କରୋନା ମୁକାବିଲା ନେଇ ସଚେତନତା : ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

Published By : Prameya-News7 Bureau | March 19, 2020 IST

କେନ୍ଦୁଝର ୧୯।୦୩: ସାରାବିଶ୍ବରେ କରୋନା ଭାଇରସ ଚିନ୍ତାଜନକ ରହିଛି । ବର୍ତ୍ତମାନ ସୁଦ୍ଧା କରୋନାରେ ୮ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଲେ ୨ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବିଶ୍ବର ୧୭ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି ମାରାତ୍ମକ ଭୂତାଣୁ କରୋନା । ଭାରତରେ କରୋନା ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ମଧ୍ୟରେ ଅନେକ ସଚେତନାତ କାର୍ଯ୍ୟକ୍ରମ କରାଯାଉଛି । ସେହିପରି କେନ୍ଦୁଝର ଜିଲ୍ଲାପଳ ଆଶିଷ ଠାକରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଡାକିଛନ୍ତି । କରୋନା ପ୍ରତିରୋଧ କରିବା ଦିଗରେ ଏହି ସବୁ ବ୍ୟକ୍ତିମାନଙ୍କ ସହଯୋଗ ଲୋଡିଛନ୍ତି ।  

{"id":240803,"sizeSlug":"large"}

ଆଜି ଜିଲ୍ଲାପାଳ ଙ୍କ ଦରବାର ହଲ୍ଠାରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ।ଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଘାତକ କରୋନା ଭାଇରସ୍ କୋଭିଡ୍-19ର ପ୍ରତିରୋଧ ପାଇଁ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦଶୋବଳୀ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ସବୁ ନିୟମକୁ ଅନୁପାଳନ କରିବା ପାଇଁ କହିଛନ୍ତି ।  ବିଭିନ୍ନ ସ୍ଥାନମାନଙ୍କରେ ସିଆରପିସିର 144 ଧାରା ଜାରି କରାଯାଇଛି ।  ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ବାର ଓ ଅନ୍ୟାନ୍ୟ ଧାର୍ମିକସ୍ଥଳ ମାନଙ୍କରେ ସାମାଜିକ ଦୂରତା ବଜାୟ ରଖିବା ସହ ଜନସମାଗମ ବାରଣ ପାଇଁ ବିହିତ ପଦକ୍ଷେପ ନେବାକୁ ଧାର୍ମିକ ଅନୁଷ୍ଠାନର କର୍ମକର୍ତ।ଙ୍କୁ କହିଛନ୍ତି ।  ଏ ଦିଗରେ ଧାର୍ମିକ ଅନୁଷ୍ଠାନମାନଙ୍କର କର୍ତୃପକ୍ଷ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି । ଜିଲ୍ଲାରେ ତଥା ରାଜ୍ୟରେ କୋରୋନା ଭାଇରସ୍ ସଂକ୍ରମଣ ପ୍ରତିରୋଧ ପାଇଁ ବର୍ତମାନ ସମୟ ଅତି ଗୁରୁତ୍ବପୂର୍ଣ୍ଣ।

{"id":240804,"sizeSlug":"large"}

ଏଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜନସାଧାରଣ ଜନଗହଳିଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଧାର୍ମିକ ଅନୁଷ୍ଠାନମାନଙ୍କରେ ଜନସମାଗମକୁ ବାରଣ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଧାର୍ମିକ ଅନୁଷ୍ଠାନମାନଙ୍କର ଏ ଦିଗରେ ଗୁରୁଦାୟିତ୍ବ ରହିଛି ବୋଲି କହିଛନ୍ତି । ଯଦି ଧାର୍ମିକ ଅନୁଷ୍ଠାନମାନଙ୍କୁ ଲୋକ ଆସନ୍ତି, ତେବେ   ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଯଥା- ଧାଡ଼ିରେ ୧ ମିଟରରୁ ଅଧିକ ଦୂରତାରେ ଛିଡ଼ା ହେବା, ମୁହଁରେ ମାସ୍କ ପିନ୍ଧିବା, ପରିସରର ପ୍ରବେଶ ଦ୍ବାରରେ ସାବୁନ,ସାନିଟାଇଜରରେ ଭଲ ଭାବେ ହାତ ଓ ପାଦ ଧୋଇବା, ଧାର୍ମିକ ଅନୁଷ୍ଠାନର କୌଣସି ଜିନିଷ ନ ଛୁଇଁବା, ହାତରେ ପ୍ରସାଦ ନ ଦେଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା, ଜ୍ବର, କାଶ, ଥଣ୍ଡାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଧାର୍ମିକ ଅନୁଷ୍ଠାନ ପରିସରକୁ ପ୍ରବେଶ ପାଇଁ ଅନୁମତି ନ ଦେବା, ଧାର୍ମିକ ଅନୁଷ୍ଠାନକୁ ହାଇପୋକ୍ଲୋରାଇଟ୍ ଦ୍ରବଣରେ ୨ ଘଣ୍ଟା ଅନ୍ତରରେ ଭଲ ଭାବେ ସଫା କରିବା ଇତ୍ୟାଦି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.