କମ୍ପ୍ୟୁଟର ବଜାର ଉପରେ 'କରୋନା' ମାଡ : ଦାମ୍‌ ଅଧିକା, ଷ୍ଟକ ନାହିଁ

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୦୨: ଚୀନ୍‌ରେ କରୋନା ଭାଇରସ ମାରାତ୍ମକ ରୂପ ଧାରଣା କରିସାରିଛି । ସାରାବିଶ୍ବରେ ୩୧ ଦେଶକୁ ବ୍ୟାପିସାରିଲାଣି କରୋନା । ଏହି ଭୂତାଣୁରେ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଏହାର ପ୍ରଭାବ ଏବେ କାରବାର ଉପରେ ପଡିଛି । କରୋନା ଯୋଗୁଁ ଚୀନ୍‌ ସାମଗ୍ରୀ ଆମଦାନୀ ଉପରେ କିଛି ସମୟ ପାଇଁ ରୋକ ଲଗାଯାଇଛି । ସେପଟେ ଚୀନ୍‌ ମଧ୍ୟ ସାମଗ୍ରୀ ରପ୍ତାନୀ ଓ ଆମଦାନୀ ଉପରେ ସାମୟିକ ପ୍ରତିବନ୍ଧ ଲଗାଇଛି । ଯେଉଁଥିପାଇଁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । କରୋନା ପ୍ରଭାବ ସିଧାସଳଖ ଭାରତୀୟ କମ୍ପ୍ୟୁଟର ବଜାର ଉପରେ ପଡିଛି । ଦେଶର ସବୁଠାରୁ ଅଧିକ କମ୍ପ୍ୟୁଟର ସାମଗ୍ରୀ ବିକ୍ରି ହେଉଥିବା ବଜାର ନେହୁରୁ ପ୍ୟାଲେସ୍‌ରୁ ସାମଗ୍ରୀ ଶେଷ ହେବାକୁ ଯାଉଛି । ଯାହାଦ୍ବାରା ଦେଶରେ କମ୍ପ୍ୟୁଟର ସାମଗ୍ରୀ ବ୍ୟବହାର କରୁଥିବା ଲୋକଙ୍କ ଉପରେ ପଡିବ ବୋଲି ଅନୁମାନ କରାଯାଉଛି ।

ଅଲ୍‌ ଦିଲ୍ଲୀ କମ୍ପ୍ୟୁଟର ଟ୍ରେଡର୍ସ ଆସୋସିଏସନ୍‌ର ଅଧ୍ୟକ୍ଷଙ୍କ ଅନୁଯାୟୀ, କମ୍ପ୍ୟୁଟରରେ ବ୍ୟବହୃତ ହେଉଥିବା ସାମଗ୍ରୀ ପ୍ରାୟ ଚୀନ୍‌ରୁ ଆମଦାନୀ କରାଯାଇଥାଏ । ଏହି ବଜାରରୁ ସାରାଦେଶକୁ ସାମଗ୍ରୀ ପଠାଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ ଯେତିକି ଷ୍ଟକ ରହିଛି । ତାହା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କାରବାର ହୋଇପାରିବ । ଚୀନ୍‌ରୁ ଆସୁଥିବା ସାମଗ୍ରୀ ଉପରେ ରୋକ ଲାଗିଛି । କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏହି ରୋକ ଲାଗିଛି ତାହା ଅସ୍ପଷ୍ଟ ରହିଛି । ଆସନ୍ତା ମାସରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏହାଦ୍ବାରା ସାରାଦେଶରେ ମଧ୍ୟ ପ୍ରଭାବ ପଡିବ ।

ସେହିପରି ନେହୁରୁ ପ୍ୟାଲେସ୍‌ର ଜଣେ ବ୍ୟବସାୟୀଙ୍କ ଅନୁଯାୟୀ, ବଜାରରେ ଆମେ ବଡ ଡିଲରମାନଙ୍କ ଠାରୁ ଜିନିଷ କିଣି ଗ୍ରାହକଙ୍କୁ ବିକ୍ରି କରାଯାଉଛି । ଜିନିଷ କିଣୁଥିବା ବଡ ଡିଲରଙ୍କ ନିକଟରୁ ଏବେ ସାମଗ୍ରୀ ଶେଷ ହେବାକୁ ଲାଗିଲାଣି । ଯଦି ଦୁଇଗୁଣା ଅଧିକ ଦାମ୍‌ରେ ଗ୍ରାହକ କିଣିବେ, ତେବେ ସେମାନେ କମ୍‌ ଜିନିଷ କିଣାବେ । ସାରା ବଜାରରେ ଏପରି ଅବସ୍ଥା ଲାଗିରହିଛି । ଏପରି ବଜାରରେ ରେଟ୍‌ ବଢିଛି ଯେ, ୬ହଜାର ଦାମ୍‌ରେ ବିକ୍ରି ହେଉଥିବା କମ୍ପ୍ୟୁଟର ମଦର ବୋର୍ଡ ଏବେ ୮ହଜାର ଟଙ୍କାରେ ବିକ୍ରି ହେଉଛି ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.