ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

କାଶୀ ବିଶ୍ୱନାଥ ଧାମ ଯିବା ପୂର୍ବରୁ ଗଙ୍ଗାଜଳ ନେଲେ ମୋଦି, ଗାଡି ଅଟକାଇ ବାନ୍ଧିଲେ ପଗଡି

13/12/2021 at 2:46 PM

ବାରାଣସୀ ୧୩/୧୨: କାଶୀ ବିଶ୍ୱନାଥ କରିଡର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀ ଗସ୍ତ କରିଛନ୍ତି । ବାରାଣସୀରେ ମୋଦି ପହଞ୍ଚିବା ମାତ୍ରେ ସେ ପ୍ରଥମେ କାଲ ଭୈରବ ମନ୍ଦିରରୁ ଆଶୀର୍ବାଦ ନେଇଥିଲେ । ଯାହାକୁ କାଶିର କୋଟୱାଲ କୁହାଯାଏ। ଏଥିସହିତ କାଶୀବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ଉତ୍ସାହର ସହ ସ୍ୱାଗତ କରିଥିଲେ ଓ ତାଙ୍କ ନାମରେ ସ୍ଲୋଗାନ ଦେଇଥିଲେ ।

କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଏମିତିକି ନିଜ କାରକୁ ଅଟକାଇଥିଲେ ଏବଂ ଜଣେ ବ୍ୟକ୍ତିଙ୍କ ସମ୍ମାନାର୍ଥେ ପଗଡି ମଧ୍ୟ ବାନ୍ଧିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲୋକଙ୍କ ସହ ହାତ ମିଳାଇଥିଲେ । ଏହା ଦେଖି ଲୋକେ ବହୁତ ଖୁସି ହୋଇଥିଲେ । ସୂଚନା ଥାଉକି, ପିଏମ ମୋଦି ଖିଲାଡିଆ ଘାଟରେ ପହଞ୍ଚିଥିଲେ । ସେଠାରୁ ସେ ଏକ କ୍ରୁଜରେ ଲଲିତାଘାଟ ଅଭିମୁଖେ ଯାଇଥିଲେ ।

ପରେ ସେଠାରୁ ସେ ଗଙ୍ଗାଜଳ ନେଇ କାଶୀ ବିଶ୍ୱନାଥ ଧାମ ଯାଇଥିଲେ । କହିବାକୁ ଗଲେ ଆଜି ବିଶ୍ୱନାଥ କରିଡରର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି ବରେକା ଗେଷ୍ଟ ହାଉସରେ ପହଞ୍ଚିବେ । ସନ୍ଧ୍ୟାରେ ସେ ରୋ-ରୋ ବୋଟରେ ଗଙ୍ଗା ଆରତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସମସ୍ତ ନେତା ସନ୍ଧ୍ୟା ୫.୩୦ସମୟରେ ଗଙ୍ଗା ଆରତିରେ ଯୋଗଦେବେ ।

ଏଥିସହିତ କାଶୀ ବିଶ୍ୱନାଥ କରିଡରର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ୪୦ ମିନିଟ ଧରି ସାଧୁ ସନ୍ଥଙ୍କୁ ସମ୍ବୋଧିତ କରିବେ । ଏହା ପରେ, ସେ ୧୨୦ ଶ୍ରମିକଙ୍କ ସହ ଫଟୋ ଉଠାଇବେ । ଅପରାହ୍ନରେ ଜଳପଥରେ ରବିଦାସ୍ ଘାଟକୁ ଯିବେ । ଆଜି କାଶୀରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବାରାଣାସୀରେ ଫୁଲର ପୁଷ୍ପଗୁଚ୍ଛ ଦିଆଯାଇଥିଲା । ଜନସାଧାରଣ ‘ମୋଦୀ, ମୋଦୀ’ ଏବଂ ପ୍ରଧାନମନ୍ତ୍ରୀ ‘ହର ହର ମହାଦେବ’ର ସ୍ଲୋଗାନ ଦେଇଥିଲେ ।

   Related Posts