ସିଦ୍ଧିବିନାୟକ ଦର୍ଶନ କଲେ ଭି-କ୍ୟାଟ୍, ଫଟୋରେ ନଜର ଆସିଲେ କୌଶଲ ପରିବାର
7/01/2023 at 8:10 AM

ମୁମ୍ଵାଇ ୦୭।୦୧: ବଲିଉଡ୍ର ମୋଷ୍ଟ ଲଭେବଲ କପଲ ଭି-କ୍ୟାଟ୍। ଲମ୍ଵା ଭ୍ୟାକେସନ ପରେ ନିଜ ଘରକୁ ଫେରିଛନ୍ତି। ମୁମ୍ଵାଇ ଫେରିବା ପରେ କ୍ୟାଟ୍ରିନା ଓ ଭିକି ପ୍ରଥମେ ପରିବାର ସହ ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ପହଞ୍ଚିଛନ୍ତି। ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଶାଶୁଙ୍କ ପାଖରେ କ୍ୟାଟ୍ରିନା ଛିଡା ହୋଇଛନ୍ତି। କ୍ୟାଟ୍ ଟ୍ରାଡିସ୍ନାଲ ଲୁକ୍ରେ ଖୁବ୍ ସୁନ୍ଦର ଦେଖାଯାଉଥିବା ତାଙ୍କ ଫ୍ୟାନ୍ସ ତାଙ୍କ ଉପରେ ପ୍ରେମ ବର୍ଷ କରୁଛନ୍ତି।

କହିବାକୁ ଗଲେ କ୍ୟାଟ୍ରିନା ଏବଂ ଭିକି ସେମାନଙ୍କ ବିବାହ ବାର୍ଷିକୀ ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସହର ପରିଦର୍ଶନ କରିଥିଲେ। ପ୍ରଥମତ ସେମାନେ ସେମାନଙ୍କର ବିବାହ ବାର୍ଷିକୀରେ ହିଲ୍ ଷ୍ଟେଶନ ଯାଇଥିଲେ । ଏହା ପରେ ଦୁହେଁ ନୂଆ ବର୍ଷ ପାଳନ କରିବାକୁ ରାଜସ୍ଥାନର ଜଙ୍ଗଲର ସଫାରିକୁ ବାଛିଥିଲେ। ବିବାହ ବାର୍ଷିକୀରୁ କିଛି ଫଟୋ ସେୟାର କରି ବାଣ୍ଟି ଭିକିଲ ଲେଖିଛନ୍ତି, ‘ସମୟ ଉଡିଯାଏ … କିନ୍ତୁ ଏହା ତୁମ ସହ ଯାଦୁକାରୀ ଉପାୟରେ ଉଡିଥାଏ ମୋ ପ୍ରେମ । ବିବାହର ଏକ ବର୍ଷ ପୂରଣ କରିଥିବାରୁ ଅଭିନନ୍ଦନ । ତୁମେ କଳ୍ପନା କରିବା ଅପେକ୍ଷା ମୁଁ ତୁମକୁ ଅଧିକ ଭଲ ପାଏ ।
କହିବାକୁ ଗଲେ କ୍ୟାଟ୍ରିନା ଏବଂ ଭିକି ପ୍ରାୟ ୨ବର୍ଷ ପରସ୍ପରକୁ ଡେଟ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପୂର୍ବରୁ ଉଭୟ ନିଜ ସମ୍ପର୍କ ଉପରେ ନୀରବ ରହିଥିଲେ। ଉଭୟଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ଭିକିଙ୍କ ଫିଲ୍ମ ‘ଗୋବିନ୍ଦା ନାମ ମେରା’ OTT ରେ ମୁକ୍ତିଲାଭ କରିଛି। ପରବର୍ତ୍ତୀ ସମୟରେ ଭିକିଙ୍କୁ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ‘ସାମ୍ ବାହାଦୂର’ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଭିକି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକସ୍ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ କ୍ୟାଟ୍ରିନା ସଲମାନ ଖାନଙ୍କ ସହ ଫିଲ୍ମ ‘ଟାଇଗର’ ‘ରେ ନଜର ଆସିବେ।