ଫିଲ୍ମ ‘ଫ୍ରେଡି’ ପାଇଁ ୧୪ କିଲୋଗ୍ରାମ୍ ଓଜନ ବଢାଇଲେ କାର୍ତ୍ତିକ ଆର୍ଯ୍ୟନ୍, ଟ୍ରାନ୍ସଫର୍ମେସନ୍ ଦେଖି ତାଜୁବ ଫ୍ୟାନ୍ସ

Published By : Prameya-News7 Bureau | October 08, 2021 IST

ମୁମ୍ବାଇ ୦୮/୧୦: କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କର ଆଗାମୀ ଫିଲ୍ମ 'ଫ୍ରେଡି' ପାଇଁ ବହୁତ ଉତ୍ସାହିତ ଅଛନ୍ତି। ସେ ନିୟମିତ ଭାବେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ତାଙ୍କ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍ ଦେଉଛନ୍ତି। କାର୍ତ୍ତିକ ତାଙ୍କର ଚମତ୍କାର ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି, ବର୍ତ୍ତମାନ ସେ ତାଙ୍କର ଚମତ୍କାର ଟ୍ରାନ୍ସଫର୍ମେସନ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏକତା କପୁରଙ୍କ ଫ୍ରେଡିରେ ତାଙ୍କ ଭୂମିକା ପାଇଁ କାର୍ତ୍ତିକ ପ୍ରାୟ ୧୨ ରୁ ୧୪ କିଲୋଗ୍ରାମ ଓଜନ ବଢାଇଛନ୍ତି।

wp:html
/wp:html

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଟନେସ୍ ଟ୍ରେନର୍ ସମୀର ଜୌରା ଏହି ସୂଚନା ଦେଇଛନ୍ତି। ନିକଟରେ ସେ ଏକ ଇଣ୍ଟରଭ୍ୟୁରେ 'ଫ୍ରେଡି'ରେ କାର୍ତ୍ତିକ ଆର୍ଯ୍ୟନଙ୍କ ଭୂମିକା ପାଇଁ ତାଙ୍କ ଟ୍ରାନ୍ସଫର୍ମେସନ୍ ଏବଂ ଓଜନ ବୃଦ୍ଧି ବିଷୟରେ କହିଛନ୍ତି।

ସମୀର ଜୌରା କହିଛନ୍ତି- 'ଟ୍ରାନ୍ସଫର୍ମେସନ୍ ମୋଟା କିମ୍ବା ପତଳା ହେବାରେ ସୀମିତ ନୁହେଁ। ଏଥିରେ ବେଳେବେଳେ ଫ୍ୟାଟ୍ ଲଗାଇବା ବି ଅନ୍ତର୍ଭୁକ୍ତ ହୋଇଥାଏ। ଏଥିପାଇଁ ଡିସିପ୍ଲିନ୍ ଆବଶ୍ୟକ ହୋଇଥାଏ ଏବଂ ବ୍ୟାୟାମ ଯୋଜନା ଆଉ ସଠିକ୍ ଡାଏଟ୍ ଅନୁସରଣ କରିବାକୁ ପଡିଥାଏ। ଫ୍ରେଡୀରେ ତାଙ୍କର ଲୁକ୍ ହାସଲ କରିବା ପାଇଁ କାର୍ତ୍ତିକ ୧୪ କିଲୋଗ୍ରାମ ଓଜନ ବଢାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.