Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ବେବି ବମ୍ପ ଲୁଚାଉଛନ୍ତି କ୍ୟାଟ୍ରିନା ! କ୍ୟାମେରାରେ କଏଦ ହେଲା ଦୃଶ୍ୟ

31/01/2023 at 12:24 PM

ମୁମ୍ବାଇ ୩୧/୦୧ : ଚର୍ଚ୍ଚାରେ କ୍ୟାଟ୍‌ଙ୍କ ପ୍ରେଗ୍‌ନେସି । ଏହି ଗୁଜବ ମଧ୍ୟରେ ରେସଟୁରାଣ୍ଟରେ ବ୍ଲାକ୍ ଡ୍ରେସରେ ନଜର ଆସିଲେ କ୍ୟାର୍ଟିନା କେଫ୍ । ଯାହାକୁ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍କଣ୍ଠା ।

ମିଡିଆ ରିପୋର୍ଟ ଅନୁଯାୟୀ, ସୋମବାର ରାତିରେ ଭଉଣୀ ଇସାବେଲେଙ୍କ ସହିତ ଡିନର ପାଇଁ ରେସ୍ଟୁରାଣ୍ଟରେ ନଜର ଆସିଥିଲେ କ୍ୟାଟ୍ରିନା । ଏହି ସମୟରେ କ୍ୟାଟ୍ରିନାଙ୍କ ଭଉଣୀ ଗଣମାଧ୍ୟମ ଆଗରେ ଫଟୋ ଉଠାଇବା ପାଇଁ ପୋଜ୍ ଦେଇଥିବା ବେଳେ କ୍ୟାଟ୍ ତରବରିଆ ହୋଇ ସେଠାରୁ ଚାଲିଯାଇଥିଲେ ।  ଏହାରି ମଧ୍ୟରେ କ୍ୟାଟ୍ରିନା ଏକ କଳା ରଙ୍ଗର ଡ୍ରେସରେ ନିଜ ବେବି ବମ୍ପଙ୍କୁ ଲୁଚାଉଥିବା ଚେଷ୍ଠା କରୁଥିବା ଦେଖିବାକୁ ମିଳିଥିଲେ । ଯାହାକୁ ଦେଖି ପ୍ରଶଂସକଙ୍କର ସନ୍ଦେହ ବଢିଯାଇଛି ।  

କ୍ୟାଟ୍ରିନାଙ୍କ ଡିସେମ୍ବର ୨୦୨୧ରେ ଅଭିନେତା ବିକି କୌଶଲଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ବିବାହକୁ ଏକ ବର୍ଷ ପୂରିଛି । ବର୍ତ୍ତମାନ କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଖବର ପ୍ରକାଶ ପାଇଛି । ଏହି ଦମ୍ପତି ନିଜ ବ୍ୟକ୍ତିଗତ ଜୀବନରେ ବେଶ୍ ପ୍ରାଇଭେସି ମେଣ୍ଟେନ୍ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କୁ ଯେଉଁଠି ବି ଦେଖିବାକୁ ମିଳିଥାଏ ସେ ନିଜର ବେବି ବମ୍ପ ଲୁଚାଇବା ଭଳି ନଜର ଆସିଥାନ୍ତି ।  ସେପଟେ ଅନେକ ଏହାକୁ ଗୁଜବ କହୁଥିବା ବେଳେ ଅନେକ ପ୍ରେଗନେସିକୁ ସତ ବୋଲି ଯୁକ୍ତି କରିଛନ୍ତି । ତେବେ ଅପେକ୍ଷା ରହିଲା କେତେବେଳେ ଏହି ଖବରରେ ବାଜୁଛି ମୋହର ।

   Related Posts