କର୍ଣ୍ଣାଟକ ଭୋଟିଂ : Bigstory Followup

Published By : Prameya-News7 Bureau | May 12, 2018 IST

କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ ଆରମ୍ଭ । ମୋଟ ୨୨୪ଟି ଆସନ ମଧ୍ୟରୁ ୨୨୨ ଆସନରେ ଚାଲିଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମଦଦାନ ମଦଦାନ । ୪କୋଟି ୮୮ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ମୈଦାନରେ ଅଛନ୍ତି ୨ହଜାର ୨୨ଜଣ ପ୍ରାର୍ଥୀ ।୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏକ ନିର୍ବାଚନ ମଣ୍ଡଳୀର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ୨୨୩ଟି ଆସନରେ ମତଦାନ ପାଇଁ ସ୍ଥିର ହୋଇଥିଲା । ପରେ ନକଲି ଭୋଟ୍ ପରିଚୟପତ୍ର ଅଭିଯୋଗ ଆସିବା ପରେ ଆର୍. ଆର୍. ନଗର ନିର୍ବାଚନ ମଣ୍ଡଳୀର ଭୋଟିଂ କୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ । ଫଳରେ ଆଜି ୨୨୨ଟି ନିର୍ବାଚନ ମଣ୍ଡଳି ପାଇଁ ମତଦାନ ହେଉଛି । ଏଥିପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦେନଶୀଳ ବୁଥ ଗୁଡିକରେ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଆସନ୍ତ ୧୫ ତାରିଖରେ ହେବ ଭୋଟ୍ ଗଣତି । ତେବେ ଆର.ଆର୍ ନଗର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୮ ତାରିଖରେ ଭୋଟ୍ ଗ୍ରହଣ ହେବ । କର୍ଣ୍ଣାଟକରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହେବ । ଦୁଇ ଦଳ ମଧ୍ୟରେ କାଣ୍ଟେ କୀ ଟକ୍କର ସମ୍ଭାବନା ରହିଛି । କୌଣସି ଦଳକୁ ପୁର୍ଣ୍ଣ ସଂଖ୍ୟା ଗରିଷ୍ଠତା ନମିଳିଲେ ଜେଡିଏସ୍ କିଙ୍ଗ୍ ମେକର ହେବାର ସମ୍ଭାବନା ରହିଛି ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.