ଅର୍ଜ୍ଜୁନଙ୍କୁ ଟ୍ରୋଲ୍ କଲେ କାଟ୍ରିନା : ଅର୍ଜ୍ଜୁନଙ୍କ ଜବାବ ପରେ ୟୁଜର୍ସମାନେ ମାଗିଲେ କାଟ୍ରିନାଙ୍କ ନମ୍ବର
28/02/2020 at 11:14 AM

ମୁମ୍ବାଇ ୨୮/୨: ସାଧାରଣ ସୋସିଆଲ ମିଡିଆ ୟୁଜର୍ସଙ୍କ ଭଳି ବଲିଉଡ ଷ୍ଟାରମାନେ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାଆନ୍ତି। ସେମାନେ ମଧ୍ୟ ଅଧିକାଂଶ ସମୟରେ ପରସ୍ପରର ଫଟୋ ଏବଂ ଭିଡିଓରେ ଲାଇକ୍ ଏବଂ କମେଣ୍ଟ କରିଥାଆନ୍ତି। ଏପରି କ୍ଷେତ୍ରରେ ଷ୍ଟାରମାନେ ପରସ୍ପରକୁ ମଜାଳିଆ କମେଣ୍ଟ ଦେଇଥାଆନ୍ତି। ଠିକ୍ ଏପରି କିଛି ଦେଖିବାକୁ ମିଳିଛି ଅର୍ଜ୍ଜୁନ କପୁର ଏବଂ କାଟ୍ରିନା କୈଫଙ୍କ ମଧ୍ୟରେ।

ନିକଟରେ ଅର୍ଜ୍ଜୁନ କପୁର ଏକ ଷ୍ଟାଇଲିସ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋରେ ଅର୍ଜ୍ଜୁନ ଗ୍ରେ କଲରର ଟି ଶର୍ଟ ସହ ଡେନିମ୍ ଜ୍ୟାକେଟ୍ ପିନ୍ଧିଛନ୍ତି। ଫଟୋରେ ଅର୍ଜ୍ଜୁନ କପୁର ସୁନ୍ଦର ପୋଜ ଦେଇଛନ୍ତି। କିନ୍ତୁ ଏହି ପୋଜକୁ ନେଇ କାଟ୍ରିନା ଏକ ମଜାଳିଆ କମେଣ୍ଟ ଦେଇଛନ୍ତି।
ଅର୍ଜ୍ଜୁନଙ୍କ ଫଟୋରେ କାଟ୍ରିନା କମେଣ୍ଟ ଦେଇଛନ୍ତି,‘କ’ଣ ହେଲା ତମେ କିଛି ହରାଇଛ କି?’କାଟ୍ରିନାଙ୍କ ଏହି କମେଣ୍ଟକୁ ସୋସିଆଲ ମିଡିଆ ୟୁଜର୍ସ ପସନ୍ଦ କରିଛନ୍ତି। ଅର୍ଜ୍ଜୁନ ମଧ୍ୟ କାଟ୍ରିନାଙ୍କ ଏହି କମେଣ୍ଟର ଦମଦାର ଜବାବ ରଖିଛନ୍ତି।

ଅର୍ଜ୍ଜୁନ କପୁର,କାଟ୍ରିନାଙ୍କ କମେଣ୍ଟରେ ଜବାବ ଦେଇ ଲେଖିଛନ୍ତି,‘ ମୁଁ ତୁମ ନମ୍ବର ହଜାଇ ଦେଇଛି!ଦୟା କରି ଏଠାରେ ପଠାଇ ଦିଅନ୍ତୁ।’ ଅର୍ଜ୍ଜୁନ କପୁରଙ୍କ ଜବାବ ମଧ୍ୟ ଫ୍ୟାନଙ୍କୁ ବହୁତ ପସନ୍ଦ ଆସିଥିଲା,ଯାହା ପରେ ଫ୍ୟାନମାନେ ମଧ୍ୟ ତାଙ୍କ ନମ୍ବର ମାଗିଥିଲେ। ଅର୍ଜ୍ଜୁନଙ୍କ ଏହି ଜବାବରେ ଏବେ ସୁଦ୍ଧା କାଟ୍ରିନାଙ୍କ କୌଣସି ଜବାବ ଆସିନାହିଁ।

ଅର୍ଜ୍ଜୁନ ଏବଂ କାଟ୍ରିନା ଇନଷ୍ଟାଗ୍ରାମରେ ପରସ୍ପରକୁ ଟିଜ୍ କରିବାର ଗୋଟିଏ ବି ସୁଯୋଗ ଛାଡ଼ନ୍ତି ନାହିଁ। ଗତ ବର୍ଷ କାଟ୍ରିନା ନିଜ ବାର୍ଥଡେ ଟ୍ରିପରେ ମେକ୍ସିକୋ ଯାଇଥିଲେ ସେତେବେଳେ ଅର୍ଜ୍ଜୁନ ତାଙ୍କ ଫଟୋରେ କମେଣ୍ଟ କରି ଲେଖିଥିଲେ,‘ତୁମେ ଖାସ୍ କରି ଫଟୋ ଶୁଟ୍ ପାଇଁ ଯାଇଛ’।

କାଟ୍ରିନାଙ୍କ ଫିଲ୍ମ କ୍ୟାରିଅର କଥା କହିବା ଯଦି ଜିରୋ ପରେ ଏବେ କାଟ୍ରିନା କୈଫ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ। ଏହି ଫିଲ୍ମ ନିର୍ଦେଶକ ରୋହିତ ସେଟ୍ଟୀ। ମାର୍ଚ୍ଚ ୨୪ତାରିଖରେ ଏହି ଫିଲ୍ମ ରିଲିଜ ହେବ। ଫିଲ୍ମରେ ସିମ୍ବାର ରଣବୀର ସିଂହ ଏବଂ ସିଙ୍ଘମର ଅଜୟ ଦେବଗନ୍ ମଧ୍ୟ ନଜର ଆସିବେ।