ବ୍ରିଟିଶ ସଂସଦରେ ପାକିସ୍ତାନ ପ୍ରୋପାଗଣ୍ଡାର ଜବାବ ରଖିଲେ କାଶ୍ମୀର ସାମ୍ବାଦିକ, କହିଲେ-ମୁଁ ମଲଲା ୟୁସୁଫଜୟି ନୁହେଁ

Published By : Prameya-News7 Bureau | February 23, 2024 IST

ଲଣ୍ଡନ ୨୩।୨: କାଶ୍ମୀର ସାମ୍ବାଦିକ ୟାନା ମୀର ବ୍ରିଟିଶ ସଂସଦରେ ପାକିସ୍ତାନ ପ୍ରୋପାଗଣ୍ଡାର ଧଜିଆ ଉଡାଇଛନ୍ତି। ସେ କହିଛନ୍ତି ଯେ ମୁଁ ମଲଲା ୟୁସୁଫଜଇ ନୁହେଁ ଯିଏ ଦେଶଛାଡି ପଳାନ କରିବେ। ଆତଙ୍କବାଦ ବିରୋଧରେ ମୋ ଦେଶର ନୀତି ସ୍ପଷ୍ଟ ଓ ମୋ ଦେଶରେ ଆତଙ୍କବାଦୀ ନାହିଁ ବୋଲି ୟାନା ମୀର ସଫାସଫା ଶୁଣାଇଛନ୍ତି। କାଶ୍ମୀର କାର୍ଯ୍ୟକର୍ତ୍ତା ତଥା ସାମ୍ବାଦିକ ୟାନା ମୀର ଅନ୍ତର୍ଜାତୀୟ ମଞ୍ଚରେ ଭାରତର ଛବିକୁ ବିଗାଡୁଥିବା ପାକିସ୍ତାନୀ ପ୍ରଚାରର ନିନ୍ଦା କରିଛନ୍ତି ଓ କହିଛନ୍ତି ସେ ଯେଉଁ କାଶ୍ମୀରରେ ରହୁଛନ୍ତି ତାହା ଭାରତର ଅଂଶବିଶେଷ, ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସ୍ୱାଧୀନ।

ଲଣ୍ଡନରେ ୟୁକେ ସଂସଦ ଦ୍ୱାରା ଅନୁଷ୍ଠିତ ‘ସଂକଳ୍ପ ଦିବସ’କୁ ସମ୍ବୋଧିତ କରି ୟାନା ମୀର କହିଛନ୍ତି ଯେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜମ୍ମୁ-କାଶ୍ମୀରର ଲୋକଙ୍କୁ ବାଣ୍ଟିବାର କାମ ବନ୍ଦ କରାଯାଉ। ସେ କହିଛନ୍ତି ଯେ ମୁଁ ମଲଲା ୟୁସୁଫଜଇ ନୁହେଁ ଯିଏ ଆତଙ୍କବାଦ ବିପଦ ପାଇଁ ଦେଶଛାଡି ପଳାୟନ କରିବାକୁ ଚିନ୍ତା କରିପାରିଲେ। କାରଣ ମୋ ଦେଶ ସର୍ବଦା ଆତଙ୍କବାଦ ବିରୋଧରେ ଦୃଢ ଓ ମଜଭୁତ ଭାବେ ଛିଡା ହୋଇଛି। ମୀର କହିଛନ୍ତି ଯେ ମୁଁ ମୋ ଦେଶ ଭାରତରେ ସ୍ୱାଧୀନ ଓ ସୁରକ୍ଷିତ, ମୋ ମାତୃଭୂମି କାଶ୍ମୀର ଯାହା ଭାରତର ଅଂଶବିଶେଷ। ମୋତେ କେବେବି ପଳାୟନ କରି ଆପଣଙ୍କ ଦେଶରେ ଶରଣ ନେବାକୁ ପଡିବନି, କାରଣ ମୁଁ ମଲଲା ୟୁସୁଫଜଇ ନୁହେଁ।

wp:html /wp:html

ହେଲେ ମୋତେ ମୋ ଦେଶ, ପ୍ରଗତିଶୀଳ ମାତୃଭୂମିକୁ ଉତ୍ପିଡ଼ିତ କହି ବଦନାମ କରୁଥିବା ମଲଲାକୁ ନେଇ ଗଭୀର ଆପତ୍ତି ରହିଛି। ମୋତେ ସୋସିଆଲ ମିଡିଆ, ଅନ୍ତର୍ଜାତୀୟ ଗଣମାଧ୍ୟମ  ଏପରି ସବୁ ଟୁଲକିଟ୍ ସଦସ୍ୟଙ୍କୁ ନେଇ ଆପତ୍ତି ରହିଛି ଯେଉଁମାନେ କେବେବି ଭାରତୀୟ କାଶ୍ମୀରକୁ ନ ଯାଇ ସେଠାକାର ଉତ୍ପିଡନର କାହାଣୀ ଗଢୁଛନ୍ତି। କାର୍ଯ୍ୟକ୍ରମ କାଳରେ କାଶ୍ମୀର ସାମ୍ବାଦିକ ସମ୍ବୋଧିତ କରୁଥିବା ବେଳେ ଲୋକେ ତାଳି ବଜାଇ ତାଙ୍କୁ ସ୍ୱାଗତ କରୁଥିଲେ।

ଏହି ଅବସରରେ ଜମ୍ମୁ-କାଶ୍ମୀର କ୍ଷେତ୍ରର ବିବିଧତାର ଓକିଲାତି ପାଇଁ  ୟାନା ମୀରଙ୍କୁ ଡାଇଭର୍ସିଟି ଆମ୍ବାସେଡର ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ୟାନା ମୀର ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ଓ କହିଥିଲେ ଯେ ଆର୍ଟିକ୍ଲ ୩୭୦ ହଟିବା ପରେ କାଶ୍ମୀର ଦ୍ରୁତ ପ୍ରଗତି କରୁଛି ବୋଲି କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.