କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନ୍ଙ୍କ ଅଭିନୀତ ‘ଶେହ୍ଜାଦା’ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ଟ୍ରେଲର୍ରେ କେମଡି ସାଙ୍ଗକୁ ଦମ୍ଦାର ଆକ୍ସନ୍ ଅବତାରରେ ନଜର ଆସିଛନ୍ତି କାର୍ତ୍ତିକ । ପ୍ରତି ଥର ଭଳି ଏଥର ବି କ୍ରିତିଙ୍କ ଗ୍ଲାମରସ୍ ଲୁକ୍ ଦେଖିବାକୁ ମିଳିଛି । ମୁମ୍ବାଇରେ ଟ୍ରେଲର୍ ଲଞ୍ଚ୍ ସମୟରେ କାର୍ତ୍ତିକ ଓ କ୍ରିତିଙ୍କ ମଧ୍ୟରେ ମଜାଦାର ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା । କ୍ରିତି କାର୍ତ୍ତିକଙ୍କୁ କହିଥିଲେ ‘ସବୁ ଫିଲ୍ମ କ’ଣ ଆପଣ ହିଁ କରିବେ? ଅନ୍ୟମାନଙ୍କୁ ବି ଫିଲ୍ମ କରିବାକୁ ଦିଅନ୍ତୁ ।’ ଉତ୍ତରରେ କାର୍ତ୍ତିକ କହିଥିଲେ, ଆପଣ ବି ଅନେକ ଫିଲ୍ମ କରୁଛନ୍ତି । ଏହା ଶୁଣି କ୍ରିତି କହିଥିଲେ ‘ଭଲ କଥା, ଆମକୁ ବି ଫିଲ୍ମ କରିବାକୁ ଦିଅନ୍ତୁ ।’ ଉଭୟଙ୍କ ଥଟ୍ଟାମଜାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ୟୁଜର୍ ଖୁବ୍ ପସନ୍ଦ କରୁଛନ୍ତି । ଏ ଅବସରରେ ଫିଲ୍ମ ‘ଶେହ୍ଜାଦା’କୁ ଅତି ଖାସ୍ ଫିଲ୍ମ ବୋଲି କ୍ରିତି କହିଥିଲେ ।
ଏହା ପୂର୍ବରୁ ଫିଲ୍ମ ସେଟ୍ରୁ କ୍ରିତି କିଛି ଫଟୋ ଶେୟାର କରି ଫିଲ୍ମର ସୁଟିଂ ଶେଷ ହେବା ବିଷୟରେ ସୂଚନା ଦେଇଥିଲେ । ଏକ ସୁନ୍ଦର ଯାତ୍ରା ଶେଷ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଖୁବ୍ଶୀଘ୍ର ଫିଲ୍ମ ସହ ପରଦାରେ ଦେଖାହେବ ବୋଲି ଫ୍ୟାନ୍ଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ ଫିଲ୍ମ ‘ଶେହ୍ଜାଦା’ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ପରେ କ୍ରିତି ଫିଲ୍ମର ପ୍ରଯୋଜିକା ପାଲଟିଥିଲେ ।
wp:html /wp:htmlଆହୁରି ଶୁଣିବାକୁ ମିଳିଥିଲା, ଫିଲ୍ମଟି ଏଭଳି ଆର୍ଥିକ ସଙ୍କଟରେ ଥିଲା ଯେ ଠିକ୍ ସମୟରେ ଯଦି କେହି ସାହାଯ୍ୟ କରିନଥାନ୍ତେ, ପ୍ରୋଜେକ୍ଟଟି ବନ୍ଦ ହୋଇଯାଇଥାନ୍ତା । ଏହା ପରେ କାର୍ତ୍ତିକ ନିଜ ପାରିଶ୍ରମିକ ଛାଡ଼ିବାକୁ କହିଥିଲେ । ଏହି ସମୟରେ ଫିଲ୍ମର ଅନ୍ୟ ନିର୍ମାତାମାନେ ତାଙ୍କୁ ପ୍ରଯୋଜକ ହେବାକୁ ଅଫର୍ କରିଥିଲେ । ‘ଶେହ୍ଜାଦା’ ହେଉଛି ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ଆଲା ବୈକୁଣ୍ଠପୁରମଲୁ’ର ହିନ୍ଦୀ ରିମେକ୍ । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରେ ଏହା ମୁକ୍ତିଲାଭ କରିବ ।