କରୋନା ପାଇଁ ସଚେତନତା : ଥାନା ଭିତରେ ପଶିବା ପୂର୍ବରୁ ହାତ ଧୋଇବା ସହ ମାସ୍କ ବଣ୍ଟନ

Published By : Prameya-News7 Bureau | March 16, 2020 IST

ଭଦ୍ରକ ୧୬।୦୩:  କରୋନା ପାଇଁ ସବୁଠି ସଚେତନତା ଆରମ୍ଭ ହେଲାଣି । ଓଡିଶା ଜଣେ କରୋନା ଆକ୍ରାନ୍ତ ହେବା ପରେ ରାଜ୍ୟ ର ସମସ୍ତ ବିଭାଗ ସଜାଗ ହେଲେଣି । ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ କରିଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରୋନା ପାଇଁ ସ୍ଵତନ୍ତ୍ର ୱାର୍ଡ ପ୍ରସ୍ତୁତ ରହିଛି । ମାଗଣାରେ ମାସ୍କ ବଣ୍ଟନ କରାଯାଉଛି । ଥଣ୍ଡା ଓ ଜ୍ଵର ରୋଗୀ ଙ୍କୁ ସ୍ଵତନ୍ତ୍ର ଚିକିସ୍ଛା ପାଇଁ ଦୁଇ ଟି ନୂଆ ୱାର୍ଡ ଖୋଲାଯାଇଛି ।

{"id":239133,"sizeSlug":"large"}

ଭଦ୍ରକ ଜିଲ୍ଲା ରେ ଧାମନଗର ଥାନା ରେ ସ୍ଵତନ୍ତ୍ର ସଚେତନତା ସୃଷ୍ଠୀ କରାଯାଉଛି । ଥାନା ଭିତରକୁ ପଶିବା ପୂର୍ବରୁ ହାତ ଧୋଇବା ପାଇଁ ସାବୁନ , ସାନିଟାଇଜର ଓ ଟିସୁ ପେପର ଯୋଗାଇ ଦେଉଛନ୍ତି ଥାନା କର୍ମଚାରୀ । ଥାନା ପରିସରରେ ଧାମନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଓ ଡାକ୍ତର ଉପସ୍ଥିତ ରହି ହାତ ଧୋଇବାର ବିଧି ବୁଝାଉଛନ୍ତି । ଥାନା ଭିତରେ ଥାନା କର୍ମଚାରୀ ଓ ଆସୁଥିବା ଅଭିଯୋଗକାରୀଙ୍କ ମଧ୍ୟରେ ୧ମିଟରରୁ ଅଧିକ ଦୁରତ୍ଵ ଅବଲମ୍ବନ କରାଯାଉଛି ।

{"id":239134,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.