ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

୨୪୪ ବର୍ଷ ଅପେକ୍ଷାର ଅନ୍ତ, କାଶୀ ବିଶ୍ୱନାଥ କରିଡରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

13/12/2021 at 7:21 AM

ନୂଆଦିଲ୍ଲୀ, ୧୩|୧୨: ୨୪୪ ବର୍ଷର ପ୍ରତୀକ୍ଷାର ଅନ୍ତ। କାଶୀ ବିଶ୍ବନାଥ କରିଡରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ୨ ବର୍ଷ ୯ ମାସ ୯ ଦିନରେ ଏହାର ନିର୍ମାଣ କାମ ସମ୍ପନ୍ନ ହୋଇଛି। ଏଥିପାଇଁ କାଶୀରେ ଏବେ ଉତ୍ସବର ମାହୋଲ। କାଶୀ ବିଶ୍ବନାଥ ମନ୍ଦିରକୁ ଏବେ ପୁରା ଲାଇଟରେ ସଜାଇ ଦିଆଯାଇଛି। ମନ୍ଦିର ଆଖା ପାଖ ଅଞ୍ଚଳକୁ ଗୋଟିଏ ରଙ୍ଗରେ ସଜେଇ ଦିଆଯାଇଛି। ସଡକଠୁ ଆରମ୍ଭ କରି ଛକ ବଜାର ଘାଟ ସବୁ କିଛିକୁ ଚକ ଚକ୍ ହୋଇଛି ।

ଅଯୋଧ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସରେ ଏବେ କାଶ୍ମୀ ବିଶ୍ବନାଥ ଧାମ ବାରଣାସୀ। ଶ୍ରଦ୍ଧାଳୁଙ୍କ ଲାଗି ପବିତ୍ର ସ୍ଥାନ କାଶୀକୁ ନୂଆ ରୂପ ଆଉ ନୂଆ ରଙ୍ଗ ଦେବା ଲାଗି ବଡ ପ୍ରଚେଷ୍ଟା ପ୍ରଧାନମନ୍ତ୍ରୀ ମୋଦୀଙ୍କର। ବହୁ ଦିନର ପ୍ରତୀକ୍ଷା ପରେ ଆସନ୍ତାକାଲି କାଶୀ ବିଶ୍ବନାଥ କୋରିଡରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରାୟ ସାଢେ ୫ ଲକ୍ଷ ବର୍ଗ ଫୁଟରେ ନିର୍ମିତ କାଶୀ ବିଶ୍ବନାଥ ଧାମ ହିଁ କାଶୀ ବିଶ୍ବନାଥ କୋରିଡରର ପ୍ରମୁଖ ଅଂଶ। ଏଥିରେ ରହିଛି ଛୋଟ ବଡ ୨୩ଟି କୋଠା ଆଉ ୨୭ ମନ୍ଦିର। ମନ୍ଦିରର ଭବ୍ୟତା କେତେ ଏଥିରୁ ଅନୁମାନ କରି ହେବ। କାଶୀ ବିଶ୍ବନାଥ ମନ୍ଦିରକୁ ଏବେ ପୁରା ଲାଇଟରେ ସଜାଇ ଦିଆଯାଇଛି। ମନ୍ଦିର ଆଖା ପାଖ ଅଂଚଳକୁ ଗୋଟିଏ ରଂଗରେ ସଜେଇ ଦିଆଯାଇଛି। ସଡକଠୁ ଆରମ୍ଭ କରି ଛକ ବଜାର ଘାଟ ସବୁ କିଛିକୁ ଚକ୍ ଚାକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି କାଶୀ ବିଶ୍ବନାଥ କୋରଡର ଉଦଘାଟନ କରୁଥିବା ଯୋଗୀ ସରକାର ପ୍ରସ୍ତୁତି ଜୋରଦାର କରିଛି। ପୁରା ସହର ଜାକଜକ୍ୟ ହୋଇ ଉଠିଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଗତ ଲାଗି ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ଲାଗି ଯୋଗୀ ସରକାର ଭବ୍ୟ ବନ୍ଦୋବସ୍ତ କରିଛନ୍ତି। ଏହି ଅବସରରେ ଗଙ୍ଗା ଘାଟରେ ୧୧ ଲକ୍ଷ ଦୀପ ଦାନ କାର୍ଯ୍ୟକ୍ରମ କରିଛନ୍ତି ଉତ୍ତରପ୍ରଦେଶ ସରକାର। ସରକାରୀ ଭବନରେ ଦୀପ ମଧ୍ୟ ଜଳିବ। ସେପଟେ ବାରଣାସୀର ପ୍ରତି ଘରେ ମିଠେଇ ବଣ୍ଟନ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି। ପ୍ରାୟ ୮ ଲକ୍ଷ ମିଠାଇ ବଣ୍ଟନ କରିବା ପାଇଁ ଯୋଜନା ହୋଇଛି।

ତେବେ ଉତ୍ତପ୍ରଦେଶରେ ବିଧାନସଭା ନିର୍ବାଚନ ଆଉ ମାତ୍ର ୩ ମାସ ଥିବା ବେଳେ କାଶୀ ବିଶ୍ବନାଥ କୋରିଡର ଉଦ୍ ଘାଟନ ସବୁ ବଡ କାର୍ଯ୍ୟକ୍ରମ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ଏହି କାର୍ଯ୍ୟକ୍ରମରୁ ହିଁ ବିଜେପିର ନିର୍ବାଚନୀ ଅଭିଯାନ ତେଜ ହେବ ବୋଲି ଅନୁମାନ କରାଯାଉଛି।.

   Related Posts