ବିଶ୍ୱ ଐତିହ୍ୟ ତାଲିକାରେ କର୍ଣ୍ଣାଟକର ହୟଶାଳ ମନ୍ଦିର, ଦେଶ ପାଇଁ ଗର୍ବର ମୁହୂର୍ତ୍ତ କହିଲେ ମୋଦି
18/09/2023 at 11:18 PM

ବେଙ୍ଗାଲୁରୁ, ୧୮/୯: ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କର୍ଣ୍ଣାଟକର ହୟଶାଳ ମନ୍ଦିର। ଏହି ମନ୍ଦିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ପାଇଁ ଗୌରବ ବୋଲି କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଲେଖିଛନ୍ତି ଯେ ହୟଶାଳର ଭବ୍ୟ ପବିତ୍ର ମନ୍ଦିରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବା ଭାରତ ପାଇଁ ଗୌରବର ବିଷୟ। ଏହି ମନ୍ଦିରରେ ଭାରତର ସଂସ୍କୃତି ଓ ଐତିହ୍ୟ ସହ ଆମ ପୂର୍ବପୁରୁଷଙ୍କ ଅସାଧାରଣ କାରିଗରୀ ଓ ସଂସ୍କୃତ ବିଷାରଦଙ୍କ ଲେଖା ଚିରନ୍ତନ ସୌନ୍ଦର୍ଯ୍ୟର ପ୍ରମାଣ ରହିଛି।
More pride for India!
— Narendra Modi (@narendramodi) September 18, 2023
The magnificent Sacred Ensembles of the Hoysalas have been inscribed on the @UNESCO World Heritage List. The timeless beauty and intricate details of the Hoysala temples are a testament to India’s rich cultural heritage and the exceptional craftsmanship of… https://t.co/cOQ0pjGTjx
ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ ଏହା ଆମ ପାଇଁ ଖୁସି ଖବର। ଆମର ପାରମ୍ପରିକ କଳା ଓ ବାସ୍ତୁ କଳାକୁ ମାନ୍ୟତା ଦେଇ ୟୁନେସ୍କୋ ହୟଶାଳ ମନ୍ଦିରର ବିଶ୍ୱ ଐତିହ୍ୟରେ ତାଲିକାଭୁକ୍ତ କରାଯାଇଛି।
Good news keeps coming in
— Dr. S. Jaishankar (@DrSJaishankar) September 18, 2023
A deserving recognition for our traditional art and architecture. https://t.co/QV36CbJoq2
ଏହାପୂର୍ବରୁ ୟୁନେସ୍କୋ ସେପ୍ଟେମ୍ବର ୧୭ରେ ବେଲୁର ହଲୋବିନ୍ଦୁ ଓ ସୋମାନାଥପୁର ଯାତ୍ରା ଅବସରରେ କର୍ଣ୍ଣାଟକର ହୟଶାଳ ମନ୍ଦିରକୁ ବିଶ୍ୱ ଐତିହ୍ୟରେ ସାମିଲ କରିବା ପାଇଁ ଘୋଷଣା କରିଥିଲେ।
🔴BREAKING!
— UNESCO 🏛️ #Education #Sciences #Culture 🇺🇳 (@UNESCO) September 18, 2023
Just inscribed on the @UNESCO #WorldHeritage List: Sacred Ensembles of the Hoysalas, #India 🇮🇳. Congratulations! 👏👏
➡️ https://t.co/69Xvi4BtYv #45WHC pic.twitter.com/Frc2IGlTkf
ଦଶମରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ହୟଶାଳ ସାମ୍ରାଜ୍ୟ କର୍ଣ୍ଣାଟକ ରାଜ୍ୟର ଏକ ବଡ଼ ଅଂଶକୁ ଶାସନ କରିଥିଲା। ସାମ୍ରାଜ୍ୟର ରାଜଧାନୀ ପ୍ରଥମେ ବେଲୁରରେ ଥିଲା। ତେବେ ଏହାକୁ ପରେ ହାଲେବିଡୁକୁ ସ୍ଥାନାନ୍ତର କରାଯାଇଥିଲା।