Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ୟାସୀନ ମଲ୍ଲିକକୁ ଆଜୀବନ ଜେଲ୍ ପରେ ସମର୍ଥକଙ୍କ ପୁଲିସ ସହ ହିଂସା; ଶ୍ରୀନଗରରେ ଇଣ୍ଟରନେଟ୍ ବନ୍ଦ

25/05/2022 at 7:34 PM

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ସହ ଅନ୍ୟାନ୍ୟ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍ ସଜା ପାଇଛି ବିଚ୍ଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ। ଆଜି କୋର୍ଟ ତାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୟାସୀନକୁ ସଜା ହେବା ପରେ ଅଶାନ୍ତ ହୋଇଛି କାଶ୍ମୀର। ପୁଣି ଆରମ୍ଭ ହୋଇଛି ଟେକାପଥର ମାଡ଼।

ଶ୍ରୀନଗର ମାଇସୁମା ଅଞ୍ଚଳରେ ପୁଲିସ ଓ ମଲ୍ଲିକ ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଛି। ପୁଲିସକୁ ଟେକାପଥର ମାଡ଼ କରିବା ସହ ଠେଙ୍ଗା ବାଡ଼ି କାଢ଼ିଛନ୍ତି ଆତଙ୍କବାଦୀ ସମର୍ଥକମାନେ। ଘଟଣା ପୁଲିସ ଲୁହାବୁହା ଗ୍ୟାସ୍ ମାଡ଼ କରିଛି। ଏପଟେ କୋର୍ଟ ରାୟ ପ୍ରକାଶ ପରେ ମଇସୁମା ଓ ଶ୍ରୀନଗରର ତଳିଆ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

ଆଜି କୋର୍ଟ ଦଣ୍ଡ ଦେବା ପୂର୍ବରୁ ୟାସୀନ ମଲ୍ଲିକ ନିଜ ଦୋଷ ସ୍ୱୀକାର କରିଛି। ତା’ ବିରୋଧରେ ହୋଇଥିବା ମାମଲା ବିରୋଧରେ ସେ କୌଣସି ଆଇନଗତ ଲଢ଼େଇ ଲଢ଼ିବ ନାହିଁ ବୋଲି ସେ କୋର୍ଟକୁ କହିଛି। ମଲ୍ଲିକ ବିରୋଧରେ ଧାରା ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନର ୧୬(ଆତଙ୍କବାଦୀ କାର୍ଯ୍ୟକଳାପ)ସ ଧାରା ୧୭(ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ), ଧାରା ୧୮(ଆତଙ୍କୀ ସଡ଼ଯନ୍ତ୍ର କରିବା), ଧାରା ୨୦ (ଆତଙ୍କବାଦୀ ସଂଗଠନ ସଦସ୍ୟ ହେବା) ଲାଗିଛି। ତା ସହ ଧାରା ୧୨୦ ବି(ଅପରାଧିକ ଷଡ଼ଯନ୍ତ୍ର), ୧୨୪ଏ(ଦେଶଦ୍ରୋହ) ମାମଲା ଲଗାଯାଇଛି।

ମେ ୧୯ ତାରିଖରେ ସ୍ୱତନ୍ତ୍ର ଜଜ୍ ପ୍ରବୀଣ ସିଂହ ମଲ୍ଲିକକୁ ଦୋଷୀ ବୋଲି ଦର୍ଶାଇଥିଲେ। ଏବଂ ଏନ୍‌ଆଇଏକୁ ତାର ସମ୍ପତ୍ତି ବିଷୟରେ ଯାଞ୍ଚ କରିବାକୁ ନିଷ୍ପତ୍ତି ଦେବା ସହ ଫାଇନ୍‌ କେତେ ହେବ ସେ ନେଇ ତଦନ୍ତ କରିବାକୁ କହିଥିଲେ।

   Related Posts