ଅକ୍ଷୟ କୁମାରଙ୍କ ଫିଲ୍ମ 'ପୃଥ୍ଵୀରାଜ'କୁ ନେଇ ବିବାଦ : କର୍ଣ୍ଣି ସେନାର ଧମକ, ଇତିହାସର ତଥ୍ୟକୁ ଏପଟ ସେପଟ କଲେ ରିଲିଜ ବନ୍ଦ

Published By : Prameya-News7 Bureau | March 17, 2020 IST

ମୁମ୍ବାଇ ୧୭/୦୩ : ସଞ୍ଜୟ ଲୀଳା ଭନସାଲିଙ୍କ ଫିଲ୍ମ 'ପଦ୍ମାବତ' ବିରୋଧରେ ହୋଇଥିବା ବିରୋଧ ପ୍ରଦର୍ଶନ ଆପଣମାନଙ୍କର ନିଶ୍ଚୟ ମନେଥିବ | ବହୁତ ଝଡଝଞ୍ଜା ପରେ ଫିଲ୍ମଟି ରିଲିଜ ହୋଇଥିଲା | କର୍ଣ୍ଣି ସେନା ଟାର୍ଗେଟରେ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ଫିଲ୍ମ 'ପୃଥ୍ଵୀରାଜ' | କିଛିଦିନ ପୂର୍ବରୁ ରାଜସ୍ଥାନ ଜୟପୁରରେ ଏହି ଫିଲ୍ମର ସୁଟିଙ୍ଗ ଚାଲିଥିଲା | କିନ୍ତୁ ଫିଲ୍ମର ସୁଟିଙ୍ଗ ଅଟକେଇ ଦିଆଯାଇଥିଲା | ଫିଲ୍ମ 'ପୃଥ୍ଵୀରାଜ'ର ନିର୍ମାତା ଇତିହାସର ବିପରୀତ ଗତି ଦେଖାଇବାକୁ ଚେଷ୍ଟା କରୁଛନ୍ତି ବୋଲି କର୍ଣ୍ଣି ସେନା ଅଭିଯୋଗ କରିଥିଲା | ଏହି ମାମଲାରେ ଫିଲ୍ମ ନିର୍ମାତାଙ୍କ ତରଫରୁ କୌଣସି ବୟାନ ଜାରି କରାଯାଇନାହିଁ | କର୍ଣ୍ଣି ସେନା ଅଧ୍ୟକ୍ଷ ମହୀପାଳ ସିଂହ ଫେସବୁକ ଲାଇଭ କରି ଫିଲ୍ମ ପ୍ରତି ଆପତ୍ତି ଦର୍ଶାଇଛନ୍ତି |

{"id":239868,"width":748,"height":421,"sizeSlug":"large"}

ମହୀପାଳ ସିଂହ ଏବଂ କର୍ଣ୍ଣି ସେନାର ଅନେକ ସଦସ୍ୟ ଜମବାରମଗଢ଼ରେ ଚାଲୁଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ସୁଟିଙ୍ଗ ସମୟରେ ସେଠାରେ ପହଞ୍ଚିଥିଲେ | ଇତିହାସର ବିପରୀତ କୌଣସି କାହାଣୀ ଫିଲ୍ମରେ ଦର୍ଶାଉଥିବା ସ୍ପଷ୍ଟ ନ କରିବା ଯାଏଁ ସେ ଫିଲ୍ମ ସୁଟିଙ୍ଗ ହେବାକୁ ଦେବେ ନାହିଁ ବୋଲି କହିଥିଲେ | ଫିଲ୍ମ ନିର୍ଦେଶକ ଚନ୍ଦ୍ର ପ୍ରକାଶ ଦ୍ବିବେଦୀ ଭରସା ଦେଇ କହିଥିଲେ ଯେ, କୌଣସି ଐତିହାସିକ ତଥ୍ୟକୁ ଏପଟସେପଟ କରାଯାଇନାହିଁ | ଏହାପରେ କର୍ଣ୍ଣି ସେନା ଶାନ୍ତ ହୋଇଥିଲେ | କିନ୍ତୁ ସେ ଲିଖିତ ଆକାରରେ ଏହି ବୟାନ ଦାବି କରିଛନ୍ତି |

{"id":239869,"width":757,"height":504,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯେତେବେଳେ ଫିଲ୍ମର ସୁଟିଙ୍ଗ ବନ୍ଦ କରିଦିଆଯାଇଥିଲା ସେତେବେଳେ ଅକ୍ଷୟ କୁମାର ସେଠାରେ ଉପସ୍ଥିତ ନଥିଲେ | ମହୀପାଳ ସିଂହ ଫେସବୁକ ଲାଇଭରେ ଫିଲ୍ମ ନିର୍ଦେଶକଙ୍କ ସହ ହୋଇଥିବା ବୁଝାମଣା ସମ୍ପର୍କରେ ମଧ୍ୟ କହିଥିଲେ | ସେ କହିଥିଲେ ଯେ, ପଦ୍ମାବତ ସମୟରେ କର୍ଣ୍ଣି ସେନା ଯେଭଳି ରାସ୍ତାକୁ ଓହ୍ଲାଇଥିଲା ଏବେ ସେହିଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁନାହାନ୍ତି | ଐତିହାସିକ ତଥ୍ୟ ସହ କୌଣସି ଭୁଲ ତଥ୍ୟ ପ୍ରତିପାଦିତ ନ କରିବାକୁ ଫିଲ୍ମ ନିର୍ଦେଶକଙ୍କୁ ସେ ଚେତାବନୀ ଦେଇଛନ୍ତି ବୋଲି କହିଥିଲେ |

ତେବେ ଘଟଣାକୁ ନେଇ ଫିଲ୍ମ ନିର୍ଦେଶକ ଓ ଅକ୍ଷୟ କୁମାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ | ଫିଲ୍ମରେ ପୃଥ୍ଵୀରାଜଙ୍କ ଚରିତ୍ରରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି | ଅକ୍ଷୟଙ୍କ ବିପକ୍ଷରେ ପୂର୍ବତ୍ତନ ମିସ ୟୁନିଭର୍ସ ମାନୁଷୀ ଚିଲ୍ଲର ଅଭିନୟ କରୁଛନ୍ତି | ବଲିଉଡରେ ଏହା ମାନୁଷୀଙ୍କ ଡେବ୍ୟୁ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.