କ୍ୟାଟ୍ରିନା ସେୟାର କଲେ 'ମେରି ଖ୍ରୀଷ୍ଟମାସ'ର ଫାଷ୍ଟ ପୋଷ୍ଟର, ବିଜୟ ସେତୁପତିଙ୍କ ଫିଲ୍ମରେ ଆସିବେ ନଜର

Published By : Prameya-News7 Bureau | December 25, 2022 IST

ମୁମ୍ଵାଇ ୨୫।୧୨: ଏ ବର୍ଷ ଦୁଇଟି ଫିଲ୍ମ ଦର୍ଶକଙ୍କୁ ଭେଟି ଦେବାକୁ ଆଶା ରଖିଥିଲେ  ଚିକିନି ଚମେଲି କ୍ୟାଟ୍ରିନା କୈଫ୍‌ । ଗୋଟିଏ ‘ଫୋନ୍‌ ଭୂତ୍‌’,  ଅନ୍ୟଟି ସାଉଥ୍‌ ଷ୍ଟାର୍‌ ବିଜୟ ସେଥୁପତିଙ୍କ ସହିତ କ୍ୟାରିଅର୍‌ର  ପ୍ରଥମ ଫିଲ୍ମ ‘ମେରି ଖ୍ରୀଷ୍ଟମାସ’ । ଗତ ନଭେମ୍ବରରେ  ‘ଫୋନ୍‌ ଭୂତ୍‌’ ଥିଏଟରକୁ ଆସିଥିଲା । ଏବେ ବଡ଼ଦିନ  ଅବସରରେ ‘ମେରି ଖ୍ରୀଷ୍ଟମାସ’ ମୁକ୍ତିଲାଭ  କରିବାକୁ ଯୋଜନା ହୋଇଥିଲା । କିନ୍ତୁ ନିର୍ମାତା  ଏ ବର୍ଷ ଫିଲ୍ମ ରିଲିଜ୍‌ କରିବାରେ ସଫଳ  ହେଲେ ନାହିଁ। ସେଥିପାଇଁ ଫିଲ୍ମ ରିଲିଜ୍‌କୁ ଅପେକ୍ଷା  କରିଥିବା ଫ୍ୟାନ୍‌ଙ୍କ ପାଇଁ ଏକ ଉପହାର ଦେଇଛନ୍ତି ।

wp:html
/wp:html

 ଡିସେମ୍ବର ୨୫ର ଦିନକ ପୂର୍ବରୁ ଅର୍ଥାତ୍‌ ଗତକାଲି  ସକାଳେ ‘ମେରି କ୍ରିସ୍‌ମାସ’ର ନିର୍ମାତା ଏହାର ପ୍ରଥମ  ପୋଷ୍ଟର୍‌ ଜାରି କରିଛନ୍ତି। ଏହି ମଜାଦାର ପୋଷ୍ଟର୍‌ରେ ଦୁଇଟି ଭଙ୍ଗା ୱାଇନ୍‌  ଗ୍ଲାସ୍‌ ରହିଛି, ଯାହାକୁ ଫିଲ୍ମର ଦୁଇଜଣ ମୁଖ୍ୟ ଚରିତ୍ର ଧରି  ଚିୟର୍‌ କରିଛନ୍ତି । ପୋଷ୍ଟର୍‌ଟି ଫ୍ୟାନ୍‌ଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।  ତେବେ ଆଜି ଦିନରେ ଫିଲ୍ମକୁ ଅପେକ୍ଷା କରିଥିବା ଫ୍ୟାନ୍‌ଙ୍କୁ  ଏହା ଖୁସି ଦେଇଛି ।

ପ୍ରଥମ ଥର ବିଜୟ ସେଥୁପତିଙ୍କ  ସହ କ୍ୟାଟ୍‌ଙ୍କ ଯୋଡ଼ିକୁ ବେଶ ଉତ୍ସାହର ସହ ଅପେକ୍ଷା  କରିଛନ୍ତି ସିନେପ୍ରେମୀ । ମିଡିଆ ରିପୋର୍ଟ ଅନୁସାରେ,  ରଣବୀର ସିଂହଙ୍କ ‘ସର୍କସ୍‌’ ଓ ଟାଇଗର ଶ୍ରଫ୍‌ଙ୍କ  ‘ଗଣପଥ୍‌’ ସହିତ ଫିଲ୍ମକୁ ରିଲିଜ୍‌ ନ କରିବା  ଉଦ୍ଦେଶ୍ୟରେ ନିର୍ମାତା ‘ମେରି କ୍ରିସ୍‌ମାସ’ର  ରିଲିଜ୍‌ ତାରିଖ ଘୁଞ୍ଚାଇଥିଲେ । ଏଇଟି ଆସନ୍ତା  ବର୍ଷ ମୁକ୍ତିଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.