ବିଜେପି ସମୟରେ କର୍ଣ୍ଣାଟକରେ କୋଭିଡ୍ ପରିଚାଳନାରେ ତୃଟି ଅଭିଯୋଗ: ନ୍ୟାୟିକ ତଦନ୍ତ କରାଇବେ ସିଦ୍ଦରମେୟା ସରକାର!

Published By : Prameya-News7 Bureau | August 25, 2023 IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପି ସରକାର ଥିବା ବେଳେ କୋଭିଡ୍ ପରିଚାଳନାରେ ହୋଇଥିବା ତୃଟି ଅଭିଯୋଗର ନ୍ୟାୟିକ ତଦନ୍ତ କରିବେ ରାଜ୍ୟ ସରକାର। ଏନେଇ କଂଗ୍ରେସର ସିଦ୍ଧରମେୟା ସରକାର ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। କରୋନା ସମୟରେ ହୋଇଥିବା ମୃତ୍ୟୁ, ଔଷଧ ଖର୍ଚ୍ଚ,ଏବଂ ନିୟମର ଉଲ୍ଲଂଘନ ଭଳି ଆଦି ମାମଲାରେ ଏକ ନ୍ୟାୟିକ କମିଟି ତଦନ୍ତ କରିବ। ଅବସରପ୍ରାପ୍ତ ବିଚାରପତି ମାଇକେଲ ଡି ଖୁନା ଏହି କମିଟିର ନେତୃତ୍ୱ ନେବେ ବୋଲି ସୂଚନା ମିଳିଛି। ତେବେ ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏପର୍ଯ୍ୟନ୍ତ କାଗଜପତ୍ରରେ ଦସ୍ତଖତ କରି ନାହାନ୍ତି କି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

କର୍ଣ୍ଣାଟକରେ ବାସଭାରାଜ ବୋମ୍ମାଇ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ଶାସନ କାଳରେ ରାଜ୍ୟର ବିଭିନ୍ନ କାର୍ଯ୍ୟରେ ଟେଣ୍ଡର ପାଇଁ ୪୦% କମିଶନଙ୍କ ଦିଆଯାଇଥିବା ଅଭିଯୋଗ ହେବାର ପରେ ସପ୍ତାହେ ତଳେ ବର୍ତ୍ତମାନର କଂଗ୍ରେସ ସରକାର ଏହାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ପୁଣି କୋଭୋଡ୍ ପରିଚନାଳ ନେଇ ତୃଟି ଅଭିଯୋଗ ହେବାରୁ ଏହାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇପାରନ୍ତି ବୋଲି କୁହାଯାଉଛି।

ପଢ଼ନ୍ତୁ-ଅଗଷ୍ଟ ୨୬ ତାରିଖରେ ଇସ୍ରୋରେ ବୈଜ୍ଞାନିକଙ୍କୁ ଭେଟିବେ ମୋଦି, ଚନ୍ଦ୍ରଯାନ-୩ ସଫଳତାର ପାଳନ କରିବେ ଉତ୍ସବ

କର୍ଣ୍ଣାଟକ ରାଜ୍ୟ କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି  ଡି କେମ୍ପାନ୍ନାଙ୍କ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତି ନାଗମୋହନ ଦାସଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ଏହାପରେ ପବ୍ଲିକ ୱାର୍କ ଡିପାର୍ଟମେଣ୍ଟର ଡେପୁଟି ସେକ୍ରେଟେରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.