AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସୁଟିଂ ସମୟରେ ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ପଲ୍ଲବୀ ଯୋଶୀ, ସ୍ଵାସ୍ଥ୍ୟକୁ ନେଇ ଆସିଲା ଅପଡେଟ୍‌

18/01/2023 at 8:04 AM

ମୁମ୍ଵାଇ ୧୮।୦୧: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ଅଭିନେତ୍ରୀ ପଲ୍ଲବୀ ଯୋଶୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦରେ ଚାଲିଥିବା ଅପକମିଂ ଫିଲ୍ମ ‘ ଦ ଭ୍ୟାକସିନ ଓ୍ଵାର’ ସୁଟିଂ ସମୟରେ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ ହୋଇଛନ୍ତି। ଆହତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଠିକ୍‌ ଅଛନ୍ତି। ଅଭିନେତ୍ରୀ ବିଶେଷ ଆଘାତ ହୋଇ ନାହାଁନ୍ତି ବୋଲି ଡାକ୍ତରମାନେ କହିଛନ୍ତି।

ତେବେ ହାଇଦ୍ରାବାଦରେ ଫିଲ୍ମ ‘ ଦ ଭ୍ୟାକସିନ ଓ୍ଵାର’ର ସୁଟିଂ ସମୟରେ ଏକ ଗାଡି ନିୟନ୍ତ୍ରଣ ହରାଇ ପଲ୍ଲବୀଙ୍କୁ ଧକ୍କା ଦେଇଥିଲା । ପଲ୍ଲବୀଙ୍କୁ ଅଧିକ ଆଘାତ ଲାଗିନି କିନ୍ତୁ ସେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଛନ୍ତି । କଶ୍ମୀର ଫାଇଲ୍ସ ସୁଟିଂ ସରିବା ପରେ ଏବେ ବିବେକଙ୍କ ଅପକମିଂ ଫିଲ୍ମ ‘ ଦ ଭ୍ୟାକସିନ୍‌ ଓ୍ଵାର’ରେ କାମ କରୁଛନ୍ତି। ଏହା ମଧ୍ୟ ଏକ ସତ କାହାଣୀ ଉପରେ ଆଧାରିତ । କୋଭିଡ ସମୟରେ ଭ୍ୟାକସିନକୁ ନେଇ ଯେଉଁମାନେ ସମସ୍ୟାରେ ରହିଛନ୍ତି, ତା ଉପରେ ଏହି ଫିଲ୍ମ ନିର୍ମାଣ କରାଯାଉଛି। ଫିଲ୍ମରେ ଅନୁପମ ଖେର ଏବଂ ନାନା ପାଟେକର ମୁଖ୍ୟ ଭୂମିକାରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଦି କଶ୍ମୀର ଫାଇଲ୍ସ ଫିଲ୍ମ କଶ୍ମୀର ପଣ୍ଡିତଙ୍କ ଜୀବନ ଏବଂ ସେମାନଙ୍କ ବଳିଦାନର କାହାଣୀ ଦେଖିବାକୁ ମିଳିଥିଲା ।  ଯାହା ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା । କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ହତ୍ୟା ଉପରେ ଆଧାରିତ ଥିଲା ।  ବର୍ତ୍ତମାନ ‘କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହୋଇଛି । କେବଳ କଶ୍ମୀର ଫାଇଲ୍ସ ନୁହେଁ ବରଂ କାନ୍ତାରା, ଆରଆରଆର, ଗଙ୍ଗୁବାଇ କାଠିଆଓ୍ଵାଡି, ଚେଲୋ ସୋ ମଧ୍ୟ ଓସ୍କାର ନୋମିନେସନ ପାଇଁ ସର୍ଟଲିଷ୍ଟ ହୋଇଛି । ଆଉ ଏହାକୁ ନେଇ ବିବେକ ଅଗ୍ନିହୋତ୍ରୀ ସମସ୍ତ ଫିଲ୍ମଙ୍କୁ ଶୁଭକାମନା ଜଣାଇଛନ୍ତି ।

   Related Posts