କାର୍ତ୍ତିକ ମାସରେ ୨ୟ ସୋମବାର, ବେଶ୍ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ
6/11/2023 at 8:50 AM

ଆଠଗଡ଼ ୦୬।୧ ୧: ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର। ସେଥିପାଇଁ ବେଶ ଚଳଚଞ୍ଚଳ ବାବା ଧବଳେଶ୍ଵରଙ୍କ ପୀଠ । ବିଶ୍ବାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି।
ରାତି ୪ ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସ ପାଣିରେ ପବିତ୍ର ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା। ଶ୍ରଦ୍ଧାଳୁ ମାନେ ନୂଆ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ । ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।