କରୋନାକୁ କୋକୁଆ ଭୟ: ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ୫/୩: କରୋନାକୁ ନେଇ କୋକୁଆ ଭୟ। ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ୍। ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି । ଆଜି ଉତ୍ତର ପ୍ରଦେଶ ଗାଜିଆବାଦରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଇରାନରୁ ଫେରିଥିଲେ । ଏଯାଏ ୩ ହଜାର ୫୪୨ କରୋନା ସନ୍ଦିଗ୍ଧଙ୍କ ସାମ୍ପୁଲ ପରୀକ୍ଷଣ ସରିଲାଣି । ଏଥିରୁ ୩୦ ଜଣଙ୍କ ଠାରେ ପଜିଟିଭ୍ ବାହାରିଛି । ୯୧ ରିପୋର୍ଟକୁ ଅପେକ୍ଷା କରାଯାଇଛି । ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ  ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ବିମାନବନ୍ଦରରେ ୫ ଲକ୍ଷ ୮୯ ହଜାର ଏବଂ ସୀମାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ ସରିଥିବା ମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

{"id":233453,"sizeSlug":"large"}

ଦେଶରେ କରୋନା ଭୟାବହତା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ସମୀକ୍ଷା କରିଛନ୍ତି । ଦେଶର ସମସ୍ତ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଳୀରେ ୩୧ ମାର୍ଚ୍ଚ ଯାଏ ୫ମ ଶ୍ରେଶୀ ପର୍ଯ୍ୟନ୍ତ ସବୁ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବାୟୋମେଟ୍ରିକ ବନ୍ଦ କରିଛନ୍ତି ଦିଲ୍ଳୀ ସରକାର । କରୋନା ପାଇଁ ଦେଶର ୨୧ଟି ବିମାନ ବନ୍ଦରରେ ୩୦୦ ଜଣ ଡାକ୍ତରଙ୍କୁ ଆଲର୍ଟ କରାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି।

ସାରା ବିଶ୍ବରେ  କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୩ ଶହ ଟପିଛି । କେବଳ ଚୀନରେ ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା । ୮୬ଟି ଦେଶରେ କରୋନା ପହଞ୍ଚିସାରିଲାଣି । ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ଟପିଛି । ଇଟାଲୀରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତକୁ ଦେଖି ଇଟାଲୀରେ ସ୍କୁଲ ଏବଂ କଲେଜ ବନ୍ଦ କରି ଦିଆଯାଇଛି । ଦକ୍ଷିଣ କୋରିଆରେ ୩୨, ଇରାନରେ ୯୨  ଏବଂ ଆମେରିକାରେ ୧୧ଜଣଙ୍କ ମୃତ୍ୟୁ ହେଲାଣି । ସାଂଘାତିକ କଥା ହେଲା ମଣିଷଠାରୁ ଏବେ ପଶୁଙ୍କୁ ଏହି ଭୂତାକୁ ଆକ୍ରାନ୍ତ କଲାଣି । ହଂକଂରେ ଜଣେ ମହିଳାଙ୍କ ପୋଷା କୁକୁର ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି।

{"id":233454,"sizeSlug":"large"}

କରୋନା ଭୁତାଣୁରୁ ରକ୍ଷା ପାଇବାକୁ ଲୋକେ ମାସ୍କ ଏବଂ ସାନିଟାଇଜର୍ ର ବ୍ୟବହାର କରୁଛନ୍ତି । ରାଜଧାନୀ ଦିଲ୍ଲୀ ସମେତ ଅନକ ସ୍ଥାନରେ ତ ମାସ୍କ୍ ଏବଂ ସାନିଟାଇଜର୍ ର ଚାହିଦା ବଢିବା କାରଣରୁ ଦର ଚଢା ହୋଇଛି । ସାନିଟାଇଜରରେ ଆଲକହଲର ମାତ୍ରା ଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ଆଡଭାଇଜରି ଜାରି କରାଯାଇଛି । ବାରମ୍ବାର ହାତ ଧୋଇବା , ସଫାସୁତୁରା ରହିବାକୁ କୁହାଯାଛି । ଲୋକଙ୍କୁ ସଚେତନ କରିବାକୁ ଆଜି ମୁହଁରେ ମାକ୍ସ ବାନ୍ଧି ସାଂସଦ ନଭନୀତ କୌର ସଂସଦରେ ପହଞ୍ଚିଥିଲେ ।

{"id":233455,"sizeSlug":"large"}

ସେହିପରି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍, ଜୟରାମ ରମେଶ ଏକଂ ଅନ୍ୟ କିଛି ନେତା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ସହ ହାତ ମିଳାଇବା ବଦଳରେ ପରସ୍ପରକୁ ହାତ ଯୋଡି ନମସ୍କାର ହୋଇଥିଲେ । ଇସ୍ରାଏଲରେ ନାଗରିକମାନଙ୍କୁ ହ୍ୟାଣ୍ଡସେକ୍‌ କରିବା ବଦଳରେ ଭାରତୀୟଙ୍କ ପରି ‘ନମସ୍ତେ’ ଢାଞ୍ଚା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.