ଜିନପିଙ୍ଗ ରାଷ୍ଟ୍ରପତି ହେବା ପରେ ଭାରତ-ପାକିସ୍ତାନକୁ ନେଇ ଚୀନର ପ୍ରଥମ ବୟାନ, ଜାଣନ୍ତୁ କ’ଣ କହିଲା...

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଥରେ ମୁହଁ ଖୋଲିଛି ବିସ୍ତାରବାଦୀ ଚୀନ । ଗୁରୁବାର ଚୀନ କହିଛି, କାଶ୍ମୀର ପ୍ରସଙ୍ଗକୁ ଭାରତ ଏବଂ ପାକିସ୍ତାନ ବିଚାର-ବିର୍ମଶ କରି ସମାଧାନ କରିବା ଦରକାର ଏବଂ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଏହାକୁ ଅଧିକ ଜଟିଳ କରିପାରେ ।

ଚୀନ ବିଦେଶ ମନ୍ତ୍ରଣାଳୟର ସାମ୍ୱାଦିକ ସମ୍ମିଳନୀ ସମୟରେ ପାକିସ୍ତାନର ଜଣେ ସାମ୍ୱାଦିକ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ଏହାର ଜବାବରେ ଚୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଚୀନର ସ୍ଥିତି ନିରନ୍ତର ଏବଂ ସ୍ପଷ୍ଟ ରହିଛି ।

ଚୀନ ମୁଖପାତ୍ର କହିଛନ୍ତି, ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଇତିହାସରୁ ଚାଲିଆସିଥିବା ପ୍ରସଙ୍ଗ । ୟୁଏନ ଚାର୍ଟର, ସୁରକ୍ଷା ପରିଷଦର ପ୍ରସ୍ତାବ ଏବଂ ଦ୍ୱିପାକ୍ଷିକ ବୁଝାମଣା ଅନୁସାରେ ସମାଧାନ କରାଯିବା ଦରକାର । ଚୀନ ମୁଖପାତ୍ର କହିଛନ୍ତି, ଉଭୟ ପକ୍ଷ ଏକତରଫା କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବା ଦରକାର । ଏହା ସ୍ଥିତିକୁ ଅଧିକ ଜଟିଳ କରାପାରେ । ଉଲ୍ଲେଖଯୋଗ୍ୟ ଯେ, କାଶ୍ମୀର ପ୍ରସଙ୍ଗରେ ଭାରତ ତୃତୀୟ ପକ୍ଷର ହସ୍ତକ୍ଷେପକୁ ବିରୋଧ କରିଆସୁଛି । ଜାମ୍ମୁ କାଶ୍ମୀର ସହ ଜଡିତ ମାମଲାକୁ ଭାରତ ସମ୍ପୂର୍ଣ୍ଣ ରୂପେ ନିଜର ଆଭ୍ୟନ୍ତରୀଣ ମାମଲା ବୋଲି କହିଆସୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.