ଅଭିଭାବକଙ୍କ ଠାରୁ ଚାନ୍ଦା ଆଦାୟ ନିଷ୍ପତ୍ତିକୁ ନେଇ ବ୍ୟାକଫୁଟରେ କର୍ଣ୍ଣାଟକ ସରକାର, ବିବାଦ ପରେ ଫେରାଇଲେ ନିଷ୍ପତ୍ତି

Published By : Prameya-News7 Bureau | October 23, 2022 IST

ବେଙ୍ଗାଲୁରୁ: ପ୍ରାଥମିକ ଏବଂ ହାଇସ୍କୁଲ ପ୍ରଶାସନ ପାଇଁ ଅଭିଭାବକଙ୍କୁ ଚାନ୍ଦା ଦେବା ନିୟମକୁ କର୍ଣ୍ଣାଟକ ସରକାର ଫେରାଇ ନେଇଛନ୍ତି । ସ୍କୁଲର ବିକାଶ ନାଁରେ ଅଭିଭାବକଙ୍କ ପ୍ରତି ମାସରେ ୧୦୦ ଟଙ୍କା ଦେବେ ବୋଲି ରାଜ୍ୟ ସରକାର ନିୟମ କରିଥିଲେ । କିନ୍ତୁ ବିରୋଧୀ ଏବଂ ସାଧାରଣ ଲୋକଙ୍କ ସମାଲୋଚନା ପରେ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ଫେରାଇ ନେଇଛନ୍ତି । ଏହି ନିୟମ ଅକ୍ଟୋବର ୨୦ରେ ଲାଗୁ କରାଯାଇଥିଲା ।

ଶିକ୍ଷା ବିଭାଗ ପକ୍ଷରୁ ଏହି ନିୟମକୁ ତତ୍କାଳ ଫେରାଇ ନିଆଯାଇଥିବା କୁହାଯାଇଛି । ଏହା ପୂର୍ବରୁ ବିରୋଧୀଦଳ ନେତା ସିଦ୍ଧରମୈୟା ଏହି ନିୟମକୁ ନେଇ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, କର୍ଣ୍ଣାଟକର ବିଜେପି ସରକାର ସ୍କୁଲର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ତାଙ୍କ ସରକାର ଛାତ୍ରଛାତ୍ରୀଙ୍କୁ ବିନା ଶୁଳ୍କରେ ଖାଦ୍ୟ, ଦୁଗ୍ଧ, ୟୁନିଫର୍ମ, ଜୋତା ଏବଂ ହଷ୍ଟେଲ ସୁବିଧା ଦେଉଥିଲା । କିନ୍ତୁ ଏ ବିଜେପି ସରକାର ଛାତ୍ରଛାତ୍ରୀଙ୍କ ପଇସା ବି ନେଇ ଯାଉଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡିକେ ଶିବକୁମାର ମଧ୍ୟ ରାଜ୍ୟ ସରକାରଙ୍କ ବର୍ଷି ସରକାର ଚଲାଇବା ପାଇଁ ବିଜେପି ଯୋଗ୍ୟ ନୁହେଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.