କରୋନାରୁ ନିଜକୁ ସୁରକ୍ଷିତ ରହିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ୭ଟି ଜିନିଷ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫/୦୩ : କରୋନା ଭାଇରସ ଅଳ୍ପ ଦିନ ମଧ୍ୟରେ ସାରା ବିଶ୍ୱକୁ କବଳିତ କରି ରଖିଛି | କରୋନା ପାଇଁ ପୁରା ବିଶ୍ୱ ଭୟଭୀତ ହୋଇ ରହିଛି | ଭାରତ ମଧ୍ୟ ଏଥିରୁ ବାଦ ପଡିନି | ଏପର୍ଯ୍ୟନ୍ତ ଦେଶରେ ୮୨ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ସେଥିରୁ ୨ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଏହି ଘାତକ ରୋଗରୁ ବଂଚିବା ପାଇଁ ନିଜର ଖାଇବା ପିଇବା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ |

ଚୀନର କିଛି ବିଶେଷଜ୍ଞ କିଛି ଦିନ ପୂର୍ବରୁ କହିଥିଲେ ଯେ, ଏହି ଭାଇରସ ଦୁର୍ବଳ ଏବଂ ଶିଶୁଙ୍କୁ ଅତି ଶୀଘ୍ର ନିଜର ଶିକାର କରୁଛି | ଏହା କବଳରୁ ରକ୍ଷା ପାଇବା ପାଇଁ ହାଇ ଆଣ୍ଟି ଭାଇରଲ ଫୁଡ ଖାଇବା ଉଚିତ | ହାଇ ଆଣ୍ଟି ଭାଇରଲ ଫୁଡ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ଶରୀରକୁ ସୁସ୍ଥ ରଖିଥାଏ | ଆସନ୍ତୁ ଜାଣିବା ସେହି ହାଇ ଆଣ୍ଟି ଭାଇରଲ ଫୁଡ କଣ କଣ :

ନଡ଼ିଆ ତେଲ - ଘରେ ରୋଷେଇ କରିବା ସମୟରେ ସୋରିଷ ତେଲ କିମ୍ବା ରିଫାଇନ ତେଲ ବଦଳରେ ନଡ଼ିଆ ତେଲ ବ୍ୟବହାର କରିବା ଅଧିକ ଲାଭଦାୟକ | ନଡ଼ିଆ ତେଲରେ ଲରିକ ଏସିଡ ଏବଂ କେପ୍ରୀତିକ ଏସିଡ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ଶରୀରକୁ ସୁସ୍ଥ ରଖିଥାଏ |

ଭିଟାମିନ-ସି - ଭିଟାମିନ-ସି ରେ ଅଧିକ ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ରହିଛି | ଆଣ୍ଟି ଆକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସହାୟକ ହୋଇଥାଏ | ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଅଁଳା, ଲାଲ କିମ୍ବା ହଳଦିଆ ସିମଲା ଲଙ୍କା, କମଳା, ପିଜୁଳି, ଅମୃତଭଣ୍ଡା ଭଳି ଫଳ ଖାଇବା ଉଚିତ | 

ବେରି - ଅଙ୍ଗୁର, ବ୍ଲୁ ବେରି, କାନବେରି, ଷ୍ଟ୍ରବେରି, କୋକୋ, ଡାର୍କ ଚକଲେଟରେ ଅତି ବାଇଗଣୀ ରଶ୍ମି ଓ ଫାଙ୍ଗଲ ଇନଫେକ୍ସନରୁ ବଞ୍ଚିବା ପାଇଁ ସାହାଯ୍ୟ କରିଥାଏ ବରଂ ଅନେକ ପ୍ରକାରର ଭାଇରସରୁ ମଧ୍ୟ ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ | 

ଷ୍ଟାର ସୋଂଫ-  ଖାଇବାର ସୁଗନ୍ଧ ଏବଂ ସ୍ୱାଦ ବଢାଉଥିବା ପାନ ମଧୁରୀକୁ ଆଣ୍ଟି ଭାଇରଲର ନାଁ ଦିଆଯାଇଛି | ଏଥିରେ ସିକିମିକ ଏସିଡ ରହିଛି ଯାହା ଇନଫ୍ଲୁଏଞ୍ଜା ଭାଇରସରେ ପୀଡିତ ରୋଗୀଙ୍କୁ ମଧ୍ୟ ଦିଆଯାଇଥାଏ |

ଅଦା - ଅଦାରେ ଅନେକ ପ୍ରକାର ଆଣ୍ଟି ଭାଇରଲ ତତ୍ୱ ରହିଛି | ସେଥିପାଇଁ ଖାଇବାରେ ସର୍ବଦା ଅଦାକୁ ପ୍ରାଧାନ୍ୟ ଦିଆଯାଇଥାଏ | ପାନ ମଧୁରୀ ଓ ମହୁ ସହ ଅଦା ମିଶାଇ ଖାଇଲେ ଏହାର ଫଳ ଅଧିକ ଲାଭଦାୟକ ହୋଇଥାଏ | ଦିନକୁ ୩/୪ ଥର ଅଦା ସେଡନା କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ |

ତୁଳସୀ - ତୁଳସୀ ଗଛ ଘରେ ଘରେ ମହଜୂତ | ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ତୁଳସୀ ବହୁତ ଲାଭଦତକ | ପ୍ରତିଦିନ ସକାଳୁ ଗୋଟିଏ ଚାମଚ ତୁଳସୀ ରସ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ | ୩/୪ ଟି ଗୋଲ ମରିଚ ଓ ଏକ ଚାମଚ ମହୁ ସହ ତୁଳସୀ ରସ ସେବନ ଶରୀର ପାଇଁ ଅତ୍ୟନ୍ତ ଭଲ |

ରସୁଣ - ରସୁଣରେ ମଧ୍ୟ ଅନେକ ପ୍ରକାର ଆଣ୍ଟି ଭାଇରଲ ତତ୍ୱ ରହିଛି | ରସୁଣ କଞ୍ଚା ଖାଇବା ଅତ୍ୟନ୍ତ ଲାଭଦାୟକ | ରସୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ |

କରୋନା ଭଳି ଘାତକ ରୋଗରୁ ନିଜକୁ ରକ୍ଷା କରିବା ପାଇଁ କଣ ନ ଖାଇବେ :

ଡାକ୍ତରଙ୍କ କହିବାନୁଯାୟୀ କରୋନାରୁ ନିଜକୁ ରକ୍ଷା କରିବା ପାଇଁ କିଛି କିଛି ଜିନିଷ କଞ୍ଚା ନ ଖାଇବା ଭଲ | ସେଗୁଡିକ ମଧ୍ୟରୁ ଗୋଟିଏ ହେଲା କଞ୍ଚା ମାଂସ | ମାଂସ କଞ୍ଚା ନ ଖାଇ ତାକୁ ଧୋଇ ଭଲ ଭାବେ ସିଝାଇ ଖାଇବା ଉଚିତ | ଅନ୍ୟଟି ହେଲା କଞ୍ଚା ଅଣ୍ଡା | ଏଭଳି ପରିସ୍ଥିତିରେ କଞ୍ଚା ଆଣ୍ଡ କଦାପି ଖାଇବା ଉଚିତ ନୁହଁ | ଅଣ୍ଡାକୁ ସିଝାଇ କିମ୍ବା ରୋଷେଇ କରିବା ଉଚିତ | ଏହାଛଡା ବଜାରରେ ମିଳୁଥିବା ପନିପରିବା ମଧ୍ୟ କଞ୍ଚା ଖାଇବା ଅନୁଚିତ | ପରିବକୁ ଭଲ ଭାବେ ଧୋଇ ତାକୁ ସିଝାଇ ଖାଆନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.