୧୮ ବର୍ଷ ପରେ କ୍ୟାଟ୍ରିନା କଲେ ଖୁଲାସା, କହିଲେ-ମୋର ସବୁ ଫିଲ୍ମରେ ମୁଁ ନିଜେ ଡବିଂ କରେ...

Published By : Prameya-News7 Bureau | March 04, 2024 IST

ମୁମ୍ଵାଇ ୦୪।୦୩: କ୍ୟାଟ୍ରିନା କୈଫ୍‌ ବର୍ତ୍ତମାନ ସମୟରେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ  ମଧ୍ୟରେ ଅନ୍ୟତମ । ବିଗତ ୨୦ ବର୍ଷ ମଧ୍ୟରେ ସେ ଅନେକଗୁଡିଏ ହିଟ୍‌ ଫିଲ୍ମ  ଦେଇଛନ୍ତି । ସେଥିରେ ତାଙ୍କର ଉଚ୍ଚକୋଟୀର ଅଭିନୟକୁ ଦର୍ଶକୀୟ ସ୍ୱୀକୃତି ବି  ମିଳିଛି । ନିକଟରେ ଏକ ସାକ୍ଷାତକାରରେ ସେ ନିଜ ଫିଲ୍ମଗୁଡି଼କ ଲାଗି ନିଜେ ହିଁ  ଡବିଂ କରୁଥିବା ଖୁଲାସା କରିଛନ୍ତି । କ୍ୟାଟ୍ରିନା କହିଛନ୍ତି,  କ୍ୟାରିୟରର ଆରମ୍ଭ ସମୟରେ ମୋର ଫିଲ୍ମଗୁଡ଼ିକରେ  ଜଣେ ଡବିଂ କଳାକାର ମୋ ପାଇଁ ଡବିଂ କରିଥିବା  କିଛି ରିପୋର୍ଟରେ ଦାବି କରାଯାଏ ।

Katrina Kaif Oozes Oomph In Black Gown In New Instagram Post; See Pics

 କିନ୍ତୁ ତାହା ଠିକ୍‌  ନୁହେଁ । କାରଣ ମୁଁ କ୍ୟାରିୟର ଆରମ୍ଭ ସମୟରେ  ହିଁ ହିନ୍ଦୀ ପ୍ରଶିକ୍ଷଣ ନେବା ଆରମ୍ଭ କରିଦେଇଥିଲି ।  ଜ୍ୟାକି ଶ୍ରଫ୍‌ ମୋତେ ହିନ୍ଦୀ ଶିଖିବା ଲାଗି  କହିଥିଲେ । ତାହା ମୋ’ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ  ପରାମର୍ଶ ଥିଲା । କାରଣ ସୁଟିଂ ସେଟ୍‌ରେ  ବହୁତ ଲୋକ ହିନ୍ଦୀରେ ଲେଖୁଥିଲେ ।  ଏଭଳିସ୍ଥଳରେ ମୁଁ ହିନ୍ଦୀ ଶିଖିବା ଉପରେ  ଗୁରୁତ୍ୱ ଦେଲି ।

Katrina Kaif Birthday

ହିନ୍ଦୀ ଶିଖିବା ଲାଗି ମୋର  ସହକଳାକାର ମାନେ ଖୁବ୍‌ ସହଯୋଗ  ବି କଲେ । ସେହି ନିଷ୍ପତ୍ତି ମୋତେ  ରକ୍ଷା କରିଦେଲା । ମୋର ସବୁ  ଫିଲ୍ମ ଲାଗି ମୁଁ ନିଜେ ହିଁ  ଡବିଂ କରିଛି । ଶେଷଥର  ଲାଗି କ୍ୟାଟ୍ରିନାଙ୍କୁ  ‘ମେରି କ୍ରିସମାସ୍‌’ରେ  ଦେଖିବାକୁ ମିଳିଥିଲା ।  ସେଥିରେ ତାଙ୍କ ସହିତ  ବିଜୟ ସେତୁପତି ସ୍କ୍ରିନ୍‌  ଶେୟାର କରିଥିଲେ ।  ଫିଲ୍ମଟି ଉଭୟ ତାମିଲ  ଓ ହିନ୍ଦୀ ଭାଷାରେ  ରିଲିଜ୍‌ ହୋଇଥିଲା ।

wp:embed {"url":"https://www.prameyanews7.com/anant-ambani-radhika-merchant-pre-wedding-ceremony-highlights/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anant-ambani-radhika-merchant-pre-wedding-ceremony-highlights/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.