ୟୁସେନ ବୋଲ୍ଟଙ୍କଠୁ ମଧ୍ୟ ଦ୍ରୃତ ଗତିରେ ଦୌଡ଼ିଲେ ଏହି ଯୁବକ : ଅଲିମ୍ପିକ୍ ପାଇଁ ତାଲିମ୍ ଓ ପ୍ରୋତ୍ସାହନ ପ୍ରତିଶ୍ରୃତି ଦେଲେ କ୍ରୀଡ଼ା ମନ୍ତ୍ରୀ

Published By : Prameya-News7 Bureau | February 15, 2020 IST

ବେଙ୍ଗାଲୁରୁ ୧୫/୨: କର୍ଣ୍ଣାଟକର ଜଣେ ଯୁବକ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଯୁବକ ୧୦୦ମିଟର ରେସ୍ ମାତ୍ର ୯.୫୫ସେକେଣ୍ଡରେ ପୂରା କରିଛନ୍ତି। କୁହାଯାଉଛି ଯେ ଏହି ଯୁବକ ୟୁସେନ ବୋଲ୍ଟଙ୍କ ରେକର୍ଡ଼ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହି ମାମଲାରେ ଏବେ ଖେଳ ମନ୍ତ୍ରୀଙ୍କ ବୟାନ ସାମନାକୁ ଆସିଛି।

{"id":224724,"width":591,"height":339,"sizeSlug":"large"}

କର୍ଣ୍ଣାଟକର ଯୁବକ ଶ୍ରୀନିବାସ ଗୌଡ଼ା ପାରମ୍ପରିକ ମଇଁଷି ରେସରେ ୧୩.୬୨ସେକେଣ୍ଡରେ ୧୪୨.୫୦ମିଟର ରେସ୍ ପୂରା କରିଛନ୍ତି। ଅର୍ଥାତ୍ ୧୦୦ମିଟରର ଦୂରତା ମାତ୍ର ୯.୫୫ ସେକେଣ୍ଡରେ ପୂରା କରିଛନ୍ତି। ଏହି ଯୁବକଙ୍କ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।

{"id":224725,"width":589,"height":392,"sizeSlug":"large"}

ଗୌଡ଼ାଙ୍କ ଭିଡିଓକୁ ଲୋକେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଏବଂ ଖେଳ ମନ୍ତ୍ରୀଙ୍କୁ ଲଗାତାର ଟ୍ୟାଗ୍ କରୁଛନ୍ତି। ଏହା ପରେ ଏବେ କେନ୍ଦ୍ର ଖେଳ ମନ୍ତ୍ରୀ କିରେନ୍ ରିଜିଜୁ ଟ୍ବିଟ୍ କରିଛନ୍ତି ଏବଂ ଶ୍ରୀନିବାସଙ୍କୁ ଟ୍ରାୟଲ୍ ପାଇଁ ଡାକିବା କଥା କହିଛନ୍ତି।

{"id":224726,"width":588,"height":379,"sizeSlug":"large"}

କିରଣ ରିଜିଜୁ ନିଜ ଟ୍ବିଟରେ ଲେଖିଛନ୍ତି ଯେ ‘ସେ SAI କୋଚଙ୍କ ଦ୍ବାରା କର୍ଣ୍ଣାଟକର ଶ୍ରୀନିବାସ ଗୌଡ଼ାଙ୍କୁ ଟ୍ରାୟଲ୍ ପାଇଁ ଡକାଇବେ,ଆଥଲେଟିକ୍ସରେ ଅଲିମ୍ପିକର ମାନକ ବିଷୟରେ ଲୋକମାନେ ଅଜ୍ଞାତ ଅଛନ୍ତି। କିନ୍ତୁ ସେ ସୁନିଶ୍ଚିତ କରିବେ ଯେ ଭାରତର କୌଣସି ପ୍ରତିଭା ଯେପରି ହଜି ନଯାଆନ୍ତୁ।’

{"id":224727,"sizeSlug":"large"}

ୟୁସେନ ବୋଲ୍ଟ ନିଜ ରେକର୍ଡ଼ ଶୁଖିଲା ମାଟିରେ ଦୌଡ଼ି କରିଥିଲେ କିନ୍ତୁ ଶ୍ରୀନିବାସ ଏହି ପାଣି ଭରି ରହିଥିବା କ୍ଷେତରେ ମଇଁଷିଙ୍କ ସହ ଦୌଡ଼ି କରିଛନ୍ତି। ଏହି ଭିଡିଓରେ ଶ୍ରୀନିବାସ ମଇଁଷି ଯୋଡ଼ିଙ୍କ ସହ ଦୌଡ଼ୁଥିବାର ଦେଖିବାକୁ ମିଳିଛି।

{"id":224728,"sizeSlug":"large"}

ଜାମାଇକାରେ ରହୁଥିବା ୟୁସେନ ବୋଲ୍ଟଙ୍କୁ ବିଶ୍ବର ସବୁଠୁ ଦ୍ରୃତ ଆଥଲେଟ୍ ବୋଲି କୁହାଯାଇଥାଏ। ବୋଲ୍ଟ ୧୦୦ମିଟର,୨୦୦ମିଟର ଏବଂ ୪୦୦ରିଲେ ଦୌଡ଼ରେ ବିଶ୍ବ ରେକର୍ଡ଼ କରିଛନ୍ତି। ବୋଲ୍ଟ ୧୧ଥର ଦୌଡ଼ରେ ବିଶ୍ବ ଚାମ୍ପିୟନ ହେବାର ରେକର୍ଡ଼ କରିଛନ୍ତି।

{"id":224731,"sizeSlug":"large"}

ସେ ଦୌଡ଼ରେ ୮ଟି ଅଲିମ୍ପିକ୍ ମେଡାଲ୍ ଜିତିଛନ୍ତି। ବୋଲ୍ଟ ୧୦୦ମିଟର ଦୂରତାର ବିଶ୍ବ ରେକର୍ଡ଼ ୯.୫୮ସେକେଣ୍ଡରେ କରିଥିଲେ। କିନ୍ତୁ ଏବେ ବୋଲ୍ଟ କ୍ୟାରିୟରରୁ ସନ୍ନ୍ୟାସ ନେଇ ସାରିଛନ୍ତି।

{"id":224732,"width":587,"height":393,"sizeSlug":"large"}

ଶ୍ରୀନିବାସ କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାର ମୋଡାବିଦ୍ରି ଅଞ୍ଚଳରେ ରୁହନ୍ତି। ଶ୍ରୀନିବାସ ଏକ ମଇଁଷି ଦୌଡ଼ରେ ଏହି ରେକର୍ଡ଼ କରିଛନ୍ତି ଯାହାକୁ କଓ୍ବାଁଲା କୁହାଯାଇଥାଏ।

{"id":224733,"width":581,"height":377,"sizeSlug":"large"}

ଶ୍ରୀନିବାସ କହିଛନ୍ତି ଯେ ପାରମ୍ପରିକ ଖେଳରେ ରେକର୍ଡ଼ କରି ତାଙ୍କୁ ବହୁତ ପ୍ରଶଂସା ମିଳିଛି। ତାଙ୍କୁ କଓ୍ବାଁଲା ପସନ୍ଦ ,ସେ ପୂର୍ବରୁ ମଧ୍ୟ ଏହି ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହାର ଶ୍ରେୟ ସେ ତାଙ୍କ ଦୁଇ ମଇଁଷିଙ୍କୁ ଦେବାକୁ ଚାହୁଁଛନ୍ତି।

{"id":224734,"sizeSlug":"large"}

ୟୁଜର ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଏପରିକି ୟୁଜର ତାଙ୍କୁ ଅଲିମ୍ପିକକୁ ପଠାଇବାକୁ ଦାବି କରୁଛନ୍ତି। ସେମାନେ ଦାବି କରୁଛନ୍ତି ଯେ ସରକାର ଶ୍ରୀନିବାସଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଯୋଗାଇବାର ବ୍ୟବସ୍ଥା କରନ୍ତୁ।

{"id":224735,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.