ବିବାହ ପରେ କ୍ୟାଟ୍ରିନାଙ୍କ କମ୍‌ବ୍ୟାକ୍‌, ପୋଷ୍ଟର ସେୟାର କରି ଜଣାଇଲେ ଫିଲ୍ମ ରିଲିଜ୍‌ ଡେଟ୍‌

Published By : Prameya-News7 Bureau | June 28, 2022 IST

ମୁମ୍ବାଇ ୨୮।୦୬ : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଜଣାଇଛନ୍ତି। ବିବାହ ପରେ ଅଭିନେତ୍ରୀ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହେବା ନେଇ ଘୋଷଣା କରିଛନ୍ତି। ତାଙ୍କୁ ଏବଂ ତାଙ୍କ ଫିଲ୍ମକୁ ଦୀର୍ଘ ସମୟ ଧରି ପରଦାରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରଟି ହେଉଛି 'ଫୋନ୍ ଭୂତ' । ଏନେଇ ସୋସିଆଲ ମିଡିଆରେ କ୍ୟାଟ୍ରିନା ପୋଷ୍ଟ ସେୟାର କରି ଆଗାମୀ ଫିଲ୍ମ 'ଫୋନ୍ ଭୂତ୍‌'ର ରିଲିଜ୍ ତାରିଖ କହିଛନ୍ତି।

wp:html
/wp:html

ଫିଲ୍ମର ପୋଷ୍ଟ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି, 'ଫୋନ୍ ଭୂତ୍ ଦୁନିଆକୁ ଆପଣଙ୍କୁ ସ୍ବାଗତ। ୭ ଅକ୍ଟୋବର ଦିନ ସିନେମା ହଲ୍‌ରେ ଧମାଲ୍‌ କରିବ। କ୍ୟାଟ୍ରିନାଙ୍କ ଏହି ପୋଷ୍ଟ ଦେଖିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ର ପ୍ରତି ଉତ୍ସାହିତ ହୋଇପଡିଛନ୍ତି। ଏହି ଫିଲ୍ମରେ ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ, କ୍ୟାଟ୍ରିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ନିକଟରେ ଫିଲ୍ମର ଟିଜର ରିଲିଜ୍ ହୋଇସାରିଛି । ଏହି ୨୨ ସେକେଣ୍ଡର ଟିଜରରେ ଜଣେ ମହିଳା ଭୂତର ଲୁକ୍‌ ନିଶ୍ଚିତ ଭାବରେ ଦେଖିବାକୁ ମିଳିଛି, ଯେଉଁ କାରଣରୁ କଳ୍ପନାଜଳ୍ପନା କରାଯାଉଛି ଯେ ବର୍ତ୍ତମାନ କ୍ୟାଟ୍ରିନା ତାଙ୍କ ପ୍ରଶଂସକଙ୍କୁ ଭୟଭୀତ କରିବା ପ୍ରସ୍ତୁତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.