oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଶ୍ମୀର ପଣ୍ଡିତଙ୍କୁ ହତ୍ୟା : ନାଁ ପଚାରି ଦୁଇ ଭାଇଙ୍କୁ ଗୁଳିକଲେ ଆତଙ୍କବାଦୀ, ଜଣେ ମୃତ

16/08/2022 at 2:46 PM

file pic

ନୂଆଦିଲ୍ଲୀ, ୧୬|୦୮: ଜମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରିଛନ୍ତି । ଦକ୍ଷିଣ କାଶ୍ମୀରର ସୋପିଆନରେ ଆତଙ୍କବାଦୀମାନେ ଦୁଇ କାଶ୍ମୀର ପଣ୍ଡିତ ଭାଇଙ୍କୁ ଗୁଳିମାଡ କରିଛନ୍ତି । ସେମାନଙ୍କୁ ଆତଙ୍କୀମାନେ ଆଖିବୁଜା ଗୁଳିମାଡ କରିବା ପରେ ଜଣଙ୍କ ମୃତ୍ୟୁ ଘଟିଛି ।  

ଗୁଳିମାଡରେ ନିହତ ହୋଇଥିବା ଯୁବକ ହେଲେ ସୁନୀଲ ଭଟ୍ଟ । ତାଙ୍କ ଭାଇ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଦୁଇ ଭାଇଙ୍କ ଉପରେ ସେଓ ବଗିଚାରେ ଆତଙ୍କୀ ଆକ୍ରମଣ କରିଥିଲେ । ଉଭୟ ଭାଇ ସୁନୀଲ ଓ ପରତିମ୍ବର ସେଓ ବଗିଚାରେ ଥିବା ବେଳେ କିଛି ଆତଙ୍କବାଦୀ ଆସି ନାଁ ପଚାରିଥିଲେ । ଏହାପରେ ଆଖିବୁଜା ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ହିଁ ସୁନୀଲଙ୍କ ମୃତ୍ୟୁ ହୋଇଯାଇଥିଲା । ପରତିମ୍ବରଙ୍କୁ ମଧ୍ୟ ଗୁଳି ଲାଗିଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଗତ ଜୁନ ମାସରେ ତହସିଲ କାର୍ଯ୍ୟାଳୟରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା । ଏହା ସହ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଦୁଇ ଆତଙ୍କବାଦୀ ମଟର ସାଇକେଲ୍‌ରେ ଆସି କାଶ୍ମୀର ପଣ୍ଡିତ ସୋନୁ କୁମାର(ଜଣେ ଦୋକାନୀ)ଙ୍କ ଉପରେ ଗୁଳି ଚଳାଇଥିଲେ।

ଗତବର୍ଷ ଅକ୍ଟୋବରରେ ୫ ତାରିଖରେ କାଶ୍ମୀର ପଣ୍ଡିତଙ୍କ ଲୋକପ୍ରିୟ ନେତା ମଖନ ଲାଲ୍ ବିନ୍ଦ୍ରୋଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ତା ପୂର୍ବରୁ ଉଠା ବେପାରୀ ବୀରେନ୍ଦ୍ର ପାସ୍‌ୱାନ୍ ଓ ସରକାରୀ ସ୍କୁଲ୍‌ରେ ପ୍ରିନ୍ସପାଲ ସୁପିନ୍ଦର କୌରଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା ।

   Related Posts