙ୍କୁ ତାଙ୍କ ଗାଲରେ କିସ୍ ଦେଇ ଅଭିନନ୍ଦନ ଜଣାଇଥିଲେ । ଏନେଇ ବିକି କହିଛନ୍ତି, ‘ଏହା ମୋର ପ୍ରଥମ ଫିଲ୍ମଫେୟାର ଆୱାର୍ଡ। ଏହା ଅତ୍ୟନ୍ତ ସ୍ୱତନ୍ତ୍ର । ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଫିଲ୍ମ ଥିଲା । ପରେ କ୍ୟାଟ୍ରିନାକୁ କହିଥିଲେ,’ ମୁଁ ତୁମକୁ ଭଲ ପାଏ, ତୁମେ ମୋ ଜୀବନରେ ବହୁତ ଖୁସି ଆଣିଛ।

   Related Posts