ବିବାହ ବାର୍ଷିକୀକୁ ସ୍ପେଶାଲ କରିବା ପାଇଁ ହିଲ୍ ଷ୍ଟେସନ୍ରେ ପହଞ୍ଚିଲେ ଭିକ୍ୟାଟ୍, ଅଭିନେତ୍ରୀଙ୍କ ଫଟୋଗ୍ରାଫର ହେଲେ ଭିକି
8/12/2022 at 9:19 AM

ମୁମ୍ଵାଇ ୦୮।୧୨: ବଲିଉଡ୍ ଇଣ୍ଡଷ୍ଟ୍ରିର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍। ସେ ତାଙ୍କ ସିଜିଲିଂ ହଟନେସ୍ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥଆନ୍ତି ନିକଟରେ ରିଲିଜ୍ ହୋଇଥିବା ଫୋନ୍ ଭୁତ୍ରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା।ବର୍ତ୍ତମାନ ଅଭିନେତ୍ରୀ ଛୁଟି କାଟୁଛନ୍ତି। ତାହା ପୁଣି ପାହାଡିଆ ଅଞ୍ଚଳରେ। ହେଲେ କ୍ୟାଟ୍ରିନା ବିବାହ ପରେ ସ୍ଵାମୀ ଭିକିଙ୍କ ସହ ଖୁସିର ସମୟ ବିତାଉଛନ୍ତି। ଏହି ସମୟରେ, ସେମାନଙ୍କ ବିବାହର ପ୍ରଥମ ବାର୍ଷିକୀ ପାଳନ କରିବାକୁ କ୍ୟାଟ୍ରିନା ଏବଂ ଭିକି ଏକାଠି ବହୁମୂଲ୍ୟ ସମୟ ଅତିବାହିତ କରିବାକୁ ପାହାଡି ଷ୍ଟେସନରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଅନେକ ଫଟୋ ସାମ୍ନାକୁ ଆସିଛି।
ଗତ ବର୍ଷ ୯ ଡିସେମ୍ବରରେ, କ୍ୟାଟ୍ରିନା ଏବଂ ଭିକି ରାଜସ୍ଥାନରେ ଦୁର୍ଗରେ ବିବାହ କରିଥିଲେ। ଏଭଳି ପରିସ୍ଥିତିରେ କ୍ୟାଟ୍ରିନା ପ୍ରଥମ ବିବାହ ବାର୍ଷିକୀ ଆଉ ଗୋଟିଏ ଦିନ ବାକି ଅଛ। ଏହି ସମୟରେ ବିବାହର ପ୍ରଥମ ବାର୍ଷିକୀକୁ ସ୍ପେଶାଲ କରିବା ପାଇଁ କ୍ୟାଟ୍ରିନା ଭିକି ସୁନ୍ଦର ପାହିଡିଆ ଅଞ୍ଚଳରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ କ୍ୟାଟ୍ରିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛନ୍ତି।
ଏହି ଫଟୋଗୁଡ଼ିକରେ, ଆପଣ ଦେଖିପାରିବେ ଯେ କ୍ୟାଟ୍ରିନା ଏକ ଫାର୍ମ ହାଉସ୍ ବାହାରେ ଠିଆ ହୋଇ ବିଭିନ୍ନ ପୋଜ୍ ଦେଉଛନ୍ତି। କ୍ୟାପସନରେ ଲେଖିଛନ୍ତି ଯେ – ପର୍ବତରେ।ଏହା ସହିତ କ୍ୟାଟ୍ରିନାଙ୍କ ଫଟୋ ଗୁଡ଼ିକ ତାଙ୍କ ସ୍ଵାମୀ ତଥା ଅଭିନେତା ଭିକି ଦ୍ଵାରା ଉଠାଯାଇଛି। ବି-ଟାଉନର ସବୁଠାରୁ ପପିଲାର କପଲ କ୍ୟାଟ୍ରିନା ଏବଂ ଭିକି । ଏଭଳି ପରିସ୍ଥିତିରେ, ଯେତେବେଳେ ଏହି ଦମ୍ପତିଙ୍କ ବିବାହର ପ୍ରଥମ ବାର୍ଷିକୀ ପାଖେଇ ଆସୁଛି, ସେତେବେଳେ ଏ ବିଷୟରେ ଅନେକ ଚର୍ଚ୍ଚା ହେଉଛି।