‘କାଶ୍ମୀର ଫାଇଲ’ରୁ ‘ଉରି’ ଯାଏଁ… କମ୍ ବଜେଟର ଫିଲ୍ମ, ବକ୍ସ ଅଫିସରେ କରିଛି ଜବରଦସ୍ତ କଲେକ୍ସନ୍

Published By : Prameya-News7 Bureau | May 10, 2023 IST

ମୁମ୍ବାଇ ୧୦।୦୫: 'ଦ କେରଳ ଷ୍ଟୋରୀ' । ଗୋଟିଏ ପଟେ ଫିଲ୍ମକୁ ନେଇ ଜବରଦସ୍ତ ବିରୋଧ ଚାଲିଥିବା ବେଳେ ଅନ୍ୟପଟେ ଜୋରଦାର ଆୟ କରୁଛି ଫିଲ୍ମ। କମ ବଜେଟରେ ନିର୍ମିତ ଏହି ଫିଲ୍ମଟି କିଛି ଦିନରେ ୧୦୦କୋଟି କ୍ଲବରେ ସାମିଲ ହୋଇଯିବ। କିନ୍ତୁ ଜାଣନ୍ତି କି ବଲିଉଡରେ ଏମିତି କିଛି ଫିଲ୍ମ ବିଷୟରେ, ଯିଏକି କମ୍ ବଜେଟରେ ତିଆରି ହୋଇଥିଲେ ମଧ୍ୟ ଦମଦାର ଆୟ କରିଛନ୍ତି । ଆସନ୍ତୁ ଜାଣିବା…

{"id":784233,"sizeSlug":"full","linkDestination":"none"}

କମ ବଜେଟରେ ନିର୍ମିତ ଫିଲ୍ମ ଲିଷ୍ଟରେ ରହିଛି ଅନୁପମ ଖେରଙ୍କ ଅଭିନୀତ ଫିଲ୍ମ ଦ କାଶ୍ମୀର ଫାଇଲ୍ସ  । ବିବେକ ଅଗ୍ନିହୋତ୍ରୀ ୧୫ରୁ ୨୫ କୋଟିର ବଜେଟରେ 'କାଶ୍ମୀର ଫାଇଲ' ତିଆରି କରିଥିଲେ। ୩ କୋଟି ୫୫ଲକ୍ଷରେ ଓପନିଙ୍ଗ କରିଥିବା ଏହି ଫିଲ୍ମ ଭାରତରେ ୨୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା । କାଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣା ଦେଖାଇଥିବା ଏହି ଫିଲ୍ମ ସାରା ବିଶ୍ୱରେ ୩୪୦ କୋଟି ଟଙ୍କା ସଂଗ୍ରହ କରିଥିଲା।

{"id":784234,"width":836,"height":470,"sizeSlug":"full","linkDestination":"none"}

ଏହା ପଛକୁ ରହିଛି ୨୦୧୯ରେ ନିର୍ମିତ ବିକି କୌଶଲଙ୍କ ଫିଲ୍ମ 'ଉରି ଦ ସର୍ଜିକଲ ଷ୍ଟ୍ରାଇକ୍' । ଏହି ଫିଲ୍ମର ବଜେଟ ୨୫ କୋଟି ଟଙ୍କା ଥିଲା ବୋଲି କୁହାଯାଉଛି । ବାସ୍ତବରେ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । କେବଳ ଭାରତରେ ୨୪୫ କୋଟି ଟଙ୍କା ରୋଜଗାର କରିଥିଲା । ଯଦି ଏହାର worldwide ଆୟ କଥା କୁହାଯାଏ ତେବେ ୩୩୮ କୋଟିରୁ ଅଧିକ ଆୟ କରିଥିଲା ।

{"id":784236,"width":837,"height":523,"sizeSlug":"full","linkDestination":"none"}

୨୦୧୭ରେ ଅମୀର ଖାନ ଓ ଜୟରା ୱାସିମଙ୍କ ଫିଲ୍ମ 'ସିକ୍ରେଟ୍ ସୁପରଷ୍ଟାର' ଆସିଥିଲା । ଏହି ଫିଲ୍ମ ୧୫ କୋଟି ବଜେଟରେ ନିର୍ମିତ ହୋଇଥିଲା । ଫିଲ୍ମଟି ଭାରତରେ କେବଳ ୬୩ କୋଟି ରୋଜଗାର କରିଥିଲା । କିନ୍ତୁ ଚାଇନାରେ ସର୍ବାଧିକ ରୋଜଗାର କରିଥିଲା । ଏହା worldwide  ୮୦୦କୋଟିରୁ ଅଧିକ ଆୟ କରିଥିଲା ।

{"id":784238,"width":840,"height":630,"sizeSlug":"full","linkDestination":"none"}

୨୦୧୫ରେ କଙ୍ଗନା ରାନାୱତଙ୍କ ଅଭିନିତ ଫିଲ୍ମ 'ତନୁ ଓ୍ବେଡ୍ସ ମନୁ' ବକ୍ସ ଅଫିସରେ ଜୋରଦାର କଲେକ୍ସନ କରିଥିଲା ।  ୩୯ କୋଟିରେ ନିର୍ମିତ ଏହି ଫିଲ୍ମ ଭାରତରେ ୧୫୦ କୋଟିରୁ ଅଧିକ ଏବଂ ସାରା ବିଶ୍ୱରେ ୨୫୦ କୋଟିରୁ ଅଧିକ ସଂଗ୍ରହ ହୋଇଥିଲା।

{"id":784245,"width":837,"height":471,"sizeSlug":"full","linkDestination":"none"}

ସେହିପରି ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ  'ସ୍ତ୍ରୀ' ୨୪କୋଟିରେ ନିର୍ମିତ ହୋଇଥିଲା ।  ଯାହା ଭାରତରେ ୧୩୦ କୋଟି ଏବଂ ବିଶ୍ବବ୍ୟାପୀ ମୋଟ ୧୭୧ କୋଟି ସଂଗ୍ରହ କରିଥିଲା ।

{"id":784244,"width":838,"height":471,"sizeSlug":"full","linkDestination":"none"}

୨୦୧୪ରେ ଆସିଥିବା ଫିଲ୍ମ ଏକ ଭିଲେନ୍ ୩୯କୋଟି ବଜେଟରେ ନିର୍ମିତ ହୋଇଥିଲା । ସିଦ୍ଧାର୍ଥ ମଲହୋତ୍ରା, ରିତେଶ ଦେଶମୁଖ ଏବଂ ଶ୍ରଦ୍ଧା କପୁରଙ୍କ ଏହି ଫିଲ୍ମ ଭାରତରେ ୧୦୫ କୋଟି ଟଙ୍କା ଏବଂ ବିଶ୍ୱବ୍ୟାପୀ ମୋଟ ସଂଗ୍ରହ ଥିଲା ୧୫୩ କୋଟି ।

{"id":784241,"width":839,"height":475,"sizeSlug":"full","linkDestination":"none"}

ସେହିପରି ୨୦୧୯ରେ ତାପସୀ ପନ୍ନୁ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ 'ବଦଲା' ପରଦାକୁ ଆସିଥିଲା | ଏହି ଫିଲ୍ମର ବଜେଟ୍ ୩୭ କୋଟିରେ ସୀମିତ ରହିଥିଲା । ଫିଲ୍ମଟି ସାରା ବିଶ୍ବରେ ୧୩୭ କୋଟି ରୋଜଗାର କରିଥିବା ବେଳେ ଭାରତରେ କେବଳ ୮୮ କୋଟି ରୋଜଗାର କରିଥିଲା । 

{"id":784242,"width":837,"height":557,"sizeSlug":"full","linkDestination":"none"}

ତେବେ ୫ ମଇରେ ରିଲିଜ ହୋଇଥିବା 'ଦ କେରଳ ଷ୍ଟୋରୀ' ଦର୍ଶକଙ୍କୁ ବେଶ୍ ଆକୃଷ୍ଠ କରୁଛି ।  ଫିଲ୍ମଟି ପ୍ରଥମ ସପ୍ତାହରେ ୩୫ କୋଟିରୁ ଅଧିକ ରୋଜଗାର କରିଛି । ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ ୩୫ରୁ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଗକୁ କେତେ ରୋଜଗାର କରୁଛି ଅଦା ଶର୍ମାଙ୍କ ଏହି ଫିଲ୍ମ ତା ଉପରେ ରହିଛି ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.