ଦୀପାବଳି ପାଇଁ ହଜାର ହଜାର ଦୀପ ପ୍ରସ୍ତୁତ କରି ବିକିଲେ ମୁସଲିମ୍ ପରିବାର

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ ୨୩।୧୦: ଆଲୋକର ପର୍ବ ଦୀପବଳି। ଏଥିପାଇଁ କୋଣ ଅନୁକୋଣରେ ଚାଲିଛି ପ୍ରସ୍ତୁତି। କାହିଁକିନା ଏଥର ନାହିଁ କୌଣସି କଟକଣା। ଦୁଇ ବର୍ଷ ପରେ ଧୁମାଧାମରେ ପାଳନ ହେବ ଏହି ପର୍ବ।  ଘର ସଜେଇବାକୁ ରଙ୍ଗ ବେରଙ୍ଗୀ ଲାଇଟ ସହ ଖୁବ୍ ବିକ୍ରି ହେଉଛି ଦୀପ। ତେଣୁ ଦୀପ ପ୍ରସ୍ତୁତି ମାସ ମାସ ଧରି ଲାଗି ପଡ଼ିଛନ୍ତି କାରିଗର।

କାଶ୍ମୀରୀର ମୁସଲମାନ ପରିବାର ଅନେକ ସପ୍ତାହ ଧରି ମାଟି ଦୀପ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ 15,000ରୁ ଅଧିକ ମାଟି ଦୀପ ତିଆରି କରି ବିକ୍ରି କରିସାରିଲେଣି।  ଓମାର କୁମାର ଏବଂ ତାଙ୍କ ପରିବାର ଦଶନ୍ଧି ଧରି କୁମ୍ଭାର ବ୍ୟବସାୟ କରିଆସୁଛନ୍ତି। ଚଳିତ ବର୍ଷ ସେମାନେ ପ୍ରଥମ ଥର ପାଇଁ ଦୀପାବଳି ଦିୟା (ଦୀପ) ତିଆରି କରିଛନ୍ତି।

{"id":699491,"width":837,"height":479,"sizeSlug":"full","linkDestination":"none"}

ଅକ୍ଟୋବର 24 ରେ ସମଗ୍ର ଭାରତରେ ପାଳନ କରାଯିବ ଦୀପାବଳି।  ଏଥିପାଇଁ କୁମ୍ଭାର ପରିବାର ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ହଜାର ହଜାର ଦୀପ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଛି। କାଶ୍ମୀର ଉପତ୍ୟକାର ପାରମ୍ପାରିକ ଗ୍ଲେଜେଡ୍ କୁମ୍ଭାର କଳାକୁ ବଞ୍ଚାଇବା ପାଇଁ ଓମାର ତାଙ୍କ ପରିବାର ଏହି କାମ କରି ଆସୁଛନ୍ତି।  ଓମାର କହିଛନ୍ତି,'' ଆମେ ଚଳିତ ବର୍ଷ ବହୁତ ଅଧିକ ଅର୍ଡର ପାଇଛୁ।  ଗତ ବର୍ଷ ଆମ ପାଖରେ ପ୍ରାୟ 800 ଅର୍ଡର ଥିଲା। ଏହି ବର୍ଷ 15,000ରୁ ଅଧିକ ଅର୍ଡର ମିଳିଛି।  ଆମେ ଦୀପଗୁଡ଼ିକୁ କୁଲଗାମକୁ ପଠାଇଛୁ ଯେଉଁଠାରୁ ସେହି ଦୀପକୁ ସମଗ୍ର ଭାରତକୁ ପଠାଯାଉଛି। ଆମେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ପାର୍ଥକ୍ୟ କରୁନାହୁଁ, ଆମେ ସମସ୍ତେ ଖୁସିରେ ଏକାଠି ବାସ କରୁ ଏବଂ ଆମେ ଅନ୍ୟ ସମ୍ପ୍ରଦାୟର ମଧ୍ୟ ଜିନିଷ କିଣୁ । ଓମାର କୁମାର କହିଛନ୍ତି ଯେ ଆମେ ଏହି ଦୀପାବଳିରେ ଭଲ ଟଙ୍କା ରୋଜଗାର କରିଛୁ।''

ଦୀପାବଳି ପାଇଁ ଓମାର ତାଙ୍କ ଅଞ୍ଚଳରେ ହିନ୍ଦୁ ଲୋକମାନଙ୍କୁ ମାଗଣାରେ ଶହ ଶହ ଦୀପ ବାଣ୍ଟିଛନ୍ତି। କାଶ୍ମୀର ସର୍ବଦା ସମ୍ପ୍ରଦାୟରେ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି।  ଏହି ମୁସଲିମ ପରିବାର ଦୀପାବଳିରେ ଦୀପ ତିଆରି ଏହାକୁ ପ୍ରମାଣିତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.