scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାରାଙ୍କ ଉପରେ ରାଗିଗଲେ କାର୍ତ୍ତିକ ଆର୍ଯ୍ୟନ୍, କହିଲେ-‘ନିଜ ସମ୍ପର୍କକୁ ସମ୍ନାନ କର…’

21/11/2023 at 9:04 AM

ମୁମ୍ବାଇ ୨୧।୧୧: ଲୋକପ୍ରିୟ ଟକ୍ ଶୋ’ ‘କଫି ଓ୍ବିଥ୍‌ କରଣ’ । ବର୍ତ୍ତମାନ ଏହି ଶୋର ଚାଲୁଛି ସିଜିନ୍‌-୮ । ଅନେକ କଳାକାର କଫି ଓ୍ବିଥ୍‌ କରଣ ଶୋ’କୁ ଆସୁଛନ୍ତି । ନିକଟରେ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ କରଣ ଜୋହରଙ୍କ ଶୋ’କୁ ଆସିଥିଲ଼େ । କରଣ ଜୋହରଙ୍କ ସହ ଚିଟ୍-ଚାଟ୍ ସମୟରେ ଉଭୟ ନିଜ ଲଭ୍‌ ଲାଇଫ୍‌କୁ ନେଇ ଆଲୋଚନା କରିଥିଲେ । ଆଉ ଶୋରେ ସାରା ଅଲି ଖାନ ନିଜ ଏକ୍ସ ପାର୍ଟନରଙ୍କ ସହ ବ୍ରେକଅପ୍‌କୁ ନେଇ ଖୋଲାଖୋଲି କଥା ହେଇଥିଲେ । ଆଉ ସାରାଙ୍କ ଏହି କଥା ପରେ ପ୍ରତିକ୍ରିୟା ଦେଇଛନ୍ତି କାର୍ତ୍ତିକ ।

ବାସ୍ତବରେ, କଫି ଓ୍ବିଥ୍‌ କରଣ-୮ରେ ହୋଷ୍ଟ କରଣ ଜୋହର ସାରା ଅଲି ଖାନଙ୍କୁ ପଚାରିଥିଲେ ଯେ ତାଙ୍କ ପାଇଁ ଏକ୍ସ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ବନ୍ଧୁତା କରିବା କଣ ସହଜ କି ? ଏହା ଉପରେ ସାରା ସ୍ପଷ୍ଟ ଭାବେ କହିଥିଲେ କି ଏହା ସବୁବେଳେ ସହଜ ନୁହେଁ । ତେବେ ଏହାର ପ୍ରତିକ୍ରିୟାରେ କାର୍ତ୍ତିକ କହିଛନ୍ତି, “ଗୋଟିଏ କଥା ମୁଁ ଅନୁଭବ କରୁଛି ଯେ, ଯଦି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଥାଏ ତେବେ ଅନ୍ୟ ବ୍ୟକ୍ତି ମଧ୍ୟ ସେହି କଥା କହିବା ଉଚିତ୍ ନୁହେଁ। ଆମେ ସମସ୍ତେ ଆମର ସମ୍ପର୍କକୁ ସମ୍ମାନ ଦେବା ଉଚିତ୍।”

କାର୍ତ୍ତିକ ଆହୁରି କହିଛନ୍ତି ଯେ ସେ କାହା ସହିତ ତାଙ୍କ ସମ୍ପର୍କ ଥିବା ବିଷୟରେ କେବେ କହିନାହାଁନ୍ତି । ଅଭିନେତା କହିଛନ୍ତି, ମୁଁ ମୋ ପାର୍ଟନରଠାରୁ ମଧ୍ୟ ସମାନ ଆଶା କରୁଛି । ସମ୍ପର୍କ ବିଷୟରେ କହିବା କାହା ପାଇଁ ଭଲ ନୁହେଁ । ଯଦି ଜିନିଷ ଠିକ୍ ଭାବେ ନଚାଲୁଥାଏ … ସେ ଆହୁରି କହିଛନ୍ତି କି ମୁଁ ଭାବୁଛି ସେହି ସମୟକୁ ସମ୍ମାନ ଦେବା ଉଚିତ୍ । ତେବେ କାର୍ତ୍ତିକଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ ତାଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ବ୍ଲକବଷ୍ଟର ହୋଇପାରିଛି । ବର୍ତ୍ତମାନ କାର୍ତ୍ତିକଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି ।

You Can Read:

   Related Posts