କ'ଣ କଲା କରୋନା ! ଶେଷରେ ଅଇଁଠା ବାସନ ମାଜିଲେ କାଟ୍ରିନା କୈଫ ଓ କାର୍ତ୍ତିକ ଆର୍ଯ୍ୟନ୍

Published By : Prameya-News7 Bureau | March 24, 2020 IST

ମୁମ୍ବାଇ ୨୪/୩: ଏବେ ଗ୍ଲାମର ଇଣ୍ଡଷ୍ଟ୍ରିକୁ ଆକ୍ରାନ୍ତ କରିଛି କରୋନା ଭାଇରସ୍। ଗ୍ଲାମର ଇଣ୍ଡଷ୍ଟ୍ରିର ଯେଉଁ ଷ୍ଟାରମାନେ ରାଜକୀୟ ଠାଣିରେ ରହୁଥିଲେ ସେମାନଙ୍କ ଲାଇଫଷ୍ଟାଇଲ୍ ପୂରା ବଦଳାଇ ଦେଇଛି କରୋନା। ଯେଉଁ ଷ୍ଟାରଙ୍କ ପାଖରେ ନିଜ ବିଜି ସ୍ୟେଡୁଲ୍ ଯୋଗୁଁ ଘରୁ ଘଣ୍ଟାଏ ବାହାରିବା ମଧ୍ୟ ସମ୍ଭବ ହେଉନଥିଲା ସେମାନଙ୍କ ପାଖରେ ଆଜି କୌଣସି କାମ ନାହିଁ। କେହି ଘରେ ନିଜ ପୁରୁଣା ଆଲମାରି ସଫା କରୁଛି ତ କେହି ବ୍ୟାୟାମରେ ନିଜ ପୂରା ସମୟ ଦେଉଛନ୍ତି। କରୋନା ଡରରେ ସମସ୍ତ ଷ୍ଟାରମାନେ ନିଜ ନିଜ ମେଡଙ୍କୁ ଛୁଟି ଦେଇଛନ୍ତି। ଏବେ ପରିସ୍ଥିତି ଏପରି ହୋଇଛି ଯେ ବାହାରୁ ଖାଇବା ମଧ୍ୟ ଅର୍ଡ଼ର ହୋଇପାରୁ ନାହିଁ।

wp:core-embed/instagram {"url":"https://www.instagram.com/p/B-FEZmEBq73/","type":"rich","providerNameSlug":"instagram","className":""}
https://www.instagram.com/p/B-FEZmEBq73/
/wp:core-embed/instagram

ତେଣୁ ଅଧିକାଂଶ ଷ୍ଟାର୍  ନିଜେ କିଚେନକୁ ଯାଇ ନିଜେ ରୋଷେଇ କରି ଖାଉଛନ୍ତି। ନିକଟରେ ଶାହରୁଖ ଖାନ୍ କରୋନାକୁ ନେଇ ଏକ ମଜାଦାୟକ ଭିଡିଓ ସେୟାର କରିଥିଲେ। ସେ ନିଜ କିଚେନରେ ଛିଡ଼ା ହୋଇ ଭିଡିଓ ସୁଟିଂ କରିଥିଲେ। କିନ୍ତୁ ଏବେ କାଟ୍ରିନା କୈଫ ଏବଂ କାର୍ତ୍ତିକ ଆର୍ଯ୍ୟନ୍ ନିଜ ଭିଡିଓ ସେୟାର କରିଛନ୍ତି। ଦୁହେଁ ନିଜ ନିଜ କିଚେନରେ ବାସନ ସଫା କରୁଥିବା ନଜର ଆସିଛନ୍ତି।

wp:core-embed/instagram {"url":"https://www.instagram.com/p/B-FOolXppS0/","type":"rich","providerNameSlug":"instagram","className":""}
https://www.instagram.com/p/B-FOolXppS0/
/wp:core-embed/instagram

ଏହି ଦୁଇ ଷ୍ଟାରଙ୍କୁ ନେଇ କୁହାଯାଇଥାଏ ଯେ ଏମାନେ ଅଧିକାଂଶ କାମ ନିଜେ କରିଥାଆନ୍ତି। ଉଭୟଙ୍କ ଏବେ ଲାଇଫ ପାର୍ଟନର ନାହାନ୍ତି। ସୋସିଆଲ ମିଡିଆ ବ୍ୟତୀତ ପ୍ରକୃତ ଜୀବନରେ ମଧ୍ୟ ଉଭୟଙ୍କ ଅନେକ ଫଲୋଅର୍ସ ଅଛନ୍ତି। ଉଭୟଙ୍କ ଏହି ଭିଡିଓକୁ ଲୋକେ ଲାଇକ୍ ଏବଂ କମେଣ୍ଟ ଦେଇଛନ୍ତି।

{"id":243323,"sizeSlug":"large"}

ଓ୍ବାର୍କଫଣ୍ଟ କଥା କହିବା ଯଦି କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ଅପେକ୍ଷାରେ ରହିଛି। ସେପଟେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଦୋସ୍ତାନା ୨’ ଏବଂ ‘ଭୁଲ ଭୁଲୈୟା ୨’ ମଧ୍ୟ ଆସିବାକୁ ଅଛି।

{"id":243324,"sizeSlug":"large"}




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.