ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସରିଲା କର୍ଣ୍ଣେଲ ରବି ନାରାୟଣ ସାହୁଙ୍କ ଶେଷକୃତ୍ୟ, ବୀର ଯବାନଙ୍କୁ ଝୁରୁଛି ଗାଁ ମାଟି

Published By : Prameya-News7 Bureau | June 03, 2022 IST

ଭୋଗରାଇ ୦୩/୦୬: କର୍ଣ୍ଣେଲ ରବି ନାରାୟଣ ସାହୁଙ୍କ ହ୍ରୁଦଘାତ ରେ ଦେହାନ୍ତ, ତ୍ରିରଙ୍ଗା ପତାକା ସହ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ତୋପ ସଲାମୀ ରେ ଜନ୍ମମାଟି ବାଲିଆପାଳ ଥାନା ଛଡା ଗ୍ରାମ ସ୍ଥିତ ଶ୍ମଶାନରେ ହେଲା ଶବ ଦାହ। ଗାଁ ମାଟି ଝୁରୁଛି ବୀର ଯବାନକୁ ।

ବାଲେଶ୍ଵର ଜିଲ୍ଳା ବାଲିଆପାଳ ଥାନା ବାଲିକୁଟୀ ପଞ୍ଚାୟତ ଛଡ଼ା ଗ୍ରାମର ଅକ୍ଷୟ ସାହୁଙ୍କ ପୁତ୍ର ରବିନାରାୟଣ ସାହୁ ସୁଦୂର ଆସାମରେ ଇଣ୍ଡୋ ତିବ୍ବତ ବୋର୍ଡର ପୋଲିସ ବାହିନୀର କର୍ଣ୍ଣେଲ ପଦବୀରେ ରହି ଦେଶ ସେବା କରୁଥିଲେ। ଗତ ଚାରି ଦିନ ତଳେ ଜଳେଶ୍ଵର ସ୍ଥିତ ଶଶୁର ଘର କୁ ସ୍ତ୍ରୀ ଓ ଏକମାତ୍ର ପୁଅ ସହିତ ବୁଲିବାକୁ ଆସିଥିଲେ ।

ଗତକାଲି ଦିନରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜୀକେ ଭଟ୍ଟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଖରାପ ହେବାରୁ ଭୁବନେଶ୍ଵର କୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏପରି ଦୁଃଖଦ ଘଟଣା ତାଙ୍କର ଚାକିରି ସ୍ଥାନ ସହିତ ଜନ୍ମମାଟି ରେ ଶୋକର ଛାୟା ଖେଳାଇ ଦେଇଥିଲା ।

ଆଜି ଶବ ଗାଁ ମାଟିରେ ପହଞ୍ଚିବା ପରେ ପୋଲିସ ବାହିନୀ ଦ୍ଵାରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତ୍ରିରଙ୍ଗା ପତାକା ଓ ତୋପ ସଲାମୀ ଦେଇ ଶେଷ କ୍ରୂତ୍ଯ ସମ୍ପନ୍ନ କରାଯାଇଥିଲା। ଗ୍ରାମବାସୀ ତଥା ଅଞ୍ଚଳବାସୀ ପୁଷ୍ପ ଗୁଛ ଦେଇ ଯବାନ କୁ ଶେଷ ସମ୍ମାନ ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.