କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ଵାମୀ
24/05/2018 at 5:35 AM

ଆସନ୍ତାକାଲି ଆସ୍ଥାଭୋଟ୍ । କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ଵାମୀ । ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପରେ ତାଙ୍କ କ୍ୟାବିନେଟର ଅନ୍ୟମନ୍ତ୍ରୀମାନେ ଶପଥ ନେବେ । ଗତକାଲି ଜେଡିଏସ୍ ନେତା ଏଚ୍.ଡି କୁମାରସ୍ବାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କର୍ଣ୍ଣାଟକ କଂଗ୍ରେସ ସଭାପତି ଜି.ପରମେଶ୍ବରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିଛି । କର୍ଣ୍ଣାଟକ ବିଧାନସଭା ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ବାଜୁଭାଇ ବାଲା ଉଭୟଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ଏକାଠି ହୋଇଥିଲେ ବିରୋଧୀ ଦଳର ଅନେକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତା । ୨୦୧୯ରେ ବିରୋଧୀ ଏକାଠି ହୋଇ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ବୋଲି ସଙ୍କେତ ମଧ୍ୟ ଦେଇଛନ୍ତି ।