Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

Asia Cup IND vs PAK: କାର୍ତ୍ତିକ/ହୁଡ୍ଡା କାହାକୁ ମିଳିବ ସ୍ଥାନ, ବାବର ଆଜମଙ୍କୁ ବୋଲିଂ ଚିନ୍ତା, ଜାଣନ୍ତୁ ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

27/08/2022 at 5:09 PM

ନୂଆଦିଲ୍ଲୀ: ଏସିଆ କପ୍‌ର ଦ୍ଵିତୀୟ ଦିନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ଏହି ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।ଏହି ପଡିଆରେ ଗତ ବର୍ଷ ଟି-୨୦ ବିଶ୍ଵ କପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା। ଉକ୍ତ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟ୍‌ରେ ହରାଇଥିଲା। ପାକିସ୍ତାନ ପ୍ରଥମ ଥର କୌଣସି ବିଶ୍ଵ କପରେ ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା। ଏବେ ରୋହିତ ଶର୍ମାଙ୍କ ନଜର ମ୍ୟାଚ୍ ଜିତି ପ୍ରତିଶୋଧ ନେବା ଉପରେ ରହିଛି। ଏହି ମୁକାବିଲା ପୂର୍ବରୁ ଦୁଇ ଦଳର ଚୂଡାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଜାରି ରହିଛି।

ଭାରତୀୟ ଦଳ ଉପରେ ନଜର ପକାଇଲେ ଆଠ ଖେଳାଳିଙ୍କ ସ୍ଥାନ ନିଶ୍ଚିତ ଲାଗୁଛି। ଅଧିନାୟକ ରୋହିତ ଶର୍ମା, ଉପ ଅଧିନାୟକ କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ ଏବଂ ଭୁବନେଶ୍ଵର କୁମାରଙ୍କ ଖେଳିବା ନିଶ୍ଚିତ। ଓ୍ଵିକେଟ୍ କିପରରେ ରୋହିତ ଶର୍ମା ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡିବ। ତେବେ ପନ୍ତଙ୍କ ପଲ୍ଲା ଭାରି ଥିବା ପରି ଲାଗୁଛି।

କଣ ବ୍ୟାଟସମ୍ୟାନ ହିସାବରେ ଖେଳିବେ କାର୍ତ୍ତିକ

କାର୍ତ୍ତିକ ଜଣେ ବ୍ୟାଟସମ୍ୟାନ ହିସାବରେ ଖେଳି ପାରନ୍ତି। ଏମିତି ହେଲେ ଦୀପକ ହୁଡ୍ଡାଙ୍କୁ ବାହାରେ ବସିବାକୁ ପଡିପାରେ। ହୁଡ୍ଡାଙ୍କ  ନିକଟ ପ୍ରଦର୍ଶନ ଦମଦାର ରହିଛି। ସେ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ  ହୋଇଛନ୍ତି। ସେ ଏ ପର୍ଯ୍ୟନ୍ତ ଯେତୋଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ସବୁଥିରେ ଭାରତ ବିଜୟୀ  ହୋଇଛି। ହୁଡ୍ଡା ଏବଂ କାର୍ତ୍ତିକଙ୍କୁ ରବି ଚନ୍ଦ୍ରନ ଅଶ୍ଵିନଙ୍କଠୁ ବି ଟକ୍କର ମିଳିବ। ଯଦି ରୋହିତ ଶର୍ମା ଅତିରିକ୍ତ ବୋଲରଙ୍କ ସହିତ ଓହ୍ଲାନ୍ତି ତେବେ ଅଶ୍ଵିନଙ୍କୁ ସୁଯୋଗ ମିଳିପାରେ।

ଅର୍ଶଦୀପ ଏବଂ ଅଭେଶ ଖାନଙ୍କ ମଧ୍ୟରୁ କିଏ ?

ବୋଲିଂରେ ଭୁବନେଶ୍ଵର କୁମାରଙ୍କ ସହିତ ରହିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମାତ୍ର ଦଳ ଆଉ ଜଣେ ବିଶେଷଜ୍ଞ ଦ୍ରୁତ ବୋଲର ରଖିବାକୁ ଚାହିଁବ। ଏମିତିରେ ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଅର୍ଶଦୀପ ଭାରତୀୟ ଦଳରେ ସାମିଲ୍ ଏକ ମାତ୍ର ବାମହାତୀ ବୋଲର। ସେ ଡେଥ ଓଭରରେ ଶାଣିତ ବୋଲିଂ କରିଥାନ୍ତି। ଅଭେଶଙ୍କ ତୂଳନାରେ ତାଙ୍କର ପଲ୍ଲା ଭାରି ରହିଛି।

ବୋଲିଂ ଆକ୍ରମଣକୁ ନେଇ ଫସିଛନ୍ତି ବାବର

ପାକିସ୍ତାନ ଉପରେ ନଜର ପକାଇଲେ ଦଳର ମୁଖ୍ୟ ସମସ୍ୟା ହେଉଛି ଦ୍ରୁତ ବୋଲିଂ। ଶାହିନ ଶାହ ଆଫ୍ରିଦିଙ୍କ ପରେ ମହମ୍ମଦ ହସନେନ ଦଳରୁ ବାଦ୍ ପଡି ସାରିଛନ୍ତି। ତାଙ୍କ ସ୍ଥାନରେ ହସନ ଅଲ୍ଲୀଙ୍କୁ ଦଳରେ ସାମିଲ୍ କରାଯାଇଛି। ହେଲେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବା ମୁସ୍କିଲ। ଏମିତିରେ ପାକିସ୍ତାନ ହାରିସ ରଉଫ ଏବଂ ନସୀମ ଶାହଙ୍କ ସହିତ ଶାହନଓ୍ଵାଜ ଦହାନୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ।

ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ଭାରତ– ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା/ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ।

ପାକିସ୍ତାନ– ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ଫକର ଜମାନ, ଇଫତକାର ଅହମ୍ମଦ, ଆସିଫ ଅଲୀ,  ଖୁସଦିଲ ଶାହ,  ଶାଦବ ଖାନ, ମହମ୍ମଦ ନଓ୍ଵାଜ, ନସୀମ ଶାହ, ହାରିସ ରଉଫ, ଶାହନଓ୍ଵାଜ ଦହାନୀ।

   Related Posts