Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ସାର୍ବଜନୀନ ସ୍ଥାନରେ ପରିସ୍ରା କରିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା’: ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଶୌଚାଳୟ ନଥିବା ଯୋଗୁଁ ଭୋଗିଥିବା ଦୁର୍ଦ୍ଦଶା ଜଣାଇଲେ ମହିଳା

9/06/2023 at 10:39 PM

ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ ୫୨ ବର୍ଷୀୟ ମହିଳା ସାର୍ବଜନୀନ ସ୍ଥାନରେ ଶୌଚାଳୟ ନଥିବା ବିଷୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ଏହାସହ ଚିକ୍କାମଙ୍ଗଲୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀରେ ସାର୍ବଜନୀନ ଶୌଚାଳୟ ନଥିବା କାରଣରୁ ସେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ଚିଠିରେ ଉଲ୍ଲେଖ କରିଛନ୍ତି ।

ଜଡେମ୍ମା ନାମକ ଜଣେ ମହିଳା କିଛି ଦିନ ତଳେ ଚିକ୍କମଗଲୁରୁ ଜିଲ୍ଲାର ବାବାବୁଦନଗିରି, ମୁଲ୍ଲାଇୟାନଗିରି ଏବଂ ସୀତାଲ୍ୟାୟନଗିରି ପରି ଧାର୍ମିକସ୍ଥଳୀ ବୁଲି ଯାଇଥିଲେ । ଏହି ସମୟରେ ସେଠାରେ ଯେଉଁ ଅସବୁଧାର ସମ୍ମୁଖୀନ ହେଲେ ସେ ବାବାଦରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ଏହାସହ ପର୍ଯ୍ୟଟନ ସ୍ଥଳୀରେ ସାର୍ବଜନୀନ ଶୌଚାଳୟ ନିର୍ମାଣ ପାଇଁ ଅପିଲ୍ କରିଛନ୍ତି । ଏହାଦ୍ୱାରା ଅଧିକ ଯାତ୍ରୀ ଏଠାକୁ ଆସିପାରିବେ ବୋଲି ସେ ଲେଖିଛନ୍ତି ।

ମହିଳା ଜଣଙ୍କ ଚିଠିରେ ଲେଖିଛନ୍ତି, ‘ନିକଟରେ ବାବାବୁଦନଗିରି, ମୁଲ୍ଲାଇୟାନଗିରି ଏବଂ ସୀତାଲ୍ୟାୟନଗିରି ପରି ହିନ୍ଦୁ ତୀର୍ଥସ୍ଥଳୀ ପରିଦର୍ଶନରେ ଯାଇଥିଲି । ବାବାବୁଦନଗିରିରେ ଶୌଚାଳୟର ତତ୍କାଳ ଆବଶ୍ୟକତାକୁ ଅନୁଭବ କରିଥିଲି, କିନ୍ତୁ ଶୌଚାଳୟ ମିଳି ନଥିଲା । ଆଗ୍ରହକୁ ଚାପି, ମୁଲ୍ଲାଇୟାନଗିରି ପାହାଡ଼ ଚଢିଥିଲି । ସେଠାରେ ମଧ୍ୟ ଶୌଚାଳୟ ଖୋଜିଥିଲି କିନ୍ତୁ ମୋର ଉଦ୍ୟମ ବ୍ୟର୍ଥ ଥିଲା ।

ପଢନ୍ତୁ: AIରୁ ଚାକିରିକୁ କୌଣସି ବିପଦ ନାହିଁ, ଏପରି କରିବୁ ନିୟନ୍ତ୍ରଣ: କେନ୍ଦ୍ରମନ୍ତ୍ରୀ

ମହିଳା ଜଣଙ୍କ ଲେଖିଛନ୍ତି, ‘ପରେ ସୀତାଲ୍ୟାୟନଗିରି ପାହାଡ଼ ଚଢିଥିଲି । ସେତେବେଳ ଆଉ ନିୟନ୍ତ୍ରଣ କରିହେଉ ନଥିଲା । ଶୌଚାଳୟ ଖୋଜିବା ସତ୍ତ୍ୱେ ଗୋଟିଏ ବି ପାଇଲି ନାହିଁ । ଆଉ ଅଧିକ ସହିବାରେ ଅସମର୍ଥ ହୋଇ ସାର୍ବଜନୀନ ସ୍ଥାନରେ ପରିସ୍ରା କରିବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା’।

ଏଥିସହ ମହିଳା ଜଣଙ୍କ ଏହା ମଧ୍ୟ ଲେଖିଛନ୍ତି, ‘ପ୍ରତିଦିନ, ଲୋକମାନେ ଧାର୍ମିକ ସଂଘର୍ଷ ଏବଂ ବିତର୍କରେ ସାମିଲ ହେଉଛନ୍ତି । କିନ୍ତୁ ଶୌଚାଳୟ ନିର୍ମାଣରେ ସେମାନଙ୍କ ଅବହେଳା ଦୁର୍ଭାଗ୍ୟଜନକ ଅଟେ’ ।

Also Read: ଭାରତର ସୁବୁଠୁ ସୁନ୍ଦର ଗାଁ, ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାନ୍ତି ପର୍ଯ୍ୟଟକ

   Related Posts