ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ; ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Published By : Prameya-News7 Bureau | November 23, 2018 IST

ଭୁବନେଶ୍ବର ୨୩|୧୧:  ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ ।   ଆଜିର ଦିନରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ସେଥିପାଇଁ ବିଭିନ୍ନ ପୁଷ୍କରିଣୀ ଓ ନଦୀମାନଙ୍କରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବଡି ଭୋରରୁ ବିଭିନ୍ନ ନଦୀ କୂଳ, ପୁଷ୍କରିଣୀ ଓ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ବରର ବିନ୍ଦୁ ସାଗରରେ ଦେଖିବାକୁ ମିଳିଥିଲା ପ୍ରବଳ ଜନସମାଗମ  । ସେହିପରି କଟକ ଗଡଗଡିଆ ଘାଟରେ ଆଜି ଭୋରରୁ ପ୍ରବଳ ଜନ ସମାଗମ ହୋଇଥିଲା । ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପାଟୁଅ ଓ ଶୋଲ ଡଙ୍ଗା  ଭସାଇ ନୌବାଣିଜ୍ୟକୁ ମନେ ପକାଇଥିଲେ ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.