ତେଜିଲା କାଷ୍ଟିଂ କାଉଚ୍‌ କଳି, ୨ ଅଭିନେତ୍ରୀଙ୍କ ନାଁରେ ଆକ୍ସନ ନେବେ କହିଲେ ପ୍ରଯୋଜକ

Published By : Prameya-News7 Bureau | June 09, 2023 IST

ଭୁବନେଶ୍ୱର ୦୯/୦୬: ଓଡ଼ିଆ ସିନେମାରେ କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ବଢ଼ିଲା କଳି । ସଂପୃକ୍ତ ୨ ଅଭିନେତ୍ରୀଙ୍କ ନାଁରେ ଲିଗାଲ ଆକ୍ସନ ନେବେ କହିଲେ ଫିଲ୍ମ ପ୍ରଡ୍ୟୁସର ସଂଜୟ ନାୟକ । ଦୁଇ ଅଭିନେତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ପ୍ରଯୋଜକ ଟୁଟୁ ନାୟକ । ସେ କହିଛନ୍ତି ପ୍ରମାଣ ଥିଲେ ଆଣ, ଲୋକେ ଜାଣିଛନ୍ତି ମୁଁ କଣ । ସମୟ ଆସିଲେ ସବୁ ସତ ସାମ୍ନାକୁ ଆସିବ । ପୂର୍ବ ରାଗ ରଖି ପ୍ରକୃତି ଏଭଳି କରୁଥିବା ସେ କହିଛନ୍ତି ।

ପ୍ରକୃତିଙ୍କ ଅଭିଯୋଗ ଉପରେ ସଞ୍ଜୟ କହିଛନ୍ତି, ଏହା ଏକ କପୋଳକଳ୍ପିତ ଅଭିଯୋଗ । ଏହା ସଂପୂର୍ଣ୍ଣ ମିଛ । ଯଦି କିଛି ଅଭିଯୋଗ ଆଣୁଛନ୍ତି, ତେବେ ତଥ୍ୟ ପ୍ରମାଣ ସହିତ ଅଭିଯୋଗ କରନ୍ତୁ ବୋଲି ସଞ୍ଜୟ ଚ୍ୟାଲେଞ୍ଜ ଦେଇଛନ୍ତି । ବାବୁସାନ ଘଟଣା ବେଳେ ମୁଁ ଦେଇଥିବା ମନ୍ତବ୍ୟକୁ ନେଇ ମୋତେ ଟାର୍ଗେଟ୍‌ କରାଯାଉଛି । ମୁଁ ଘଟଣାରେ ମୁଣ୍ଡ ପୂରାଇବାରୁ ମୋତେ ଟାର୍ଗେଟ କରାଯାଇଛି । ମୋ ଉପରେ ପୁରୁଣା ରାଗ ରଖି ପ୍ରକୃତି ମୋ ପ୍ରତି ଏଭଳି ମନ୍ତବ୍ୟ ଦେଇଛନ୍ତି। ମୁଁ ମୋ ଓକିଲ ସହ କଥା ହୋଇଛି, ଆଇନଗତ ପଦକ୍ଷେପ ନେବି।

wp:embed {"url":"https://www.prameyanews7.com/prakruti-mishra-allegation-tutu-nayak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prakruti-mishra-allegation-tutu-nayak/
/wp:embed

ସୂଚନାଥାଉକି, ପ୍ରକୃତି ମିଶ୍ର ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ସିଧାସଳଖ ଅଭିଯୋଗ ଆଣିଥିଲେ । ସେ କହିଛନ୍ତି ଯେ, ପ୍ରଯୋଜକ ଟୁଟୁ ନାୟକ ଅଭିନେତ୍ରୀଙ୍କୁ ଶୋଷଣ କରିଥାନ୍ତି। ସୁଟିଂ ସେଟ୍ ରେ ରାତିରେ ସୁଟିଂ ସରିଲେ ଅଭିନେତ୍ରୀଙ୍କୁ ପାଖକୁ ଡାକନ୍ତି। ଯଦି ତାଙ୍କ ପାଖକୁ କୌଣସି ଅଭିନେତ୍ରୀ ଯିବାକୁ ମନା କରିଦିଅନ୍ତି , ତେବେ ସେ ତାଙ୍କୁ ଫିଲ୍ମରୁ ବାହାର କରିଦିଅନ୍ତି।

wp:html /wp:html

ଏମିତିକି ବିଭିନ୍ନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭି ନୟ କରିବା ପାଇଁ ସୁଯୋଗ ଦେବାର ଲୋଭ ଦେଖାଇ ସେମାନେ ନବାଗତାକୁ ଶୋଷଣ କରିଥାନ୍ତି। ନିଜ ବିରୋଧରେ ଆସିଥିବା ଅଭିଯୋଗ ଖଣ୍ଡନ କଲେ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ । ସେ କହିଛନ୍ତି ପ୍ରମାଣ ଥିଲେ ଆଣ, ଲୋକେ ଜାଣିଛନ୍ତି ମୁଁ କଣ । କହିଲେ ପ୍ରମାଣ ନଥାଇ ଅଭିଯୋଗ କରାଯାଇଛି ।

ଘଟଣାର ସତ୍ୟାସତ୍ୟ ଯାଞ୍ଚ କରାଯାଉ । ସେ ଏହା ମଧ୍ୟ କହିଛନ୍ତି ପୂର୍ବ ରାଗ ରଖି ଏଭଳି କରାଯାଉଛି । କିଛି ଝିଅଙ୍କ ପାଇଁ ପୂରା ଇଣ୍ଡଷ୍ଟ୍ରୀ ଖରାପ ହେଉଛି । କେବଳ ପ୍ରକୃତି ନୁହେଁ ଅଭିନେତ୍ରୀ ଜାସ୍ମିନ ରଥ ବି ସମାନ ଅଭିଯୋଗ ଆଣିଥିଲେ । ଗୁରୁବାର ଏହି ଦୁଇ ଅଭିନେତ୍ରୀ ଅଭିଯୋଗ ଆଣିଥିବାବେଳେ ଶୁକ୍ରବାର ଅଭିନେତ୍ରୀ ତଥା ଆଙ୍କର ପୁପୁଲ ଭୂୟାଁ ବି ଏମିତି ଅନୁପୂର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୁଁ ଯେତେବେଳେ କାମ ଆରମ୍ଭ କରିଥିଲି ସେତେବେଳେ କାଷ୍ଟି କାଉଚର ଶିକାର ହୋଇଥିଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.