ଅଭାବନୀୟ, କୁକୁର ପାଟିରେ ମଲା ଶିଶୁର ମୁଣ୍ଡ

Published By : Prameya-News7 Bureau | August 23, 2021 IST

ବ୍ରହ୍ମପୁର ୨୩।୦୮: କୁକୁର ପାଟିରେ ମଲା ଶିଶୁର ମୁଣ୍ଡ । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମେଡିକାଲ ପରିସରରେ ବାରମ୍ବାର ଏପରି ଘଟୁଥିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ଜାହିର କରିଛନ୍ତି ।

ମେଡିକାଲ ପରିସର ପିଜି ହଷ୍ଟେଲ୍‌ ନିକଟ ଦେଇଯାଇଥିବା ନାଳରୁ ଏକ ମଲା କଟାମୁଣ୍ଡକୁ କୁକୁର ନେଇଥିବାର ଦେଖାଯାଇଥିଲା । କୁକୁରଟି ନାଳରୁ ଧରି ତାହାକୁ ନିକଟସ୍ଥ ଏକ ଲତା ବୁଦାରେ ଲୁଚାଇଥିଲା। ଏହାପରେ ତାହା ନାଳରେ ଭାସୁଥିବାର ଦେଖାଯାଇଥିଲା। ତେବେ ଏହି ମୁଣ୍ଡଟି ନବ ଜାତକ ଶିଶୁର ବୋଲି ଜଣାପଡିଛି। ଶିଶୁଟି ମରିଯିବା ପରେ ତାହାକୁ ନାଳରେ ଫୋପାଡ଼ି ଦେଇଥିବା ବେଳେ କୁକୁର ତାହାକୁ ନାଳରୁ ପାଇଥିବା ଆଶଙ୍କା କରାଯାଉଛି। ବାରମ୍ବାର ମେଡିକାଲ ପରିସରରେ ଏଭଳି ନବଜାତ ଶିଶୁଙ୍କ ଶବ ମିଳୁଥିବାର ନଜର ରହିଛି। ଏଗୁଡିକ ମେଡିକାଲ କିମ୍ବା ଆଖପାଖ ମେଡିକାଲରେ ଜନ୍ମିତ ଶିଶୁ ମୃତ୍ୟୁ ପରେ ନିର୍ଜନ ଥିବା ନାଳରେ ଫୋଫାଡ଼ି ଦେଉଛନ୍ତି । ଯାହାଫଳରେ ଏପରି ଘଟଣା ସବୁ ଘଟୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ନାଳରେ ମୃତଦେହ ପଡିଥିବା ନେଇ ଅଭିଯୋଗ କଲେ  ପୋଲିସ ତାହାକୁ ସଂଗ୍ରହ କରି ନିକଟସ୍ଥ ମଶାଣିରେ ପୋତିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.