ସୁପ୍ରିମକୋର୍ଟରେ 'ତଲାକ-ଏ-କିନାୟା' ଏବଂ 'ତଲାକ-ଏ-ବାଇନ' ପ୍ରସଙ୍ଗ, ବ୍ୟାନ କରିବାକୁ ଦାବି

Published By : Prameya-News7 Bureau | October 05, 2022 IST

ନୂଆଦିଲ୍ଲୀ: ଟ୍ରିପଲ ତଲାକ ପରେ ପୁଣି ଥରେ ତଲାକ ସହ ଜଡିତ ପ୍ରସଙ୍ଗ କୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ତଲାକ-ଏ-କିନାୟା ଏବଂ ତଲାକ-ଏ-ବାଇନ ସହ ନ୍ୟାୟିକ ବ୍ୟବସ୍ଥାରୁ ବାହାରେ ଥିବା ଏକତରଫା ତଲାକକୁ ଅସାମ୍ୱିଧାନିକ ଘୋଷଣା କରିବା ପାଇଁ ଯାଚିକା ଦାଖଲ କରାଯାଇଛି । ଆବେଦନକାରୀଙ୍କ କହିବା ଅନୁସାରେ, ଅନେକ ମୁସଲିମ ରାଷ୍ଟ୍ରରେ ଏହା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି, କିନ୍ତୁ ଭାରତରେ ଏହା ଜାରି ରହିଛି ।

ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, କିନାୟା ଶବ୍ଦ ଜରିଆରେ ତଲାକ-ଏ-କିନାୟା/ ତଲାକ-ଏ-ବାଇନ ଦିଆଯାଇଥାଏ। ଯାହାର ଅର୍ଥ ମୁଁ ତୁମକୁ ସ୍ୱାଧୀନ କରୁଛି, ଏବେ ତୁମେ ମୁକ୍ତ, ତୁମେ ଏବେ ମୋଠାରୁ ଅଲଗା । ଆବେଦନରେ କୁହାଯାଉଛି ଯେ, ତଲାକ-ଏ-କିନାୟା ଏବଂ ତଲାକ-ଏ-ବାଇନ ଏବଂ ନ୍ୟାୟିକ ବ୍ୟବସ୍ଥା ବାହାରେ ତଲାକର ଅନ୍ୟ ଏକତରଫା ପ୍ରକ୍ରିୟା ମାନବାଧିକାରର ଅଧୁନିକ ସିଦ୍ଧାନ୍ତ ଏବଂ ଲିଙ୍ଗଗତ ସମାନତାକୁ ବିରୋଧ କରୁଛି ।

ରିପୋର୍ଟ ଅନୁସାରେ, ଯାଚିକାରେ କୁହାଯାଇଛି ଯେ, ଅନେକ ମୁସଲିମ ଦେଶରେ ଏହିପରି ପ୍ରଥା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । କିନ୍ତୁ ଭାରତୀୟ ସମାଜ ଏବଂ ଆବେଦନକାରୀଙ୍କ ପରି ମୁସଲମାନ ମହିଳା ଏଥିରେ ପୀଡିତ ହୁଅନ୍ତି । ଏହି ପ୍ରଥା ଅନେକ ମହିଳା ଏବଂ ସେମାନଙ୍କ ସନ୍ତାନ ଏବଂ ମୁଖ୍ୟତଃ ସମାଜାର ଆର୍ଥିକ ରୂପେ ଦୁର୍ବଳ ବର୍ଗ ପାଇଁ ଏକ ଅଭିଶାପ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.