ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

‘Bhool Bhulaiyaa-2’ ହିଟ୍‌ ହେବା ପରେ ବାରଣାସିରେ ପହଞ୍ଚିଲେ କାର୍ତ୍ତିକ ଆର୍ଯ୍ୟନ, ଗଙ୍ଗା ଆରତୀରେ ହେଲେ ସାମିଲ

25/05/2022 at 11:03 AM

ମୁମ୍ବାଇ ୨୫।୦୫ : ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍‌ ଭୁଲେୟାଁ-୨’ ରିଲିଜ୍‌ ହୋଇଛି । ଫିଲ୍ମଟି ଚାରି ଦିନ ମଧ୍ୟରେ ୬୬ କୋଟି ଅତିକ୍ରମ କରିଛି । କୁହାଯାଉଛି ଖୁବ୍‌ ଶୀଘ୍ର ୧୦୦ କୋଟି ଆଡକୁ ଛୁଇଁବାକୁ ଯାଉଛି । ଏଭଳି ପରିସ୍ଥିତିରେ ନିର୍ମାତା ଭୂଷଣ କୁମାର ଫିଲ୍ମର ସଫଳତାକୁ ଦେଖି ଏତେ ଖୁସି ଯାଇଥିଲେ ଯେ କାର୍ତ୍ତିକଙ୍କ ସହ ବାରଣାସିରେ ପହଞ୍ଚିଛନ୍ତି । ଦୁହେଁ ସେଠାରେ ଭଗବାନ ଶିବଙ୍କୁ ଦର୍ଶନ କରିବା ସହିତ ଗଙ୍ଗା ଆରତୀ ମଧ୍ୟ କରିଛନ୍ତି। ଏନେଇ କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି।

ତେବେ ଫିଲ୍ମର ଅପାରସଫଳତା ପରେ କାର୍ତ୍ତିକ ଆର୍ଯ୍ୟନ ବାରଣାସିରେ ପହଞ୍ଚିଥିଲେ। ସେଠାରେ ସେ ଭୂଷଣ କୁମାରଙ୍କ ସହ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପରେ ଗଙ୍ଗା ଆରତୀରେ ମଧ୍ୟ ଭାଗ ନେଇଥିଲେ। ହେଲେ ପୋଲିସ୍‌ ସୁରକ୍ଷା ଥାଇ ମଧ୍ୟ ଭିଡ ଅନିୟନ୍ତ୍ରିତ ହେବାରୁ ପ୍ରଥମେ ମନା କରି ଦେଇଥିଲେ। ପରେ ଆଳତୀରେ ସାମିଲ୍‌ ହୋଇଥିଲେ । ଏନେଇ କାର୍ତ୍ତିକ ସୋସିଆଲ ମିଡିଆରେ ତାଙ୍କ ଦର୍ଶନ ସହ ଜଡିତ କିଛି ସ୍ବତନ୍ତ୍ର ଫଟୋ ମଧ୍ୟ ସେୟାର କରିଛନ୍ତି।

କାର୍ତ୍ତିକଓ କିଆରାଙ୍କ ଫିଲ୍ମ ୱାର୍ଲ୍ଡୱାଇଡ୍‌ରେ ଜଲୱା ଦେଖାଉଛି । ଦୁହିଁଙ୍କ ଅଭିନୟର ଯାଦୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛି । ଆଶା କରାଯାଉଛି ଯେ ଏହି ସପ୍ତାହ ଶେଷ ସୁଦ୍ଧା ଏହି ଚଳଚ୍ଚିତ୍ର ୧୦୦ କୋଟି ଅତିକ୍ରମ କରିବ।

   Related Posts