ହନୁମାନଙ୍କର ଏପରି ଏକ ମନ୍ଦିର, ଯେଉଁଠାରେ ପୂଜା କରନ୍ତି ମୁସଲମାନ ସମ୍ପ୍ରଦାୟ

Published By : Prameya-News7 Bureau | January 26, 2024 IST

ନୂଆଦିଲ୍ଲୀ ୨୬।୦୧: ଭାରତରେ ହନୁମାନଙ୍କର ଅନେକ ଚମତ୍କାରୀ ମନ୍ଦିର ରହିଛି । ହିନ୍ଦୁ ଧର୍ମରେ ହନୁମାନଜୀଙ୍କର ଖୁବ ମହତ୍ୱ ରହିଛି । ତାଙ୍କର ପୂଜା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଜାଣନ୍ତି କି ଭାରତରେ ହନୁମାନଙ୍କର ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ପୂଜା କରନ୍ତି ମୁସଲମାନ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ ।

{"id":900784,"width":840,"height":630,"sizeSlug":"full","linkDestination":"none"}

ମନ୍ଦିରଟି କର୍ଣ୍ଣାଟକର ଗଡଗ ଜିଲ୍ଲାର କୋରିକୋପ୍ପା ଗାଁରେ ରହିଛି । ଏହା ହେଉଛି ଦେଶର ଏକମାତ୍ର ମନ୍ଦିର ଯେଉଁଠାରେ ବଜରଙ୍ଗବାଲୀ ମୁସଲିମଙ୍କ ଦ୍ୱାରା ପୂଜା ପାଉଛନ୍ତି । ତେବେ ଏହା ପଛର କାରଣ ମଧ୍ୟ ଖୁବ୍ ରୋଚକ ମଧ୍ୟ ।

{"id":900785,"sizeSlug":"full","linkDestination":"none"}

କୁହାଯାଏ କି କର୍ଣ୍ଣାଟକର ଏହି ଗାଁରେ ବହୁ ବର୍ଷ ପୂର୍ବରୁ ହଇଜା ବ୍ୟାପିଥିଲା । ସେଥିପାଇଁ ଗାଁରେ ରହୁଥିବା ସମସ୍ତ ଲୋକ ଗାଁରୁ ପଳାୟନ କରିଥିଲେ । ଖାସ୍ କରି ଗାଁକୁ ଛାଡି ଚାଲିଯାଇଥିଲେ ହିନ୍ଦୁ ଧର୍ମର ସମସ୍ତ ବ୍ୟକ୍ତି ରହି ନ ଥିଲେ । ଗାଁର ସମସ୍ତ ମୁସଲମାନ ମଧ୍ୟ ଗାଁ ଛାଡିଥିଲେ । କିନ୍ତୁ ଗାଁରେ ଥିବା ହନୁମାନଙ୍କ ମନ୍ଦିର ବହୁତ ପ୍ରସିଦ୍ଧ ଥିଲା ।

{"id":900786,"sizeSlug":"full","linkDestination":"none"}

ଏହି କାରଣରୁ ନିକଟସ୍ଥ ବଦନୀ ଗାଁର କିଛି ମୁସଲମାନ ପରିବାର ଏହି ମନ୍ଦିରରେ ପୂଜାପାଠ କରିଥିଲେ । ସେବେଠାରୁ ବର୍ତ୍ତମାନ ଯାଏଁ ହନୁମାନଙ୍କୁ ପୂଜା କରିବାର ଦାୟିତ୍ୱ ମୁସଲମାନ ସମ୍ପ୍ରଦାୟ ଉପରେ ରହିଛି । ଆଉ ଏହାକୁ ଅନୁସରଣ କରିଆସୁଛନ୍ତି ସମସ୍ତେ ।

You Can Read:

wp:embed {"url":"https://www.prameyanews7.com/why-it-is-auspicious-to-bring-turtle-in-home-on-kurma-dwadashi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-it-is-auspicious-to-bring-turtle-in-home-on-kurma-dwadashi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.