ବିକିଙ୍କ ସହ କ୍ଲିନିକ୍‌ ବାହାରେ ନଜର ଆସିଲେ କ୍ୟାଟ୍ରିନା, ଜୋର ଧରିଲା ପ୍ରେଗ୍‌ନେନ୍ସି ଚର୍ଚ୍ଚା

Published By : Prameya-News7 Bureau | August 20, 2022 IST

ମୁମ୍ବାଇ ୨୦।୦୮: ବିଟାଉନ୍‌ର ପପୁଲାର କପଲ କ୍ୟାଟ୍ରିନା କୈଫ୍‌ ଏବଂ ବିକି କୌଶଲ ।  ଦୁହେଁ ତାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ସେ  ତାଙ୍କ ଜନ୍ମ ଦିନ ସେଲିବ୍ରେସନ୍‌ ପାଇଁ ମାଲଦ୍ଵୀପ ଯାଇଥିଲେ। ତାହାର ଫଟୋ ସୋସିଆଲ୍‌ ଖୁବ୍ ଭାଇରାଲ୍‌ ହୋଇଥିଲା । କିନ୍ତୁ ସେଠାରୁ ଫେରିବା ପରେ ତାଙ୍କ ଗର୍ଭଧାରଣକୁ ନେଇ ଖୁବର ଆସୁଛି । ଯାହା କିଛି ସମୟ ଧରି ଆଲୋଚନା ଚାଲିଛି। ହେଲେ ଦୁହେଁ ଏଭଳି ଖବରକୁ ଅସ୍ୱୀକାର କରୁଛନ୍ତି।

Katrina Kaif, Katrina Kaif pregnancy, Katrina Kaif pregnant, Katrina Kaif news, Katrina Kaif vicky kaushal, कैटरीना कैफ, विक्की कौशल, कैटरीना कैफ प्रेग्नेंसी, bollywood news, bollywood news in hindi

ନିକଟରେ କ୍ୟାଟ୍ରିନାଙ୍କୁ ଏହି ସପ୍ତାହରେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ​​ଯେଉଁଠାରେ ସେ ଢିଲା ପୋଷାକ ପିନ୍ଧିଥିଲେ। କେବଳ ଏତତିକି ହିଁ ନୁହେଁ ଯେମିତି ସେ ତାଙ୍କ ବେବିବମ୍ପକୁ ଲୁଚାଉଥିବାର ଜଣାପଡୁଥିଲା । କିନ୍ତୁ ବର୍ତ୍ତମାନ କ୍ୟାଟ୍ରିନା ଏବଂ ବିକି ମୁମ୍ବାଇର ଏକ କ୍ଲିନିକ ବାହାରେ ନଜର ଆସିଥିଲେ। ପାପାରାଜି ଏହି କପଲଙ୍କୁ କ୍ଲିନିକ ବାହାରେ ଥିବା ବେଳେ କ୍ୟାମେରାରେ କଏଦ କରିଥିଲେ। କ୍ୟାଟ୍ରିନା ଏକ ଗୋଲାପୀ ରଙ୍ଗର ଲମ୍ବା କୁର୍ତ୍ତା ପିନ୍ଧିଥିବାବେଳେ ମୁହଁରେ ମାସ୍କ ଏବଂ ଚଷମା ଥିଲା। ତାଙ୍କ ପାଖରେ ଭିକିଙ୍କୁ ଦେଖିବାକୁ ମିଳିଥିଲା ।

ଯେମିତି ଆଲିଆ ଏବଂ ରଣବୀର ସେମାନଙ୍କର ପ୍ରଥମ ସନ୍ତାନ ବିଷୟ ସୂଚନା ଦେଇଛନ୍ତି । ସେହିପରି କ୍ୟାଟ୍ରିନା-ବିକି ଏବଂ ଦୀପିକା -ରଣଭୀର କେବେ ଭଲ ଖବର ଦେବେ ପ୍ରଶଂସକମାନେ କ୍ରମାଗତ ଭାବରେ ପଚାରୁଛନ୍ତି । ଏହି ସମୟରେ, ଯେତେବେଳେ ବି କ୍ୟାଟ୍ରିନା କ୍ୟାମେରା ସମ୍ନାକୁ ଆସୁଛନ୍ତି । ତାଙ୍କ ଗର୍ଭଧାରଣ ବିଷୟରେ ଗୁଜବ ପ୍ରଚାରିତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.