suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାଶ୍ମୀରରେ ପୁଣି ବିକ୍ଷୋଭକାରୀଙ୍କ ହିଂସା ଓ ଟେକା ମାଡ

8/05/2018 at 6:26 AM

କାଶ୍ମୀରରେ ପୁଣି ବିକ୍ଷୋଭକାରୀଙ୍କ ହିଂସା ଓ ଟେକାମାଡ଼ । ସୋମବାର ବିକ୍ଷୋଭକାରୀଙ୍କ ଟେକାମାଡରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଶ୍ରୀନଗର – ଗୁଲମାର୍ଗ ରାସ୍ତାରେ ଏକ ପର୍ଯ୍ୟଟକ ଦଳ କାର୍ ରେ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ପ୍ରାୟ ଅଧ ଡଜନେ ଗାଡିକୁ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ ।ଏହି ଆକ୍ରମଣରେ ଆହତ ଏକାଧିକ ପର୍ଯ୍ୟଟକଙ୍କୁ ଶେର ଇ କାଶ୍ମୀର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇଲ୍ସରେ ଭର୍ଥ୍ତୀ କରାଯାଇଥିଲା । କିନ୍ତୁ ସେଠାରେ ଚେନ୍ନାଇର ପର୍ଯ୍ୟଟକ ଆର. ଥୁରୁମଣିଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୁଣ୍ଡରେ ଜୋର ଆଘାତ ଲାଗିଥିଲା । ଅନ୍ୟ ଦୁଇ ଆହତ ପର୍ଯ୍ୟଟକ ଏବେ ବି ଚିକିତ୍ସାଧିନ ଅଛନ୍ତି । ପୋଲିସ ଏନକାଉଣ୍ଟରରେ ୫ ହିଜବୁଲ ଆତଙ୍କବାଦିଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ବିକ୍ଷୋଭକାରୀ ମାନେ ବିକ୍ଷୋଭ କରୁଥିବା ବେଳେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ । ରବିବାର ଦିନ ସୋପିଆନ୍ ରେ ପୋଲିସ ଏନକାଉଣ୍ଟରରେ ୫ ହିଜବୁଲ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା । ଗତ ୫ ଦିନ ତଳେ ବିକ୍ଷୋଭକାରୀଙ୍କ ଟେକାମାଡରେ ମୁମ୍ବାଇର ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିଲେ । ସେନେଇ ତୀବ୍ର ପ୍ରତିକ୍ରିୟା ସତ୍ତ୍ୱେ ଉପତ୍ୟକାରେ ପୁଣି ଟେକାମାଡରୁ ଅଘଟଣ ଘଟିଛି । ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି । ସେ କହିଛନ୍ତି, ଏହି ଘଟଣାରେ ତାଙ୍କ ମୁଣ୍ଡ ଲଜ୍ୟାରେ ନଇଁ ଯାଉଛି । ପର୍ଯ୍ୟଟକମାନେ ରାଜ୍ୟର ଅତିଥି ହୋଇଥିବା ବେଳେ ଏପରି ଘଟଣା ତାଙ୍କୁ ମର୍ମାହତ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଗଭୀର ମର୍ମାହତ ହୋଇଥିବା ଟ୍ୱିଟ୍ କରିଛନ୍ତି ।

Leave a Reply

   Related Posts