vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଅନୁଚ୍ଛେଦ ୩୭୦ ହଟିବାପରେ ଜାଣନ୍ତୁ କ’ଣ ଅଫର ଦେଇଛନ୍ତି କାଶ୍ମୀର ମହିଳା

7/08/2019 at 9:13 PM

ସୁରାଟ : ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ସାରା ଦେଶରେ ଦେଖାଦେଇଛି ଅପୂର୍ବ ଉତ୍ସାହ। ଅନେକ ଏବେ କାଶ୍ମୀରରେ ଜମି କିଣିବା ଲାଗି ସ୍ୱପ୍ନ ବି ଦେଖୁଛନ୍ତି। ଏଥିରେ ବିବାହ କରି ଗୁଜରାଟର ସୁରଟରେ ବସବାସ କରୁଥିବା ଜନୈକା କାଶ୍ମୀର ମହିଳା ତାଙ୍କ ପୈତୃକ ଜମି ବିକିବା ଲାଗି ସୋସାଲ ମିଡିଆରେ ଅଫର ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ମହିଳାଙ୍କ ପୈତୃକ ଘର କାଶ୍ମୀରର ଉଦ୍ଦାମପୁର ପଞ୍ଚେରୀରେ । ଭୌଗଳିକ ଦୃଷ୍ଟିରୁ ତାଙ୍କ ଗାଁ ବେଶ ସୁନ୍ଦର ହୋଇଥିବା ବେଳେ ମାଟି ମଧ୍ୟ ଉର୍ବର। କାଶ୍ମୀର ସମ୍ପର୍କରେ ଏବେ ନିଷ୍ପତ୍ତି ହୋଇସାରିଥିବାରୁ ସେ ଗାଁରୁ ଜମି ବିକ୍ରି କରିବା ଲାଗି ତାଙ୍କ ଅଭିଭାବକଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାଇଛନ୍ତି।

ଏହି ମହିଳାଙ୍କ ନାମ ହେଉଛି ମୃଦୁଳା ବର୍ମା। କାଶ୍ମୀର ବ୍ରାହ୍ମଣ ପରିବାରର ଏହି ମହିଳା ରାଜସ୍ଥାନରେ ସାମ୍ବାଦିକତା ପଢିବା ପରେ ରୌନକ ବର୍ମା ନାମକ ଜନୈକ ଯୁବକଙ୍କୁ ବିବାହ କରି ଗୁଜରାଟର ସୁରାଟ ସହରରେ ରହୁଛନ୍ତି। ତେବେ ସୋସାଲ ମିଡିଆରେ କାଶ୍ମୀରକୁ ନେଇ ଥଟ୍ଟାମଜା ଚାଲିଥିବା ବେଳେ ସେ ନିଜର ପୈତୃକ ଜମି ବିକିବାକୁ ବାସ୍ତବରେ ଆଗ୍ରହ ପ୍ରକାଶ କରିଛନ୍ତି। ଯେଉଁଥିରେ କାଶ୍ମୀର ମାପ ଅନୁସାରେ ତାଙ୍କର ୧ଶହ ମରଲା ଜମିଥିବା ଉଲ୍ଲେଖ କରିଛନ୍ତି। ୧ ମରଲା ୨୭୫ ସ୍କୋୟାର ଫୁଟ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୪ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ତାଙ୍କ ଗାଁ ଏକ ଶୈଳ ନିବାସ ହୋଇଥିବାରୁ ଡିସେମ୍ବର ଓ ଜାନୁୟାରୀ ମାସରେ ବରଫ ପଡେ। ବର୍ଷର ଅନ୍ୟଦିନରେ ଏଠାରେ ପାଗ ବେଶ ଅନୁକୂଳ ରହେ।

ତାଙ୍କ ଜମିରେ ବାଦାମ ଓ ଚେରୀ ଚାଷ କରିହେବ। ତାଙ୍କ ଘର ରାଜଧାନୀ ଜମ୍ମୁରୁ ୯୦ କିଲୋମିଟର ଦୂର ହୋଇଥିବା ବେଳେ ଉଦ୍ଦାମପୁରରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ । ସୁରକ୍ଷା ଦୃଷ୍ଟିରୁ ତାଙ୍କ ଗାଁ ନିକଟରେ ଆର୍ମିର ବେଶ କ୍ୟାମ୍ପ ରହିଛି। ତେବେ କାଶ୍ମୀରରେ ଏ ପର୍ଯ୍ୟନ୍ତ ବାହାର ପ୍ରଦେଶର ଲୋକଙ୍କୁ ଜମି ବିକିବାର ଅଧିକାର ନଥିବାରୁ ତାଙ୍କ ପରିବାର ଲୋକେ ସାଗମୁଗ ଦରରେ ସ୍ଥାନୀୟ ଲୋକଙ୍କୁ ଦେବାକୁ ଚାହାନ୍ତିନି। ଏଣୁ ଜମି ଖାଲି ପଡିଛି। ଯଦି କେହି ତାଙ୍କ ଜମି କିଣିବାକୁ ଆଗ୍ରହୀ ହୁଅନ୍ତି ତେବେ ତାଙ୍କ ସହ ଯୋଗାଯୋଗ କରିବାକୁ ଜଣାଇଥିବା ବେଳେ ଏହି ପୋଷ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

   Related Posts